ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନୁଭୂତି ବାଣ୍ଟିଲେ ଭାରତୀୟ ଖେଳାଳି
ଟି-୨୦ ବିଶ୍ୱକପ ବିଜେତା ଟିମ ଇଣ୍ଡିଆକୁ ସ୍ୱାଗତ କରିବା ପାଇଁ ଗୁରୁବାର ଜନସମୁଦ୍ର ପାଲଟିଥିଲା ମୁମ୍ବାଇର ମେରାଇନ ଡ୍ରାଇଭ।
ଟି-୨୦ ବିଶ୍ୱକପ ବିଜେତା ଟିମ ଇଣ୍ଡିଆକୁ ସ୍ୱାଗତ କରିବା ପାଇଁ ଗୁରୁବାର ଜନସମୁଦ୍ର ପାଲଟିଥିଲା ମୁମ୍ବାଇର ମେରାଇନ ଡ୍ରାଇଭ। ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ଟିମ ଇଣ୍ଡିଆ ବାର୍ବଡସରୁ ସିଧା ଦିଲ୍ଲୀରେ ଅବତରଣ କରିଥିଲା। ସେଠାରେ ଟିମର ସଦସ୍ୟମାନେ ନିଜ ପରିବାର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ। ବିଶ୍ୱ ବିଜେତା ଦଳର ସଦସ୍ୟମାନଙ୍କ ପାଇଁ ମୋଦି ବ୍ରେକଫାଷ୍ଟର ଆୟୋଜନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସବୁ ଖେଳାଳି ଓ ମୁଖ୍ୟ କୋଚ ରାହୁଲ ଡ୍ରାଭିଡଙ୍କ ସହ କିଛି ସମୟ କଥାବାର୍ତ୍ତା ହୋଇଥିଲେ।