ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାଲିଛି ବଡ଼ ଯୋଜନା
କାଠମାଣ୍ଡୁ,୩ା୭(ପି.ଟି.) : ନେପାଳ ପ୍ରଧାନମନ୍ତ୍ରୀ ପଦରୁ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ହଟାଇବା ପାଇଁ ଦୁଇ ବୃହତ୍ ଦଳ ନେପାଳୀ କଂଗ୍ରେସ ଏବଂ ସିପିଏନ୍-ୟୁଏମ୍ଏଲ୍ ମଧ୍ୟରେ ସୋମବାର ରାତିଅଧିଆ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଉକ୍ତ ଡିଲ୍ ଅନୁଯାୟୀ ମେଣ୍ଟ ସରକାର ବଦଳରେ ନୂଆ ଜାତୀୟ ସହମତି ସରକାର ଗଠନ କରାଯିବ। ଅନ୍ୟପକ୍ଷରେ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମଙ୍ଗଳବାର ମନା କରିଦେଇଛନ୍ତି। ନୂଆ ମେଣ୍ଟ ଗଠନ ଲାଗି ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବା […] The post ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାଲିଛି ବଡ଼ ଯୋଜନା appeared first on Dharitri Odia News.
କାଠମାଣ୍ଡୁ,୩ା୭(ପି.ଟି.) : ନେପାଳ ପ୍ରଧାନମନ୍ତ୍ରୀ ପଦରୁ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଙ୍କୁ ହଟାଇବା ପାଇଁ ଦୁଇ ବୃହତ୍ ଦଳ ନେପାଳୀ କଂଗ୍ରେସ ଏବଂ ସିପିଏନ୍-ୟୁଏମ୍ଏଲ୍ ମଧ୍ୟରେ ସୋମବାର ରାତିଅଧିଆ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଉକ୍ତ ଡିଲ୍ ଅନୁଯାୟୀ ମେଣ୍ଟ ସରକାର ବଦଳରେ ନୂଆ ଜାତୀୟ ସହମତି ସରକାର ଗଠନ କରାଯିବ।
ଅନ୍ୟପକ୍ଷରେ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମଙ୍ଗଳବାର ମନା କରିଦେଇଛନ୍ତି। ନୂଆ ମେଣ୍ଟ ଗଠନ ଲାଗି ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବା ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ ୟୁନିଫାଏଡ୍ ମାର୍କ୍ସିଷ୍ଟ ଲେନିନିଷ୍ଟ (ସିପିଏନ୍-ୟୁଏମ୍ଏଲ୍) ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ମଧ୍ୟରେ ବୁଝାମଣା ହୋଇଛି। ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ନାରାୟଣ ପ୍ରକାଶ ସାଉଦ ଏହି ସୂଚନା ଦେଇଛନ୍ତି। ଉକ୍ତ ବୁଝାମଣା ଅନୁଯାୟୀ ୭୮ ବର୍ଷୀୟ ଦେଉବା ଏବଂ ୭୨ ବର୍ଷୀୟ ଓଲି ପାର୍ଲାମେଣ୍ଟର ଅବଶିଷ୍ଟ କାର୍ଯ୍ୟକାଳ ପାଇଁ ପାଳି କରି ପ୍ରଧାନମନ୍ତ୍ରୀ ହେବେ।
ନେପାଳ ପ୍ରତିନିଧି ସଭାରେ ନେପାଳୀ କଂଗ୍ରେସର ୮୯ ସଦସ୍ୟ ରହିଥିବାବେଳ ସିପିଏନ୍-ୟୁଏମ୍ଏଲ୍ର ୭୮ ସଦସ୍ୟ ରହିଛନ୍ତି। ଏହି ଦୁଇ ଦଳର ମୋଟ ସଦସ୍ୟ ସଂଖ୍ୟା ୧୬୭, ଯାହାକି ୨୭୫ ଆସନ ବିଶିଷ୍ଟ ପ୍ରତିନିଧି ସଭାରେ ସଂଖ୍ୟାଗରିଷ୍ଠତା ହାସଲ ପାଇଁ ଯଥେଷ୍ଟ। ଦୁଇ ଦଳ ମଧ୍ୟରେ ନୂଆ ମେଣ୍ଟ ଗଠନ ନେଇ ଶନିବାର ରାତିରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ପରେ ସିପିଏନ୍-ୟୁଏମ୍ଏଲ୍ ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲା। ଅନ୍ୟପକ୍ଷରେ ପ୍ରଚଣ୍ଡ ଇସ୍ତଫା ଦେବା ପରିବର୍ତ୍ତେ ପାର୍ଲାମେଣ୍ଟରେ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ଚାହାନ୍ତି ବୋଲି ତାଙ୍କ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ କହିଛନ୍ତି।
The post ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଚାଲିଛି ବଡ଼ ଯୋଜନା appeared first on Dharitri Odia News.