ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କର୍ନାଟକରେ କଂଗ୍ରେସ ଯୁଗର ଅନ୍ତ ହେବା ସୁନିଶ୍ଚିତ କରିବୁ: ଦେବେଗୌଡ଼ା
ନୂଆଦିଲ୍ଲୀ,୫।୧: କଂଗ୍ରେସ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍)ର ସୁପ୍ରିମୋ ଏଚ୍.ଡି.ଦେବେଗୌଡ଼ା। କର୍ନାଟକରେ କଂଗ୍ରେସର ସିଦ୍ଧରମେୟା ସରକାର ହିନ୍ଦୁ କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦେବେଗୌଡ଼ା। କଂଗ୍ରେସ ଯୁଗର ଅନ୍ତ ଦେଖିବାକୁ ସେ ଚାହିଁ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କ ଦଳ ଏହା ସୁନିଶ୍ଚିତ କରିବ ବୋଲି ସେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ତେବେ କଂଗ୍ରେସ ଏନ୍ଡିଏର ପରାଜୟ ଏବଂ ରାଜ୍ୟରେ ହେବାକୁ ଥିବା […] The post ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କର୍ନାଟକରେ କଂଗ୍ରେସ ଯୁଗର ଅନ୍ତ ହେବା ସୁନିଶ୍ଚିତ କରିବୁ: ଦେବେଗୌଡ଼ା appeared first on Dharitri Odia News.
ନୂଆଦିଲ୍ଲୀ,୫।୧: କଂଗ୍ରେସ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍)ର ସୁପ୍ରିମୋ ଏଚ୍.ଡି.ଦେବେଗୌଡ଼ା। କର୍ନାଟକରେ କଂଗ୍ରେସର ସିଦ୍ଧରମେୟା ସରକାର ହିନ୍ଦୁ କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦେବେଗୌଡ଼ା। କଂଗ୍ରେସ ଯୁଗର ଅନ୍ତ ଦେଖିବାକୁ ସେ ଚାହିଁ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କ ଦଳ ଏହା ସୁନିଶ୍ଚିତ କରିବ ବୋଲି ସେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ତେବେ କଂଗ୍ରେସ ଏନ୍ଡିଏର ପରାଜୟ ଏବଂ ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ୨୦ ଆସନରେ ବିଜେତା ହେବାର ସ୍ବପ୍ନ ଦେଖି ଏଭଳି କରୁଥିବା ସେ ମଧ୍ୟ କହିଛନ୍ତି।
ଦେବେଗୌଡ଼ା କହିଛନ୍ତି, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ଶ୍ରୀରାମ ନାମ ଜପ କରୁଛନ୍ତି। ସେ ବ୍ରତ ରଖୁଛନ୍ତି। ହେଲେ ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଯାହାଙ୍କୁ କଂଗ୍ରେସ ନିଜର ରାମ ବୋଲି ଭାବୁଛନ୍ତି, ତାଙ୍କ ନାମରେ ଲୋକ ସଭାର ୨୦ ଆସନରେ ବିଜେତା ହେବାକୁ ଚାହୁଁଛି। ହେଲେ ଏହା କେବଳ ଏକ ସ୍ବପ୍ନ ହୋଇ ରହିବ। କର୍ନାଟକରେ ଏହା ସମ୍ଭବ ନୁହେଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆମେ ଆଶାଠାରୁ ଅଧିକ ଆସନରେ ବିଜେତା ହେବୁ। ରାଜ୍ୟବାସୀ ଜନାଦେଶ ଆଣିବେ ବୋଲି ସେ କହିଛନ୍ତି।
ସେହିଭଳି ଆସନ ବଣ୍ଟାଯିବା ପ୍ରଶ୍ନର ଜବାବରେ ସେ କହିଛନ୍ତି, ଆମେ କଂଗ୍ରେସକୁ ହରାଇବାକୁ ଚାହୁଁଛୁ। ଏଣୁ ଏ ସଙ୍କ୍ରାନ୍ତରେ ଅଧିକ ଆଲୋଚନା ହେବ ନାହିଁ। ଆସନ ବଣ୍ଟାଯିବା କଥା ଉପରେ ପରେ ବିଚାର କରାଯିବ। ମୁଁ ଧର୍ମନିରପେକ୍ଷତା ଆଦର୍ଶରେ କୌଣସି ଚୁକ୍ତି ନ କରି ଦେଶ ଶାସନ କରିଥିଲି। ହେଲେ କଂଗ୍ରେସ ଏବଂ ‘ଇଣ୍ଡିଆ’ ମେଣ୍ଟ ମୋର ଅପମାନ କରିଛନ୍ତି। ଏଣୁ ରାଜ୍ୟରେ କଂଗ୍ରେସକୁ ହରାଇବାକୁ ହେବ ବୋଲି ସେ କହିଛନ୍ତି।
The post ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କର୍ନାଟକରେ କଂଗ୍ରେସ ଯୁଗର ଅନ୍ତ ହେବା ସୁନିଶ୍ଚିତ କରିବୁ: ଦେବେଗୌଡ଼ା appeared first on Dharitri Odia News.