ପ୍ରଦୀପ ପାଣିଗ୍ରାହୀ ଏମ୍ସ ସ୍ଥାନାନ୍ତର: ପଞ୍ଜରା ହାଡ-ଫୁସ୍‌ଫୁସ୍‌ରେ ଲାଗିଛି ଆଘାତ

ଭୁବନେଶ୍ୱର,୧୪।୫: ବ୍ରହ୍ମପୁର ସହରରେ ସୋମବାର ମତଦାନ ଶେଷ ହେବା ବେଳକୁ ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ସେ ଆହତ ହେବାରୁ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପଞ୍ଜରା ହାଡ ଏବଂ ଫୁସ୍‌ଫୁସ୍‌ରେ ଆଘାତ ଯୋଗୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ବ୍ରହ୍ମପୁର ବିଧାନସଭା ଆସନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ବାଧୀନ ପ୍ରାର୍ଥୀ ଶିବ ଶଙ୍କର ଦାସ (ପିଣ୍ଟୁ) ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ। […] The post ପ୍ରଦୀପ ପାଣିଗ୍ରାହୀ ଏମ୍ସ ସ୍ଥାନାନ୍ତର: ପଞ୍ଜରା ହାଡ-ଫୁସ୍‌ଫୁସ୍‌ରେ ଲାଗିଛି ଆଘାତ appeared first on Dharitri Odia News.

ପ୍ରଦୀପ ପାଣିଗ୍ରାହୀ ଏମ୍ସ ସ୍ଥାନାନ୍ତର: ପଞ୍ଜରା ହାଡ-ଫୁସ୍‌ଫୁସ୍‌ରେ ଲାଗିଛି ଆଘାତ

ଭୁବନେଶ୍ୱର,୧୪।୫: ବ୍ରହ୍ମପୁର ସହରରେ ସୋମବାର ମତଦାନ ଶେଷ ହେବା ବେଳକୁ ଭାଜପା ଏମ୍‌ପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ସେ ଆହତ ହେବାରୁ ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପଞ୍ଜରା ହାଡ ଏବଂ ଫୁସ୍‌ଫୁସ୍‌ରେ ଆଘାତ ଯୋଗୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି।
ବ୍ରହ୍ମପୁର ବିଧାନସଭା ଆସନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ବାଧୀନ ପ୍ରାର୍ଥୀ ଶିବ ଶଙ୍କର ଦାସ (ପିଣ୍ଟୁ) ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିଲେ। ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଛି। ଆକ୍ରମଣକାରୀ ପିଣ୍ଟୁ ଦାସଙ୍କୁ ଗୋଷାଣିନୂଆଗାଁ ଥାନା ପୋଲିସ ଅଟକ ରଖିଛି। ଗୋଷାଣିନୂଆଗାଁ ଥାନା ସମ୍ମୁଖରେ ଥିବା ଏକ ବୁଥରେ ସନ୍ଧ୍ୟା ୭ଟା ପରେ ମଧ୍ୟ ମତଦାନ ଚାଲିଥିଲା। ଏହା ଜାଣିବା ପରେ ପ୍ରଦୀପ ସେଠାରେ ପହଞ୍ଚି ଥାନାଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ପିଣ୍ଟୁ ପହଞ୍ଚିି ପ୍ରଦୀପଙ୍କ ଛାତିକୁ ମାରିଥିଲେ। ସେଠାରେ ଉପସ୍ଥିତ ପୋଲିସ ଅଧିକାରୀ ପିଣ୍ଟୁଙ୍କୁ କାବୁ କରି ଥାନାକୁ ନେଇ ଯାଇଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ସେପଟେ ପିଣ୍ଟୁଙ୍କୁ ଛାଡ଼ିବାକୁ ତାଙ୍କ ସମର୍ଥକମାନେ ଥାନା ଆଗରେ ରୁଣ୍ଡ ହୋଇ ହୋହଲ୍ଲା କରିଥିଲେ।

The post ପ୍ରଦୀପ ପାଣିଗ୍ରାହୀ ଏମ୍ସ ସ୍ଥାନାନ୍ତର: ପଞ୍ଜରା ହାଡ-ଫୁସ୍‌ଫୁସ୍‌ରେ ଲାଗିଛି ଆଘାତ appeared first on Dharitri Odia News.