ପ୍ରଦୂଷଣରେ ଦିଲ୍ଲୀକୁ ଟପିଗଲା ଭୁବନେଶ୍ବର : କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ରିପୋର୍ଟ ୨୫ ସହରର ସ୍ଥିତି ସଂଗୀନ
କନକବ୍ୟୁରୋ : ପ୍ରଦୂଷଣରେ ଦିଲ୍ଲୀକୁ ଟପିଗଲା ଭୁବନେଶ୍ବର । ଦେଶର ୨୫ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଖରାପ ସ୍ତରରେ ପହଞ୍ଚିଛି। ଯେଉଁଥିରେ ଓଡ଼ିଶାର ୫ଟି ସହର ଯଥା ଭୁବନେଶ୍ବର, ବାଲେଶ୍ବର, ଅନୁଗୁଳ, ବ୍ୟାସନଗର ଓ ତାଳଚେର ରହିଛି । ଏହି ସହରଗୁଡ଼ିକର ବାୟୁ ପୁଣିଥରେ ଅସ୍ବାସ୍ଥ୍ୟକର ହୋଇପଡ଼ିଛି । ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତାଠାରୁ ଅଧିକ ସଲ୍ଫର୍ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, କାର୍ବନ ମନୋକସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ଶରୀର ଭିତରକୁ ନେଉଛନ୍ତି । ଯାହାଦ୍ବାରା ହୃଦ୍ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍ଫୁସ୍, ଯକ୍ଷ୍ମା, ଆଜ୍ମା ପରି ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଚିନ୍ତାର କାରଣ ହେଉଛି ଯେ ଭୁବନେଶ୍ବରର ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ଦିଲ୍ଲୀ ସ୍ଥିତିକୁ ବଳି ଯାଇଛି। ବୁଧବାର ଅପରାହ୍ଣରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦିଲ୍ଲୀର ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୧୭୮ ରହିଥିଲା । ହେଲେ ଏହି ସମୟରେ ଭୁବନେଶ୍ବରର ପିଏମ୍-୨.୫ ଓ ଧୂଳିକଣା ମାତ୍ରା ୨୬୬ରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ଏହା ଆହୁରି ବଢ଼ିଥିବା ଜଣାପଡ଼ିଛି। ସେହିପରି ବାଲେଶ୍ବରରେ ୨୮୫ ଥିବା ବେଳେ ଅନୁଗୁଳରେ ୨୫୫ ଓ ବ୍ୟାସନଗରରେ ୨୪୯ ଥିଲା । ମଙ୍ଗଳବାର ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଦ

କନକବ୍ୟୁରୋ : ପ୍ରଦୂଷଣରେ ଦିଲ୍ଲୀକୁ ଟପିଗଲା ଭୁବନେଶ୍ବର । ଦେଶର ୨୫ଟି ସହରର ବାୟୁ ପ୍ରଦୂଷଣ ମାତ୍ରା ଖରାପ ସ୍ତରରେ ପହଞ୍ଚିଛି। ଯେଉଁଥିରେ ଓଡ଼ିଶାର ୫ଟି ସହର ଯଥା ଭୁବନେଶ୍ବର, ବାଲେଶ୍ବର, ଅନୁଗୁଳ, ବ୍ୟାସନଗର ଓ ତାଳଚେର ରହିଛି । ଏହି ସହରଗୁଡ଼ିକର ବାୟୁ ପୁଣିଥରେ ଅସ୍ବାସ୍ଥ୍ୟକର ହୋଇପଡ଼ିଛି । ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି ତାଠାରୁ ଅଧିକ ସଲ୍ଫର୍ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, କାର୍ବନ ମନୋକସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ଶରୀର ଭିତରକୁ ନେଉଛନ୍ତି ।
ଯାହାଦ୍ବାରା ହୃଦ୍ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍ଫୁସ୍, ଯକ୍ଷ୍ମା, ଆଜ୍ମା ପରି ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଚିନ୍ତାର କାରଣ ହେଉଛି ଯେ ଭୁବନେଶ୍ବରର ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ଦିଲ୍ଲୀ ସ୍ଥିତିକୁ ବଳି ଯାଇଛି। ବୁଧବାର ଅପରାହ୍ଣରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦିଲ୍ଲୀର ଏକ୍ୟୁଆଇ ପିଏମ୍-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୧୭୮ ରହିଥିଲା ।
ହେଲେ ଏହି ସମୟରେ ଭୁବନେଶ୍ବରର ପିଏମ୍-୨.୫ ଓ ଧୂଳିକଣା ମାତ୍ରା ୨୬୬ରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ଏହା ଆହୁରି ବଢ଼ିଥିବା ଜଣାପଡ଼ିଛି। ସେହିପରି ବାଲେଶ୍ବରରେ ୨୮୫ ଥିବା ବେଳେ ଅନୁଗୁଳରେ ୨୫୫ ଓ ବ୍ୟାସନଗରରେ ୨୪୯ ଥିଲା । ମଙ୍ଗଳବାର ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ଦିଲ୍ଲୀକୁ ପଛରେ ପକାଇ ଏହି ସହରଗୁଡ଼ିକର ବାୟୁ ଅଧିକ ପ୍ରଦୂଷିତ ହୋଇଯାଇଛି । ତେବେ ବୁଧବାର ରାତି ୯ଟା ବେଳକୁ ବ୍ୟାସନଗରର ଏକ୍ୟୁଆଇ ୨୯୦, ଭୁବନେଶ୍ବରରେ ୨୬୭, ତାଳଚେରରେ ୨୫୩ରେ ପହଞ୍ଚିଯାଇଛି। ବାରିପଦାରେ ୧୮୯, କଟକରେ ୧୭୩, ରାଉରକେଲାରେ ୧୮୧ ରହିଥିଲା।