ପ୍ରଧାନମନ୍ତ୍ରୀ ସଡ଼କ ମରଣଯନ୍ତା ପାଲଟିଛି, ଠିକାଦାର ର ଦୃଷ୍ଟି ପଡୁ ନାହିଁ
କଳାହାଣ୍ଡି, ୧୭/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ଗୁଣପୁର ଆର,ଡ଼ି ରାସ୍ତା ଠାରୁ ଯବାଙ୍ଗ କୁ ସଂଯୋଗ ହୋଇ ଥିବା ପ୍ରଧାନମନ୍ତ୍ରୀ ସଡ଼କ ର ପିଚୁ ଉପୁଡ଼ି ପଡ଼ିଲାଣି କିନ୍ତୁ ଠିକାଦାର ନିରବ ଦ୍ରାଷ୍ଟା ସାଜିଥିବା ଅଭିଯୋଗ ହେଉଛି। ନିର୍ମାଣ ସମୟରେ ଅତ୍ୟନ୍ତ ନିମ୍ନ ମାନର କାମ କରାଯାଇ ଥିବା ଯୋଗୁଁ ରାସ୍ତାର ଏଭଳି ପରିସ୍ଥିତି ସମ୍ନାକୁ ଆସିଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି। ମରାମତି ନାଁ ରେ ଆସୁଥିବା […] The post ପ୍ରଧାନମନ୍ତ୍ରୀ ସଡ଼କ ମରଣଯନ୍ତା ପାଲଟିଛି, ଠିକାଦାର ର ଦୃଷ୍ଟି ପଡୁ ନାହିଁ appeared first on Odisha.News.

କଳାହାଣ୍ଡି, ୧୭/୦୩ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ଗୁଣପୁର ଆର,ଡ଼ି ରାସ୍ତା ଠାରୁ ଯବାଙ୍ଗ କୁ ସଂଯୋଗ ହୋଇ ଥିବା ପ୍ରଧାନମନ୍ତ୍ରୀ ସଡ଼କ ର ପିଚୁ ଉପୁଡ଼ି ପଡ଼ିଲାଣି କିନ୍ତୁ ଠିକାଦାର ନିରବ ଦ୍ରାଷ୍ଟା ସାଜିଥିବା ଅଭିଯୋଗ ହେଉଛି। ନିର୍ମାଣ ସମୟରେ ଅତ୍ୟନ୍ତ ନିମ୍ନ ମାନର କାମ କରାଯାଇ ଥିବା ଯୋଗୁଁ ରାସ୍ତାର ଏଭଳି ପରିସ୍ଥିତି ସମ୍ନାକୁ ଆସିଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି। ମରାମତି ନାଁ ରେ ଆସୁଥିବା ଅର୍ଥ କୁ ଠିକାଦାର ଓ ବିଭାଗୀୟ ଅଧିକାରୀ ଆତ୍ମସାତ କରୁଥିବା ଅଭିଯୋଗ ହେଉଛି। ଏହାର ରକ୍ଷଣ ବେକ୍ଷଣ ଅଭାବ ଯୋଗୁଁ ରାସ୍ତାଟି ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି । ଯାହାଫଳରେ ପ୍ରତ୍ୟେକଦିନ ଛୋଟ ବଡ଼ ଦୁର୍ଘଟଣା ଘୋଟି ଏହି ମରଣଯନ୍ତା ପାଲଟିଥିବା ପ୍ରଧାନମନ୍ତ୍ରୀ ସଡ଼କ ରେ ଲୋକଙ୍କ ଜୀବନ ଚାଳିଯାଉ ଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଲୋକେ। ଏଣୁ ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ରାସ୍ତାର ମରାମତି କରିବା ପାଇଁ ଦାବି ହେଉଛି
The post ପ୍ରଧାନମନ୍ତ୍ରୀ ସଡ଼କ ମରଣଯନ୍ତା ପାଲଟିଛି, ଠିକାଦାର ର ଦୃଷ୍ଟି ପଡୁ ନାହିଁ appeared first on Odisha.News.