ପ୍ରଥମଥର ଲର୍ଡସରେ ଖେଳାଯିବ ମହିଳା ଟେଷ୍ଟ ମ୍ୟାଚ୍‌: ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଲର୍ଡସ ଟେଷ୍ଟ ପୂର୍ବରୁ ଭାରତୀୟ ମହିଳା ଦଳ ସୀମିତ ଓଭର ସିରିଜ ଖେଳିବାକୁ ୨୦୨୫ରେ ଇଂଲଣ୍ଡ ଗସ୍ତ କରିବ।

ପ୍ରଥମଥର ଲର୍ଡସରେ ଖେଳାଯିବ ମହିଳା ଟେଷ୍ଟ ମ୍ୟାଚ୍‌: ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଐତିହାସିକ ଲର୍ଡସରେ ପ୍ରଥମଥର ପାଇଁ କୌଣସି ମହିଳା ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେବାକୁ ଯାଉଛି। ୨୦୨୬ରେ ଏଠାରେ ପ୍ରଥମ ଥର ମହିଳା ଟେଷ୍ଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ଐତିହାସିକ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଭାରତ ଓ ଘରୋଇ ଇଂଲଣ୍ଡ। ଦୁଇ ଦେଶ ମଧ୍ୟରେ ଏକମାତ୍ର ମହିଳା ଟେଷ୍ଟ ୨୦୨୬ରେ ଲର୍ଡସରେ ଖେଳାଯିବ ବୋଲି ଆଜି ଇସିବି ପକ୍ଷରୁ ଘୋଷଣା କରାଯାଇଛି।

୨୦୨୩ ଡିସେମ୍ବର ମାସରେ ଭାରତ ଓ ଇଂଲଣ୍ତ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ଖେଳା ଯାଇଥିଲା। ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ ଘରୋଇ ଟିମ ଭାରତ ୩୪୭ ରନରେ ଇଂଲଣ୍ଡକୁ ହରାଇଥିଲା।

୨୦୨୬ରେ ଦୁଇ ଦଳ ଲର୍ଡସରେ ଟେଷ୍ଟ ମ୍ୟାଚ୍‌ ଖେଳିବେ। ଏହାପୂର୍ବରୁ ଲର୍ଡସ ଏକାଧିକ ମହିଳା ଟିମ ମ୍ୟାଚ୍‌ ଖେଳିଛନ୍ତି। ହେଲେ ସବୁ ମ୍ୟାଚ୍‌ ଧଳା ବଲ ଫର୍ମାଟରେ ହୋଇଥିଲା। କିନ୍ତୁ ଏବେ ପ୍ରଥମଥର ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ନାଲି ବଲ ମ୍ୟାଚ୍‌ ଲର୍ଡସରେ ଖେଳାଯିବ।

୨୦୨୬ ଲର୍ଡସ ଟେଷ୍ଟ ପୂର୍ବରୁ ଭାରତୀୟ ମହିଳା ଦଳ ସୀମିତ ଓଭର ସିରିଜ ଖେଳିବାକୁ ୨୦୨୫ରେ ଇଂଲଣ୍ଡ ଗସ୍ତ କରିବ। ଜୁନ ୨୮ରୁ ନଟ୍ଟିଂହାମରେ ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ। ସେହିପରି ଜୁଲାଇ ୧୬ରୁ ଜୁଲାଇ ୨୨ ମଧ୍ୟରେ ଦୁଇ ଦଳ ପରସ୍ପର ସହ ୩ଟି ଦିନିକିଆ ମ୍ୟାଚ୍‌ ମଧ୍ୟ ଖେଳିବେ।

ଭାରତ ଓ ଇଂଲଣ୍ଡ ଟି-୨୦ ସିରିଜ

୧- ପ୍ରଥମ ଟି-୨୦- ଜୁନ ୨୮- ନଟ୍ଟିଂହାମ

୨- ଦ୍ୱିତୀୟ ଟି-୨୦- ଜୁଲାଇ ୧- ବ୍ରିଷ୍ଟଲ

୩- ତୃତୀୟ ଟି-୨୦- ଜୁଲାଇ ୪- ଲଣ୍ଡନ

୪- ଚତୁର୍ଥ ଟି-୨୦ – ଜୁଲାଇ ୯- ମାଞ୍ଚେଷ୍ଟର

୫- ପଞ୍ଚମ ଟି-୨୦ – ଜୁଲାଇ ୧୨- ବର୍ହିଂହାମ

ଦିନିକିଆ ସିରିଜ

୧- ପ୍ରଥମ ଦିନିକିଆ- ଜୁଲାଇ ୧୬- ସାଉଥାମ୍ପଟନ

୨- ଦ୍ୱିତୀୟ ଦିନିକିଆ- ଜୁଲାଇ ୧୯- ଲର୍ଡସ, ଲଣ୍ଡନ

୩- ତୃତୀୟ ଦିନିକିଆ- ଜୁଲାଇ ୨୨- ଚେଷ୍ଟର ଲେ ଷ୍ଟ୍ରିଟ