‘ଯଦି ମୋ’ ଭାଇକୁ ମାର ତେବେ…’ ; ସାନ ଭାଇ ପାଇଁ ମା’ ସହ ଝଗଡ଼ା କରୁଛି କୁନିଝିଅ, Video ଦେଖିଲେ ଆଖିରେ ଆସିବ ଲୁହ

କଥାରେ ଅଛି ‘ବଚ୍ଚେ ମନ୍‌କେ ସଚ୍ଚେ’। ଅର୍ଥାତ ଛୋଟ ପିଲାଙ୍କ ମନ ଛନ୍ଦ କପଟରୁ ବହୁ ଊର୍ଦ୍ଧ୍ୱରେ ଥାଏ। ବିଶେଷକରି ଭାଇ ଭଉଣୀଙ୍କ ମଧ୍ୟରେ ପିଲାଟି ଦିନରୁ ନିଆରା ସମ୍ପର୍କ ଥାଏ। କିଏ କିଏ ମାର୍‌ପିଟ୍‌ ତ କେହି କେହି ସ୍ନେହର ପରଶରେ ଭିଜିଥାନ୍ତି। ଯଦି ବଡ଼ ଭଉଣୀଟିଏ ଥାଏ ତେବେ ସେ ସର୍ବଦା ନିଜ ସାନ ଭାଇ/ଭଉଣୀଙ୍କ ସୁରକ୍ଷା ଲାଗି ଆଗକୁ ଆସିଥାଏ। ଏବେ ଠିକ୍‌ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। […] The post ‘ଯଦି ମୋ’ ଭାଇକୁ ମାର ତେବେ…’ ; ସାନ ଭାଇ ପାଇଁ ମା’ ସହ ଝଗଡ଼ା କରୁଛି କୁନିଝିଅ, Video ଦେଖିଲେ ଆଖିରେ ଆସିବ ଲୁହ appeared first on Dharitri Odia News.

‘ଯଦି ମୋ’ ଭାଇକୁ ମାର ତେବେ…’ ; ସାନ ଭାଇ ପାଇଁ ମା’ ସହ ଝଗଡ଼ା କରୁଛି କୁନିଝିଅ, Video ଦେଖିଲେ ଆଖିରେ ଆସିବ ଲୁହ

କଥାରେ ଅଛି ‘ବଚ୍ଚେ ମନ୍‌କେ ସଚ୍ଚେ’। ଅର୍ଥାତ ଛୋଟ ପିଲାଙ୍କ ମନ ଛନ୍ଦ କପଟରୁ ବହୁ ଊର୍ଦ୍ଧ୍ୱରେ ଥାଏ। ବିଶେଷକରି ଭାଇ ଭଉଣୀଙ୍କ ମଧ୍ୟରେ ପିଲାଟି ଦିନରୁ ନିଆରା ସମ୍ପର୍କ ଥାଏ। କିଏ କିଏ ମାର୍‌ପିଟ୍‌ ତ କେହି କେହି ସ୍ନେହର ପରଶରେ ଭିଜିଥାନ୍ତି। ଯଦି ବଡ଼ ଭଉଣୀଟିଏ ଥାଏ ତେବେ ସେ ସର୍ବଦା ନିଜ ସାନ ଭାଇ/ଭଉଣୀଙ୍କ ସୁରକ୍ଷା ଲାଗି ଆଗକୁ ଆସିଥାଏ। ଏବେ ଠିକ୍‌ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଭାଇ ଭଉଣୀ ମଧ୍ୟରେ ଥିବା ମଧୁର ସମ୍ପର୍କ ଦେଖିବାକୁ ମିଳୁଛି।

ଭାଇରାଲ ଭିଡିଓରେ ଏକ କୁନି ଝିଅ ନିଜ ଭାଇଙ୍କୁ କୁଣ୍ଡାଇ ଧରି କାନ୍ଦୁଥିବା ଦେଖାଯାଉଛି। ଏମିତିରେ ସେ ତାଙ୍କ ମା’ଙ୍କୁ ଧମକ ଦେଉଛନ୍ତି। ଯଦି କେବେ ତୁମେ ମୋ ଭାଇକୁ ମାର ନା… ମା’ ପଚାରୁଛନ୍ତି ତେବେ କ’ଣ କରିବୁ। ଏଥିରେ ଝିଅଟି କହୁଛି ଭାଇକୁ ମାରିଲେ ସିଧା ବାପାଙ୍କୁ କହିଦେବି। ଏହା ପରେ ସେ ଭାଇକୁ ଜାବୁଡ଼ି ଧରି ତାକୁ ରକ୍ଷା କରୁଛି।

ଭିଡିଓରେ ମା’ ଭାଇ ଉପରେ ରାଗି ଯାଇ ସେ ମାଟି ଖାଇଲେ ପିଟିବି। ତୁ କ’ଣ ପାଇଁ କିଛି କହୁନାହୁଁ ବୋଲି ଭଉଣୀକୁ କହୁଛନ୍ତି। ଏଥିରେ ଝିଅଟି ମା’ ଉପରେ ରାଗି ଯାଇ ସାନ ଭାଇର ରକ୍ଷା କରୁଛି। ଏପରିକି କହୁଛି ଯେ, ସେ କେବେ ବି ତା ଉପରେ ରାଗିବ ନାହିଁ। ଏହି ଦୃଶ୍ୟ ସମସ୍ତଙ୍କ ହୃଦୟ ଜିତୁଛି।

The post ‘ଯଦି ମୋ’ ଭାଇକୁ ମାର ତେବେ…’ ; ସାନ ଭାଇ ପାଇଁ ମା’ ସହ ଝଗଡ଼ା କରୁଛି କୁନିଝିଅ, Video ଦେଖିଲେ ଆଖିରେ ଆସିବ ଲୁହ appeared first on Dharitri Odia News.