ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ମାଳଦ୍ୱୀପର ୩ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ । ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟ ମନ୍ତ୍ରୀ ମରିୟମ ଶିଆନା, ପରିବହନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ହାସନ ଜିହାନ ଏବଂ ଯୁବ ସଶକ୍ତିକରଣ, ସୂଚନା ଏବଂ କଳା ମନ୍ତ୍ରଣାଳୟ ମନ୍ତ୍ରୀ ମାଲଶା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ସମୟରେ ଶେୟାର ହୋଇଥିବା କିଛି ଫଟୋ […]

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ମାଳଦ୍ୱୀପର ୩ମନ୍ତ୍ରୀ
Untitled 1 20

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ମାଳଦ୍ବୀପର ୩ ମନ୍ତ୍ରୀ ନିଲମ୍ବିତ । ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ଯୁବ ସଶକ୍ତିକରଣ, ସୂଚନା ଓ କଳା ମନ୍ତ୍ରଣାଳୟ ମନ୍ତ୍ରୀ ମରିୟମ ଶିଆନା, ପରିବହନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ହାସନ ଜିହାନ ଏବଂ ଯୁବ ସଶକ୍ତିକରଣ, ସୂଚନା ଏବଂ କଳା ମନ୍ତ୍ରଣାଳୟ ମନ୍ତ୍ରୀ ମାଲଶା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ସମୟରେ ଶେୟାର ହୋଇଥିବା କିଛି ଫଟୋ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଲାକ୍ଷାଦ୍ୱୀପରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ବିରୋଧରେ ଅପମାନଜନକ ଏବଂ ଜାତିବାଦୀ ମନ୍ତବ୍ୟ ଦେଇଥିଲେ ଏହି ୩ ମନ୍ତ୍ରୀ। ଭାରତୀୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ପରେ ଏହି ତିନି ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଛି।