ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଆୟୁଷଙ୍କୁ ଆସିଛି ଚିଠି, ପୂରଣ ହୋଇଛି ଇଚ୍ଛା ଓ ସ୍ୱପ୍ନ

ପୁରୀ: ରିଭର୍ସ ପେଣ୍ଟିଙ୍ଗ କରି ସମଗ୍ର ରାଜ୍ୟରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଆୟୁଷ ମହାପାତ୍ରଙ୍କ ଇଛା ଓ ସ୍ୱପ୍ନ ପୂରଣ ହୋଇଛି । ପୁରୀ ତଥା ଓଡ଼ିଶାର ଗର୍ବ ହୋଇପାରିଛନ୍ତି ଆୟୁଷ । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ଓଲଟା ଚିତ୍ର ଆଙ୍କି ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତ ସମୟରେ ତାଙ୍କୁ ଉପହାର ଦେଇଥିଲେ । ଏବେ ଆୟୁଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଚିଠି ଆସିଛି । ଏଥିପାଇଁ ଆୟୁଷ ଓ ତାଙ୍କ ବାପା ଓ ମା’ଙ୍କ ଖୁସି […] The post ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଆୟୁଷଙ୍କୁ ଆସିଛି ଚିଠି, ପୂରଣ ହୋଇଛି ଇଚ୍ଛା ଓ ସ୍ୱପ୍ନ appeared first on KNews Odisha.

ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଆୟୁଷଙ୍କୁ ଆସିଛି ଚିଠି, ପୂରଣ ହୋଇଛି ଇଚ୍ଛା ଓ ସ୍ୱପ୍ନ

ପୁରୀ: ରିଭର୍ସ ପେଣ୍ଟିଙ୍ଗ କରି ସମଗ୍ର ରାଜ୍ୟରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଆୟୁଷ ମହାପାତ୍ରଙ୍କ ଇଛା ଓ ସ୍ୱପ୍ନ ପୂରଣ ହୋଇଛି । ପୁରୀ ତଥା ଓଡ଼ିଶାର ଗର୍ବ ହୋଇପାରିଛନ୍ତି ଆୟୁଷ । ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ଓଲଟା ଚିତ୍ର ଆଙ୍କି ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତ ସମୟରେ ତାଙ୍କୁ ଉପହାର ଦେଇଥିଲେ । ଏବେ ଆୟୁଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଚିଠି ଆସିଛି । ଏଥିପାଇଁ ଆୟୁଷ ଓ ତାଙ୍କ ବାପା ଓ ମା’ଙ୍କ ଖୁସି କହିଲେ ନସରେ ।

ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମଚନ୍ଦ୍ର, ଦୁନିଆର ସର୍ବଶ୍ରେଷ୍ଠ ପୁରୁଷ ଏବଂ ମନୁଷ୍ୟ ସମାଜର ତ୍ରାଣକର୍ତ୍ତା । ଏ ଦୁନିଆରେ ଏମିତି କେହିବି ନଥିବେ ଯିଏକି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ବିଷୟରେ ଜାଣିନଥିବେ । ଅଯୋଧ୍ୟାରେ ଭବ୍ୟ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ପୁରୀର ଯୁବ ଶିଳ୍ପୀ ଆୟୁଷ ମହାପାତ୍ର ରିଭର୍ସ ପେଣ୍ଟିଂ କରି ଚର୍ଚ୍ଚାର ପରିସରକୁ ଆସିଥିଲେ । ସେ ଏହି ଚିତ୍ର ମାଧ୍ୟମରେ ଜୟ ଶ୍ରୀରାମ ବାର୍ତ୍ତା ଦେଇଥିଲେ । ଓଲଟା ଦ୍ରୁତଗାମୀ ଚିତ୍ରଶିଳ୍ପୀ ଆୟୁଷ ନିଜ ପେଣ୍ଟିଙ୍ଗରେ ଶ୍ରୀରାମ ଲାଲାଙ୍କୁ ଅଙ୍କନ କରିଥିଲେ । ଏହାକୁ କରିବାକୁ ତାଙ୍କୁ ମାତ୍ର ୯ ମିନିଟ୍ ୩୦ ସେକେଣ୍ଡ ସମୟ ଲାଗିଥିଲା । ସେ ହୃଦୟରୁ ରାମଙ୍କୁ ସ୍ମରଣ କରି ଶ୍ରୀରାମଙ୍କ ଭଜନ ସହିତ ପେଣ୍ଟିଙ୍ଗକୁ ଶେଷ କରିଥିଲେ । ଆଉ ପେଣ୍ଟିଙ୍ଗକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ରୋଡ ସୋ’ ବେଳେ ବହୁ ପ୍ରତିବନ୍ଧକ ସତ୍ତ୍ୱେ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଆୟୁଷ ନିଜ ଘରେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଏକ ପେଣ୍ଟିଙ୍ଗ କରୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ନିକଟକୁ ଫୋନ କଲ ଆସିଥିଲା । ରାମଲାଲାଙ୍କ ଏହି ଚିତ୍ର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଦେଖି ତାଙ୍କୁ ପ୍ରଶଂସା କରିଛନ୍ତି । ୨୫ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆୟୁଷଙ୍କ ନିକଟକୁ ଚିଠି ଆସିଛି । ଏହି ଚିତ୍ର ତାଙ୍କ ହୃଦୟକୁ ଛୁଇଁଥିବା ଓ ଆଗକୁ ବଢ଼ିବା ପାଇଁ ଶକ୍ତି ଯୋଗାଇଥିବା ଚିଠିରେ ଉଲ୍ଲେଖ ହୋଇଛି । କଳା ଓ ସଂସ୍କୃତିର ରାଜ୍ୟ ଓଡ଼ିଶାର ପ୍ରତ୍ୟେକଙ୍କ ଭିତରେ କଳା ନୈପୁଣ୍ୟତା ଭରି ରହିଥିବା ଓ ଓଡିଶା ଉତ୍କୃଷ୍ଟ କଳାର ରାଜ୍ୟ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି । ଏଥିସହ ସେ ଆୟୁଷଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

ଆୟୁଷଙ୍କ ଏହି ପେଣ୍ଟିଂ ସମସ୍ତ ଭକ୍ତଙ୍କ ହ୍ରୁଦୟକୁ ଛୁଇଁଥିଲା । ଜିଲ୍ଲା, ରାଜ୍ୟ ,ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ଆୟୁଷ ୨୦୨୦ ସେପ୍ଟେମ୍ବର ୧୧ ତାରିଖରେ ଓଲଟା ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ । ତାଙ୍କୁ ଆହୁରି ସଫଳତା ମିଳୁ ତାହା ହିଁ ସମସ୍ତଙ୍କ କାମନା ।

The post ପ୍ରଧାନମନ୍ତ୍ରୀଙ୍କ ନିକଟରୁ ଆୟୁଷଙ୍କୁ ଆସିଛି ଚିଠି, ପୂରଣ ହୋଇଛି ଇଚ୍ଛା ଓ ସ୍ୱପ୍ନ appeared first on KNews Odisha.