ପ୍ରଧାନମନ୍ତ୍ରୀ ପଦ ପାଇଁ ଅଫର୍‌ ଦେଇଥିଲେ ବିରୋଧୀ ଦଳ ନେତା, ହେଲେ ମୁଁ…

ନୂଆଦିଲ୍ଲୀ,୧୫।୯: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବିବୃତ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଫର୍‌ ଆସିଥିବା ସେ କହିଛନ୍ତି। ବିରୋଧୀ ଦଳର ଜଣେ ବଡ଼ ନେତା ତାଙ୍କୁ ଏହି ଅଫର୍‌ ଦେଇଥିଲେ ବୋଲି ସେ କହିଛନ୍ତି। ଏକ କାର୍ଯ୍ୟକ୍ରମର ଯୋଗଦେଇ ସେ କହିଛନ୍ତି ଯେ, ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ବଡ଼ ନେତା ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ କହିଥିଲେ, ଯଦି ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ […] The post ପ୍ରଧାନମନ୍ତ୍ରୀ ପଦ ପାଇଁ ଅଫର୍‌ ଦେଇଥିଲେ ବିରୋଧୀ ଦଳ ନେତା, ହେଲେ ମୁଁ… appeared first on Dharitri Odia News.

ପ୍ରଧାନମନ୍ତ୍ରୀ ପଦ ପାଇଁ ଅଫର୍‌ ଦେଇଥିଲେ ବିରୋଧୀ ଦଳ ନେତା, ହେଲେ ମୁଁ…

ନୂଆଦିଲ୍ଲୀ,୧୫।୯: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବିବୃତ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଫର୍‌ ଆସିଥିବା ସେ କହିଛନ୍ତି। ବିରୋଧୀ ଦଳର ଜଣେ ବଡ଼ ନେତା ତାଙ୍କୁ ଏହି ଅଫର୍‌ ଦେଇଥିଲେ ବୋଲି ସେ କହିଛନ୍ତି।

ଏକ କାର୍ଯ୍ୟକ୍ରମର ଯୋଗଦେଇ ସେ କହିଛନ୍ତି ଯେ, ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଜଣେ ବଡ଼ ନେତା ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ କହିଥିଲେ, ଯଦି ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ରୁହନ୍ତି ତେବେ ତାଙ୍କୁ ସମର୍ଥନ କରିବେ। କିନ୍ତୁ ସେ ସେହି ମୁହୂର୍ତ୍ତରେ ହିଁ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ସେ ଆହୁରି କହିଛନ୍ତି, ମୁଁ ତାଙ୍କୁ ପଚାରିଥିଲି, ସେ କାହିଁକି ମୋତେ ସମର୍ଥନ କରିବାକୁ ଚାହୁଁଛନ୍ତି? ତା ଛଡ଼ା ମୁଁ କାହିଁକି ତାଙ୍କ ସମର୍ଥନ ନେବି ବୋଲି ପଚାରିଥିଲି।

ପ୍ରଧାନମନ୍ତ୍ରୀ ହେବା ମୋ ଜୀବନର ଲକ୍ଷ୍ୟ ନୁହେଁ। ମୁଁ ମୋର ଧାରଣା ଏବଂ ସଂଗଠନ ପ୍ରତି ବିଶ୍ୱସ୍ତ ରହିବାକୁ ଚାହେଁ। କୌଣସି ବି ପଦବୀ ପାଇଁ ମୁଁ ମୋର ଧାରଣା ତଥା ଚିନ୍ତାଧାରା ସହ କୌଣସି ପ୍ରକାର ବୁଝାମଣା କରିବାକୁ ଚାହେଁନାହିଁ। ସାମ୍ବାଦିକତା ହେଉ କିମ୍ବା ଅମଲାତନ୍ତ୍ର, ଗଣତନ୍ତ୍ରକୁ ମଜବୁତ କରିବାରେ ନୀତିଆଦର୍ଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କହିଛନ୍ତି ନୀତିନ ଗଡକରୀ।

The post ପ୍ରଧାନମନ୍ତ୍ରୀ ପଦ ପାଇଁ ଅଫର୍‌ ଦେଇଥିଲେ ବିରୋଧୀ ଦଳ ନେତା, ହେଲେ ମୁଁ… appeared first on Dharitri Odia News.