ପ୍ରଥମ ପ୍ରେମରେ ଧୋକା ଖାଇଥିଲେ ବିଦ୍ୟା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌ ନିଜର ଚମତ୍କାର ଅଭିନୟ ବଳରେ ଦୀର୍ଘ ବର୍ଷ ଧରି ପ୍ରଶଂସକଙ୍କ ହୃଦୟରେ ରାଜୁତି କରିଆସୁଛନ୍ତି। ନିଜର ବିନ୍ଦାଶ ଶୈଳୀ ପାଇଁ ବେଶ୍‌ ପରିଚିତି ଲାଭ କରିଥିବା ଏହି ଅଭିନେତ୍ରୀ ଜଣକ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦୋ ଔର ଦୋ ପ୍ୟାର’ର ପ୍ରମୋଶନରେ ଏବେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ଦୋ ଔର ଦୋ ପ୍ୟାର’ ର ପ୍ରମୋଶନ ବେଳେ ଏକ ସାକ୍ଷାତ୍‌କାରରେ ବିଦ୍ୟା ନିଜ ପ୍ରଥମ ପ୍ରେମ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। […] The post ପ୍ରଥମ ପ୍ରେମରେ ଧୋକା ଖାଇଥିଲେ ବିଦ୍ୟା appeared first on Dharitri Odia News.

ପ୍ରଥମ ପ୍ରେମରେ ଧୋକା ଖାଇଥିଲେ ବିଦ୍ୟା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌ ନିଜର ଚମତ୍କାର ଅଭିନୟ ବଳରେ ଦୀର୍ଘ ବର୍ଷ ଧରି ପ୍ରଶଂସକଙ୍କ ହୃଦୟରେ ରାଜୁତି କରିଆସୁଛନ୍ତି। ନିଜର ବିନ୍ଦାଶ ଶୈଳୀ ପାଇଁ ବେଶ୍‌ ପରିଚିତି ଲାଭ କରିଥିବା ଏହି ଅଭିନେତ୍ରୀ ଜଣକ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦୋ ଔର ଦୋ ପ୍ୟାର’ର ପ୍ରମୋଶନରେ ଏବେ ବ୍ୟସ୍ତ ଅଛନ୍ତି।
ଫିଲ୍ମ ‘ଦୋ ଔର ଦୋ ପ୍ୟାର’ ର ପ୍ରମୋଶନ ବେଳେ ଏକ ସାକ୍ଷାତ୍‌କାରରେ ବିଦ୍ୟା ନିଜ ପ୍ରଥମ ପ୍ରେମ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି। ତାଙ୍କର ପୂର୍ବତନ ପ୍ରେମିକ ତାଙ୍କୁ ପ୍ରତାରଣା କରିଥିଲେ, ଫଳରେ ତାଙ୍କ ହୃଦୟ ଭାଙ୍ଗିଯାଇଥିଲା ବୋଲି ବିଦ୍ୟା ଏହି ସାକ୍ଷାତ୍‌କାରରେ କହିଛନ୍ତି। ପ୍ରଥମ ପ୍ରେମରେ ତାଙ୍କ ସହ ବିଶ୍ୱାସ ଘାତକତା ହୋଇଥିଲା ବୋଲି ନିଜ ଅତୀତକୁ ମନେ ପକାଇ ବିଦ୍ୟା ପ୍ରକାଶ କରିଛନ୍ତି। ସେତେବେଳେ ସେ ପ୍ରଥମ ଥର ପାଇଁ ଗୋଟିଏ ପୁଅ ସହ ଡେଟ୍‌ କରୁଥିଲେ, ଯିଏ ପରବର୍ତ୍ତୀ ସମୟରେ ତାଙ୍କର ହୃଦୟ ଭାଙ୍ଗିଥିଲେ। ଭାଲେଣ୍ଟାଇନ ଡେ ଦିନ ତାଙ୍କ ପ୍ରଥମ ପ୍ରେମର ବ୍ରେକ୍‌ଅପ୍‌ ହୋଇଥିବା ବିଦ୍ୟା ଏହି ସାକ୍ଷାତ୍‌କାରରେ ଜଣାଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ସେ ଏହାକୁ ଭୁଲି ଜୀବନରେ ଆଗେଇଥିବା ବିଦ୍ୟା କହିଛନ୍ତି। ସୂଚନାଯୋଗ୍ୟ, ବଲିଉଡ୍‌ ଅଭିନେତା ଆଦିତ୍ୟ ରୟ କପୁରଙ୍କ ବଡ ଭାଇ ତଥା ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରୟ କପୁରଙ୍କୁ ୨୦୧୨ରେ ଅଭିନେତ୍ରୀ ବିଦ୍ୟା ବଲାନ ବିବାହ କରିଥିଲେ।
ବିଦ୍ୟାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଦୋ ଔର ଦୋ ପ୍ୟାର’ ଆସନ୍ତା ଏପ୍ରିଲ ୧୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ପରେ ତାଙ୍କୁ ପ୍ରସିଦ୍ଧ ହରର୍‌ କମେଡି ଫିଲ୍ମ ‘ଭୁଲ୍‌ ଭୁଲାଇୟା ୩’ରେ ଦେଖିବାକୁ ମିଳିବ, ଯାହା ଚଳିତ ବର୍ଷ ଦୀପାବଳି ଉପଲକ୍ଷେ ମୁକ୍ତିଲାଭ ହେବା ନେଇ ଯୋଜନା ରହିଛି।

The post ପ୍ରଥମ ପ୍ରେମରେ ଧୋକା ଖାଇଥିଲେ ବିଦ୍ୟା appeared first on Dharitri Odia News.