ସୌରା ପାହାଡ଼ ଡବଲ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଆଜୀବନ

ବ୍ରହ୍ମପୁର, ୧୮।୬ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବହୁ ଚର୍ଚ୍ଚିତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପାଳଝାଢ଼ି ଗ୍ରାମର ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ର ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ ହୋଇଛି। ଉପଯୁକ୍ତ ପ୍ରମାଣ ଆଧାରରେ ବ୍ରହ୍ମପୁର ଏଡିଜେ-୩ ବିବସ୍ବତ ଗୌତମ ୪ଜଣଙ୍କୁ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ସଦର ଥାନା ଅନ୍ତର୍ଗତ କୁକୁ ବୁଡୁ ଦାସ, ଲାଠୀ ଗ୍ରାମର କୁନା ଗୌଡ଼, ମୁଖ୍ୟ ଅଭିଯୁକ୍ତ ଦିଗପହଣ୍ଡି […] The post ସୌରା ପାହାଡ଼ ଡବଲ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଆଜୀବନ appeared first on Dharitri Odia News.

ସୌରା ପାହାଡ଼ ଡବଲ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଆଜୀବନ

ବ୍ରହ୍ମପୁର, ୧୮।୬ (ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବହୁ ଚର୍ଚ୍ଚିତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପାଳଝାଢ଼ି ଗ୍ରାମର ବିଜେଡି ନେତା ସୁଦର୍ଶନ ସୁଆର ଓ ସୁଧୀର ପାତ୍ର ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ ହୋଇଛି। ଉପଯୁକ୍ତ ପ୍ରମାଣ ଆଧାରରେ ବ୍ରହ୍ମପୁର ଏଡିଜେ-୩ ବିବସ୍ବତ ଗୌତମ ୪ଜଣଙ୍କୁ ବୁଧବାର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେମାନେ ହେଲେ ସଦର ଥାନା ଅନ୍ତର୍ଗତ କୁକୁ ବୁଡୁ ଦାସ, ଲାଠୀ ଗ୍ରାମର କୁନା ଗୌଡ଼, ମୁଖ୍ୟ ଅଭିଯୁକ୍ତ ଦିଗପହଣ୍ଡି ଥାନା ଅନ୍ତର୍ଗତ ପାଳଝା ଗରଣର ପ୍ରଶାନ୍ତ ଗୌଡ଼ ଓ ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥ ପୁରର ବି. ଦେବରାଜ ରେଡ୍ଡୀ। ୨୦୨୨ ମସିହାରେ ଉକ୍ତ ଦୁଇ ବିଜେଡି ନେତାଙ୍କୁ ଉକ୍ତ ପାଳଝା ଗ୍ରାମର ପ୍ରଶାନ୍ତ ଗୌଡ଼ ଓ ତାଙ୍କ ସହଯୋଗୀ ମାନେ ହତ୍ୟା କରିଥିଲେ। ଦିଗପହଣ୍ଡି ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ କରି ୮ଜଣଙ୍କୁ ଗିରଫ କରିଥିଲା। ୨୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଏଡିଜେ ଉକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ରଜତ କୁମାର ଦାଶ ମକଦ୍ଦମା ପରିଚାଳନା କରିଥିଲେ।

The post ସୌରା ପାହାଡ଼ ଡବଲ ମର୍ଡର ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣଙ୍କୁ ଆଜୀବନ appeared first on Dharitri Odia News.