ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍କୁଲ ବନ୍ଦକୁ ଅଭିଭାବକ ମହାସଂଘର ନିନ୍ଦା
ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ବରରେ ସମସ୍ତ ସ୍କୁଲ ବନ୍ଦକୁ ଅଭିଭାବକ ମହାସଂଘର ନିନ୍ଦା । ନିଷ୍ପତ୍ତି ପ୍ରତ୍ୟାହାର... The post ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍କୁଲ ବନ୍ଦକୁ ଅଭିଭାବକ ମହାସଂଘର ନିନ୍ଦା appeared first on .
ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ବରରେ ସମସ୍ତ ସ୍କୁଲ ବନ୍ଦକୁ ଅଭିଭାବକ ମହାସଂଘର ନିନ୍ଦା । ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ସଚିବଙ୍କୁ ଚିଠି ଲେଖିଛି ସଂଘ। ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ କଥା ଚିନ୍ତା ନକରି ଏଭଳି ସ୍କୁଲ ବନ୍ଦକୁ ମହାସଂଘ ତୀବ୍ର ନିନ୍ଦା କରିଛି। ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ କାଲି ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ଭୁବନେଶ୍ୱରର ସମସ୍ତ ସ୍କୁଲ କୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। କିଛି ଘରୋଇ ସ୍କୁଲରେ କାଲି ପରୀକ୍ଷା ମଧ୍ୟ ରହିଛି। ଏଭଳି କାର୍ଯ୍ୟକ୍ରମ ପାଇଁ ସ୍କୁଲ ସହ ପରୀକ୍ଷା ବନ୍ଦ କରାଯିବା କୁ ନେଇ ତୀବ୍ର ସମାଲୋଚନା କରିଛି ଅଭିଭାବକ ମହାସଂଘ।
ଏନେଇ ମହାସଂଘ ର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗଣଶିକ୍ଷା ସଚିବ ଙ୍କୁ ମେଲ ଯୋଗେ ଚିଠି ପଠାଇଛନ୍ତି। ପିଲାମାନଙ୍କ ପାଠପଢା ବନ୍ଦ ନକରିବା ପାଇଁ ସେ ଦାବି କରିଛନ୍ତି। ଗୋଟିଏ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଆସୁଥିବା ବେଳେ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ଛୁଟି ଘୋଷଣାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି ଅଭିଭାବକ ମହାସଂଘ । ଯଦି କୌଣସି ପ୍ରାକୃତିକ ବିପର୍ଯ୍ୟୟ ହୋଇଥାନ୍ତା ତେବେ ବନ୍ଦ ହୋଇଥିଲେ ଚଳିଥାନ୍ତା । କିନ୍ତୁ ଏହି ଯୋଜନାରେ ଶିକ୍ଷାନୁଷ୍ଠାନର କୌଣସି ସମ୍ପର୍କ ନାହିଁ। ସରକାର ରହିଲେ ବାରମ୍ବାର କାର୍ଯ୍ୟକ୍ରମ ହେବ । ଯୋଜନାର ଶୁଭାରମ୍ଭ ହେବ । କେନ୍ଦ୍ର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆସିବେ । ସବୁବେଳେ କଣ ସ୍କୁଲ ବନ୍ଦ ହେବ କି ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ।
The post ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍କୁଲ ବନ୍ଦକୁ ଅଭିଭାବକ ମହାସଂଘର ନିନ୍ଦା appeared first on .