NEET ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଦୁଇ ସପ୍ତାହ ମଧ୍ୟରେ ଏନଟିଏକୁ ଜବାବ ମାଗିଛନ୍ତି ଉଚ୍ଚତମ ନ୍ୟାୟାଳୟ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ।

NEET ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

NEET ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ପୁଣି ପରୀକ୍ଷା ଦେବେ ଗ୍ରେସ୍ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ । ନଚେତ୍, ଗ୍ରହଣ କରିବାକୁ ପଡିବ ଫାଇନାଲ୍ ମାର୍କ । ବନ୍ଦ ହେବନି କାଉନସେଲିଂ । 

NEET ବିବାଦକୁ ନେଇ ଦେଶବ୍ୟାପୀ ହଇଚଇ ମଧ୍ୟରେ ଏଭଳି କଡ଼ା ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସ୍ପଷ୍ଟ କରିଛନ୍ତି, ଗ୍ରେସ୍ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କୁ ପୁଣି ପରୀକ୍ଷା ଦେବାକୁ ପଡିବ। ତେବେ ଏହି ସମୟରେ କାଉନସେଲିଂ ଜାରି ରହିବ। ଦୁଇ ସପ୍ତାହ ମଧ୍ୟରେ ଏନଟିଏକୁ ଜବାବ ମାଗିଛନ୍ତି ଉଚ୍ଚତମ ନ୍ୟାୟାଳୟ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୮ ତାରିଖରେ ହେବ।