ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।

କଳାହାଣ୍ଡି,୦୧/୦୭ କଳାହାଣ୍ଡି ଜିଲ୍ଲାକୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ରହି ସୋମବାର ନିଜ କର୍ମମୟ ଜୀବନ ରୁ ଅଵସର ନେଇଛନ୍ତି ଓଲମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ସରଜୁ ପ୍ରସାଦ ସାହୁ ଏହି ଅବସରରେ ଗୋଷ୍ଠି ସାଧନ କେନ୍ଦ୍ର ଓ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସଵ ରେ ଶିକ୍ଷକ ଦୁର୍ଯୋଧନ ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି,ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ […] The post ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା। appeared first on Odisha.News.

ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।

କଳାହାଣ୍ଡି,୦୧/୦୭
କଳାହାଣ୍ଡି ଜିଲ୍ଲାକୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ରହି ସୋମବାର ନିଜ କର୍ମମୟ ଜୀବନ ରୁ ଅଵସର ନେଇଛନ୍ତି ଓଲମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ସରଜୁ ପ୍ରସାଦ ସାହୁ ଏହି ଅବସରରେ ଗୋଷ୍ଠି ସାଧନ କେନ୍ଦ୍ର ଓ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସଵ ରେ ଶିକ୍ଷକ ଦୁର୍ଯୋଧନ ନାଏକ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି,ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ଦୁର୍ଯୋଧନ ବାଗ,ବରିଷ୍ଠ ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ଠାକୁର,ମଧୁସୂଦନ ପୁଞ୍ଜି, ପୂର୍ଣ୍ଣଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ଦୀର୍ଘବର୍ଷ ଧରି ଶିକ୍ଷାଦାନ ରେ ବଳିଷ୍ଠ ଯୋଗଦାନ, ଛାତ୍ରଛାତ୍ରୀ ଙ୍କ ପ୍ରତି ଭଲ ପାଇବା ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି କହିବା ସହ ତାଙ୍କ ଅବସର କାଳୀନ ସମୟ ସୁସ୍ଥ ଓ ନିରାମୟ ହେଉ ବୋଳି କହିଥିଲେ। ଏହି ଅବସରରେ ମାନପତ୍ର ଓ ଉତ୍ତରୀୟ ଦେଇ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଅବସରରେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଶିକ୍ଷା ବିଭାଗ ର ଅଧିକାରୀ ଓ ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କୃତଜ୍ଞତା ଜଣାଇବା ସହ ଭାବ ବିହ୍ଵଳ ହୋଇ ପଡ଼ିଥିଲେ।କାର୍ଯ୍ୟକ୍ରମ କୁ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ମଞ୍ଚ ପରିଚାଲନା କରିଥିବା ବେଳେ ଶିକ୍ଷକ ବବୃ ବାହାନ ବିଶି ଧନ୍ୟବାଦ ଅର୍ପଣ କରିଥିଲେ। ବିଦାୟ ସମ୍ବର୍ଦ୍ଧନା ରେ ଶିକ୍ଷକ ସନ୍ଥ ଲାଲ ଛାତ୍ରୀଆ, ବିରଞ୍ଚି ନାରାୟଣ ପାଢ଼ୀ,ରବୀନ୍ଦ୍ର ଶବର, ବିରଞ୍ଚି ବାଗ, ଶିକ୍ଷୟିତ୍ରୀ ରତ୍ନ ମଞ୍ଜରୀ ପାତ୍ର, ଗୀତାଞ୍ଜଳି ଗିରି ଓ ଅନ୍ୟ ଶିକ୍ଷକ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।

The post ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା। appeared first on Odisha.News.