ପ୍ରଥମଥର ପାଇଁ ନିର୍ବାଚନ ଜିତିଲେ ରାବଣ

ଚନ୍ଦ୍ରଶେଖର ଆଜାଦ ଓରଫ ରାବଣ ୫,୧୨,୫୫୨ ଖଣ୍ଡ ଭୋଟ ପାଇଥିବା ବେଳେ ଓମ କୁମାରଙ୍କୁ ୩,୬୧,୦୭୯ ଖଣ୍ଡ ଭୋଟ ମିଳିଛି।

ପ୍ରଥମଥର ପାଇଁ ନିର୍ବାଚନ ଜିତିଲେ ରାବଣ

ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ଗୋଟିଏ ବଡ଼ ପରିବର୍ତ୍ତନ ହୋଇଛି। ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଜିତିଛନ୍ତି ପ୍ରମୁଖ ଦଳିତ ନେତା ଆଜାଦ ସମାଜ ପାର୍ଟର ପ୍ରାର୍ଥୀ ଚନ୍ଦ୍ରଶେଖର ଆଜାଦ ଓରଫ ରାବଣ।

ସେ ୧.୫ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ସେ ଉତ୍ତର ପ୍ରଦେଶର ନାଗିନା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଚନ୍ଦ୍ରଶେଖର ବିଜେପିର ଓମ କୁମାରଙ୍କୁ ପରାସ୍ତ କରି ସଂସଦଙ୍କୁ ନିର୍ବାଚିତ ହୋଇଛନ୍ତି।

ଚନ୍ଦ୍ରଶେଖର ଆଜାଦ ଓରଫ ରାବଣ ୫,୧୨,୫୫୨ ଖଣ୍ଡ ଭୋଟ ପାଇଥିବା ବେଳେ ଓମ କୁମାରଙ୍କୁ ୩,୬୧,୦୭୯ ଖଣ୍ଡ ଭୋଟ ମିଳିଛି। ଏହାର ଅର୍ଥ ରାବଣ ୧,୫୨,୦୬୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। 

ଇଣ୍ଡିଆ ସମର୍ଥିତ ସମାଜବାଦୀ ପାର୍ଟିର ପ୍ରାର୍ଥୀ ମନୋଜ କୁମାର କେବଳ ୧,୦୨,୩୭୪ ଖଣ୍ଡ ଭୋଟ ପାଇଥିବା ବେଳେ ବିଏସ୍‌ପିକୁ କେବଳ ୧୩,୨୭୨ ଖଣ୍ଡ ଭୋଟ ମିଳିଛି।