ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ କଂଗ୍ରେସର ସଜବାଜ, କର୍ଣ୍ଣାଟକ ଓ ତେଲେଙ୍ଗାନା ଷ୍ଟାଇଲରେ ଓଡ଼ିଶାରେ ହେବ ପ୍ରଚାର

ଭୁବନେଶ୍ଵର: ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ କଂଗ୍ରେସର ସଜବାଜ। ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ସାଂସଦୀୟ କ୍ଷେତ୍ର ଲାଗି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଷ୍ଟାର୍ ପ୍ରଚାରକ। ସୋନିଆ, ରାହୁଲ, ପ୍ରିୟଙ୍କା, ଖଡ଼ଗେ, ରେବନ୍ତ ରେଡ୍ଡୀ, କହ୍ନେୟା କୁମାର ଓ ଡି.କେ ଶିବ କୁମାର କରିବେ ପ୍ରଚାର। ତେଲେଙ୍ଗାନା ଓ କର୍ଣ୍ଣାଟକ ଢାଞ୍ଚାରେ ରୋଡସୋ’ କରିବ ଦଳ।ଏଥର ବଡ଼ ସଭା ନୁହେଁ, ରୋଡ଼ ସୋ’ ଉପରେ ଫୋକସ କରିବ କଂଗ୍ରେସ। ତେଲେଙ୍ଗାନା ଓ କର୍ଣ୍ଣାଟକ ଢାଞ୍ଚାରେ ପ୍ରଚାର କରିବ ଦଳ। ରୋଡ଼ ସୋ’ର ମଙ୍ଗୁଆଳ ସାଜିବେ କଂଗ୍ରେସର ଷ୍ଟାର୍ ପ୍ରଚାରକ। ନଜର ପକାଇ ନିଅନ୍ତୁ ଷ୍ଟାର ପ୍ରଚାରକଙ୍କ ଉପରେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ଦିନ କେଇଟା ଭିତରେ ତେଲେଙ୍ଗାନାରେ ଶାସନକୁ ଓଲଟା ପାଲଟା କରିଦେଇଥିବା କଂଗ୍ରେସର ଏହି ଯୁବ ଚେହେରା ଗଞ୍ଜାମ, ଗଜପତି, ବ୍ରହ୍ମପୁର ଓ ଜୟପୁରରେ କରିବେ ରୋଡ଼ ସୋ’। Also read: ୯ ପ୍ରାର୍ଥୀରୁ ୪ ବିଧାୟକ ରିପିଟ୍, ୩ ଜଣଙ୍କ କଟିଲା ଟିକେଟ୍; ୨ ମହିଳାଙ୍କୁ ମିଳିଲା ସୁଯୋଗଦକ୍ଷିଣ ଭାରତ ଷ୍ଟାଇଲରେ ଦକ୍ଷିଣ ଓଡ଼ିଶାରେ କରିବେ ହାଇଟେକ୍ କ୍ୟାମ୍ପେନ। ତେଲଗୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପାୱାର ସୋ କରିବେ ରେବନ୍ତ।  ଡି କେ.ଶିବ କୁମାର କର୍ଣାଟକର ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଏହି କ୍ରାଇସିସ ମ୍ୟାନେଜର ନବରଙ୍ଗପୁରରେ ରୋଡ଼ ସୋ କରିବେ। ଗଣମାଧ୍ୟମରେ  ଚର୍ଚ୍ଚିତ ଯୁବ ଚେହେରା

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ କଂଗ୍ରେସର ସଜବାଜ, କର୍ଣ୍ଣାଟକ ଓ ତେଲେଙ୍ଗାନା ଷ୍ଟାଇଲରେ ଓଡ଼ିଶାରେ ହେବ ପ୍ରଚାର

ଭୁବନେଶ୍ଵର: ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ କଂଗ୍ରେସର ସଜବାଜ। ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ସାଂସଦୀୟ କ୍ଷେତ୍ର ଲାଗି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଷ୍ଟାର୍ ପ୍ରଚାରକ। ସୋନିଆ, ରାହୁଲ, ପ୍ରିୟଙ୍କା, ଖଡ଼ଗେ, ରେବନ୍ତ ରେଡ୍ଡୀ, କହ୍ନେୟା କୁମାର ଓ ଡି.କେ ଶିବ କୁମାର କରିବେ ପ୍ରଚାର। ତେଲେଙ୍ଗାନା ଓ କର୍ଣ୍ଣାଟକ ଢାଞ୍ଚାରେ ରୋଡସୋ’ କରିବ ଦଳ।

ଏଥର ବଡ଼ ସଭା ନୁହେଁ, ରୋଡ଼ ସୋ’ ଉପରେ ଫୋକସ କରିବ କଂଗ୍ରେସ। ତେଲେଙ୍ଗାନା ଓ କର୍ଣ୍ଣାଟକ ଢାଞ୍ଚାରେ ପ୍ରଚାର କରିବ ଦଳ। ରୋଡ଼ ସୋ’ର ମଙ୍ଗୁଆଳ ସାଜିବେ କଂଗ୍ରେସର ଷ୍ଟାର୍ ପ୍ରଚାରକ। ନଜର ପକାଇ ନିଅନ୍ତୁ ଷ୍ଟାର ପ୍ରଚାରକଙ୍କ ଉପରେ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ। ଦିନ କେଇଟା ଭିତରେ ତେଲେଙ୍ଗାନାରେ ଶାସନକୁ ଓଲଟା ପାଲଟା କରିଦେଇଥିବା କଂଗ୍ରେସର ଏହି ଯୁବ ଚେହେରା ଗଞ୍ଜାମ, ଗଜପତି, ବ୍ରହ୍ମପୁର ଓ ଜୟପୁରରେ କରିବେ ରୋଡ଼ ସୋ’। 

Also read: ୯ ପ୍ରାର୍ଥୀରୁ ୪ ବିଧାୟକ ରିପିଟ୍, ୩ ଜଣଙ୍କ କଟିଲା ଟିକେଟ୍; ୨ ମହିଳାଙ୍କୁ ମିଳିଲା ସୁଯୋଗ

ଦକ୍ଷିଣ ଭାରତ ଷ୍ଟାଇଲରେ ଦକ୍ଷିଣ ଓଡ଼ିଶାରେ କରିବେ ହାଇଟେକ୍ କ୍ୟାମ୍ପେନ। ତେଲଗୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପାୱାର ସୋ କରିବେ ରେବନ୍ତ।  ଡି କେ.ଶିବ କୁମାର କର୍ଣାଟକର ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଏହି କ୍ରାଇସିସ ମ୍ୟାନେଜର ନବରଙ୍ଗପୁରରେ ରୋଡ଼ ସୋ କରିବେ। ଗଣମାଧ୍ୟମରେ  ଚର୍ଚ୍ଚିତ ଯୁବ ଚେହେରା ତଥା ପ୍ରଭାବଶାଳୀ ପ୍ରବକ୍ତା କହ୍ନେୟା କୁମାର ଆସିବେ କଳାହାଣ୍ଡି। ଛୋଟ ଛୋଟ ସଭା କରିବେ। ଆଦିବାସୀ ଭୋଟରଙ୍କୁ କଂଗ୍ରେସ ସହ ପୁଣି ଯୋଡିବାକୁ କରିବେ ଉଦ୍ୟମ। 

ସେହିଭଳି କଂଗ୍ରେସର ବଡ଼ ଚେହେରା ସୋନିଆ, ରାହୁଲ, ପ୍ରିୟଙ୍କା ଓ ଖଡଗେ ଆସିବେ ରାୟଗଡ଼ା, କୋରାପୁଟ, ନୂଆପଡ଼ା, ଜୟପୁର ଓ ଗୁଣୁପୁର। ବଡ଼ ବଡ଼ ସଭାରେ ଯୋଗ ଦେବେ। ସୋନିଆ ଓ ଖାଡଗେ କେବଳ ବଡ ସଭାରେ ଦଳୀୟ ନେତାଙ୍କ ଲାଗି ଭୋଟ ମାଗିବେ। ରାହୁଲ ଓ ପ୍ରିୟଙ୍କା ସଭାସମିତି ସହ ରୋଡ଼ ସୋ କରିବେ। ଆଦିବାସୀ ମଞ୍ଚ, କ୍ଲବ ଓ ଅନୁଷ୍ଠାନକୁ ଯିବେ ପ୍ରିୟଙ୍କା। ରାହୁଲ ଗ୍ୟାରେଣ୍ଟି ଓ ବିଜେପି-ବିଜେଡି ବିଫଳତାକୁ କରିବେ ଅସ୍ତ୍ର। କଂଗ୍ରେସ ଫୋକସରେ ରହିଛି ଦକ୍ଷିଣ ଓଡ଼ିଶା। ଷ୍ଟାର ପ୍ରଚାରକଙ୍କ ନୂଆ ତରିକା ଦଳକୁ କେତେ ଫାଇଦା ଦେଉଛି ତାହା ଆଗକୁ ଜଣା ପଡିବ।