ପ୍ରଧାନମନ୍ତ୍ରୀ ମୋଦି ବି ତ ପଳାୟନ କରିଛନ୍ତି: ଜବାବ ଦେଲା କଂଗ୍ରେସ
ନୂଆଦିଲ୍ଲୀ,୩।୫:ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି, ଯାହାକି ୨୦୨୪ ଲୋକ ସଭା ନିର୍ବାଚନର ସବୁଠାରୁ ହଟ ସିଟ୍ ବୋଲି କୁହାଯାଉଛି। ଶୁକ୍ରବାର (0୩ ଏପ୍ରିଲ) ରେ ସେ ଏଥିପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସେ ଆମେଠି ଛାଡି ପଳାଇଛନ୍ତି। ଏ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ […] The post ପ୍ରଧାନମନ୍ତ୍ରୀ ମୋଦି ବି ତ ପଳାୟନ କରିଛନ୍ତି: ଜବାବ ଦେଲା କଂଗ୍ରେସ appeared first on Dharitri Odia News.
ନୂଆଦିଲ୍ଲୀ,୩।୫:ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି, ଯାହାକି ୨୦୨୪ ଲୋକ ସଭା ନିର୍ବାଚନର ସବୁଠାରୁ ହଟ ସିଟ୍ ବୋଲି କୁହାଯାଉଛି। ଶୁକ୍ରବାର (0୩ ଏପ୍ରିଲ) ରେ ସେ ଏଥିପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସେ ଆମେଠି ଛାଡି ପଳାଇଛନ୍ତି। ଏ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଯେ ସେ ମଧ୍ୟ ବାରାଣାସୀ ଆସନ ଛାଡି ଆସିଛନ୍ତି।
ସେ କହିଛନ୍ତି, ତାଙ୍କୁ ପଚାରନ୍ତୁ ଯେ ସେ ନିଜେ ତ ପଳାୟନ କରି ବାରାଣାସୀକୁ ଆସିଛନ୍ତି। ଏହେ ଏହି ଓ୍ବାର ପଲଟଓ୍ବାର ଆରମ୍ଭ ହୋଇଛି ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ଏକ ରାଲିରେ ପାରମ୍ପାରିକ ଭାବେ କଂଗ୍ରେସ ଦଳର କବଜା କୁହାଯାଉଥିବା ଆସନ ରାଏବରେଲିରୁ ତାଙ୍କ ନାମାଙ୍କନ ଦାଖଲ କରିବାକୁ ନେଇ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଥିଲେ। ସେ କହିଥିଲେ ଡର ନାହିଁ ପଳାୟନ କର ନାହିଁ। ଏବେ ଏହାକୁ ନେଇ ଖାର୍ଗେ କହିଛନ୍ତି, ମୋଦି ନିଜେ ବାରାଣାସୀକୁ ପଳାୟନ କରୁଛନ୍ତି।
The post ପ୍ରଧାନମନ୍ତ୍ରୀ ମୋଦି ବି ତ ପଳାୟନ କରିଛନ୍ତି: ଜବାବ ଦେଲା କଂଗ୍ରେସ appeared first on Dharitri Odia News.