ପ୍ରଧାନମନ୍ତ୍ରୀ ମୋଦୀଙ୍କ ଛତିଶଗଡ଼ ଗସ୍ତ ପୂର୍ବରୁ ୫୦ ମାଓବାଦୀଙ୍କ ଆତ୍ମସମର୍ପଣ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛତିଶଗଡ଼ ଗସ୍ତର କିଛି ଘଣ୍ଟା ପୂର୍ବରୁ ବିଜାପୁରରେ ୫୦ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଏଥିରୁ ୧୪ ମାଓବାଦୀଙ୍କ ଉପରେ ୬୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମାଓବାଦୀମାନେ କହିଛନ୍ତି, ସେମାନେ ମିଥ୍ୟା ଓ ଅମାନବୀୟ ମାଓବାଦୀ ବିଚାରଧାରା, ବରିଷ୍ଠ କାର୍ଯ୍ୟକର୍ତ୍ତା ଦ୍ଵାରା ଆଦିବାସୀଙ୍କ ଶୋଷଣ ଓ ଆନ୍ଦୋଳନ ଭିତରେ ମତଭେଦ କାରଣରୁ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀମାନେ ରାଜ୍ୟ ପୋଲିସ ଓ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସାମ୍ନାରେ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି। ବିଜାପୁରର ବରିଷ୍ଠ ପୋଲିସ ଅଧିକାରୀ ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି, ନକ୍ସଲମାନେ ସୁରକ୍ଷାବଳ ଦ୍ଵାରା ଶିବିର ଲଗାଇବା ଓ 'ଆପଣଙ୍କ ଭଲ ଗାଁ' ଯୋଜନାରେ ପ୍ରଭାବିତ ହୋଇଛନ୍ତି। ଏହି ଯୋଜନା ଆଧାରରେ ସୁରକ୍ଷାବଳ ଓ ପ୍ରଶାସନ ଦୁର୍ଗମ ଅଞ୍ଚଳରେ ମୌଳିକ ସୁବିଧା ଉପଲବ୍ଧ କରାଉଛନ୍ତି। ଯାଦବ କହିଛନ୍ତି, ଆତ୍ମ ସମର୍ପଣ କରିଥିବା ୫୦ ମାଓବାଦୀଙ୍କ ମଧ୍ୟରୁ ୮-୮ ଲକ୍ଷ ଟଙ୍କା ଓ ତିନି ଜଣଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା।Also read: ନାଗପୁର RSS ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି, ସ୍ମୃତି ମନ୍ଦିରରେ ସଂଘ ପ୍ରତିଷ୍ଠାତାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳିଏହା ବ୍ୟତୀତ ୫ ଜଣ ମାଓବାଦୀଙ୍କ ଉପରେ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ଜି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛତିଶଗଡ଼ ଗସ୍ତର କିଛି ଘଣ୍ଟା ପୂର୍ବରୁ ବିଜାପୁରରେ ୫୦ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଏଥିରୁ ୧୪ ମାଓବାଦୀଙ୍କ ଉପରେ ୬୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମାଓବାଦୀମାନେ କହିଛନ୍ତି, ସେମାନେ ମିଥ୍ୟା ଓ ଅମାନବୀୟ ମାଓବାଦୀ ବିଚାରଧାରା, ବରିଷ୍ଠ କାର୍ଯ୍ୟକର୍ତ୍ତା ଦ୍ଵାରା ଆଦିବାସୀଙ୍କ ଶୋଷଣ ଓ ଆନ୍ଦୋଳନ ଭିତରେ ମତଭେଦ କାରଣରୁ ଆତ୍ମସମର୍ପଣ କରିଛନ୍ତି।
ମାଓବାଦୀମାନେ ରାଜ୍ୟ ପୋଲିସ ଓ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସାମ୍ନାରେ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି। ବିଜାପୁରର ବରିଷ୍ଠ ପୋଲିସ ଅଧିକାରୀ ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି, ନକ୍ସଲମାନେ ସୁରକ୍ଷାବଳ ଦ୍ଵାରା ଶିବିର ଲଗାଇବା ଓ 'ଆପଣଙ୍କ ଭଲ ଗାଁ' ଯୋଜନାରେ ପ୍ରଭାବିତ ହୋଇଛନ୍ତି। ଏହି ଯୋଜନା ଆଧାରରେ ସୁରକ୍ଷାବଳ ଓ ପ୍ରଶାସନ ଦୁର୍ଗମ ଅଞ୍ଚଳରେ ମୌଳିକ ସୁବିଧା ଉପଲବ୍ଧ କରାଉଛନ୍ତି। ଯାଦବ କହିଛନ୍ତି, ଆତ୍ମ ସମର୍ପଣ କରିଥିବା ୫୦ ମାଓବାଦୀଙ୍କ ମଧ୍ୟରୁ ୮-୮ ଲକ୍ଷ ଟଙ୍କା ଓ ତିନି ଜଣଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
Also read: ନାଗପୁର RSS ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦି, ସ୍ମୃତି ମନ୍ଦିରରେ ସଂଘ ପ୍ରତିଷ୍ଠାତାଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି
ଏହା ବ୍ୟତୀତ ୫ ଜଣ ମାଓବାଦୀଙ୍କ ଉପରେ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ଜିଲ୍ଲା ରିଜର୍ଭ ଗାର୍ଡ(ଡିଆରଜି), ବସ୍ତର ଫାଇଟର୍ସ, ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ), ସିଆରପିଏଫ ଓ କୋବରା ଟିମ୍ ମାଓବାଦୀଙ୍କ ଆତ୍ମସମର୍ପଣରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଏସପି କହିଛନ୍ତି, ଆନ୍ଦୋଳନ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ମାଓବାଦୀଙ୍କୁ ସରକାରୀ ନୀତି ଅନୁସାରେ ପୁନର୍ବାସ ଓ ଥଇଥାନ କରାଯିବ। ମାଓବାଦୀଙ୍କ ଏହି ଆତ୍ମସମର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛତିଶଗଡ଼ ଗସ୍ତର କିଛି ଘଣ୍ଟା ପୂର୍ବରୁ ହୋଇଛି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ୩୩ ହଜାର ୭୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।