ରାତି ଅଧରେ ଓଲଟିଲା ଆମ୍ବ ଟ୍ରକ୍, ମଣିଷପଣିଆ ଦେଖାଇଲେ ଖାକି ବର୍ଦ୍ଦି ତଳେ ଥିବା ନରମ ହୃଦୟ

ଭୁବନେଶ୍ୱର : ରାତି ଅନେକ ଗଡ଼ି ଗଲାଣି। ତଥାପି ରାଜଧାନୀ ରାଜରାସ୍ତାରେ ସାଏଁ ସାଏଁ ଚାଲି ଥାଏ ଗାଡ଼ି ମୋଟର l ହେଲେ ରସୁଲଗଡ ଓଭର ବ୍ରିଜ ଉପରେ ଗାଡି ସବୁ ଅଟକି ରହିଥାଏ l କିଛି ପୋଲିସ ଗାଡି ମଧ୍ୟ ଠିଆ ହୋଇଥାଏ ସେଠି l କିଛି ଘଟିଛି ନିଶ୍ଚୟ । ନହେଲେ ପୋଲିସ୍ କାହିଁକି ଆସିଥାନ୍ତା ? କଣ ହୋଇଛି ଏଇଠି ? କାହିଁକି ଅଟକିଛି ଏହି ଗାଡ଼ି? ଆମେ ପହଞ୍ଚିଗଲୁ ଘଟଣଶ ସ୍ଥଳରେ […] The post ରାତି ଅଧରେ ଓଲଟିଲା ଆମ୍ବ ଟ୍ରକ୍, ମଣିଷପଣିଆ ଦେଖାଇଲେ ଖାକି ବର୍ଦ୍ଦି ତଳେ ଥିବା ନରମ ହୃଦୟ appeared first on KNews Odisha.

ରାତି ଅଧରେ ଓଲଟିଲା ଆମ୍ବ ଟ୍ରକ୍, ମଣିଷପଣିଆ ଦେଖାଇଲେ ଖାକି ବର୍ଦ୍ଦି ତଳେ ଥିବା ନରମ ହୃଦୟ

ଭୁବନେଶ୍ୱର : ରାତି ଅନେକ ଗଡ଼ି ଗଲାଣି। ତଥାପି ରାଜଧାନୀ ରାଜରାସ୍ତାରେ ସାଏଁ ସାଏଁ ଚାଲି ଥାଏ ଗାଡ଼ି ମୋଟର l ହେଲେ ରସୁଲଗଡ ଓଭର ବ୍ରିଜ ଉପରେ ଗାଡି ସବୁ ଅଟକି ରହିଥାଏ l କିଛି ପୋଲିସ ଗାଡି ମଧ୍ୟ ଠିଆ ହୋଇଥାଏ ସେଠି l କିଛି ଘଟିଛି ନିଶ୍ଚୟ । ନହେଲେ ପୋଲିସ୍ କାହିଁକି ଆସିଥାନ୍ତା ? କଣ ହୋଇଛି ଏଇଠି ? କାହିଁକି ଅଟକିଛି ଏହି ଗାଡ଼ି? ଆମେ ପହଞ୍ଚିଗଲୁ ଘଟଣଶ ସ୍ଥଳରେ । …

ଭୁବନେଶ୍ୱର ରସୁଲଗଡ ଓଭର ବ୍ରିଜ ପଳାଶୁଣୀ ପୂର୍ବରୁ ଦେଖିବାକୁ ମିଳିଲା ଗୋଟିଏ ମିନି ଟ୍ରକ ଓଲଟି ପଡିଛି ମିନି l ଡ୍ରାଇଭରଙ୍କ ସହ କଥା ହେଲୁ । ଜାଣିବାକୁ ମିଳିଲା କି ଅନ୍ୟ ଗୋଟିଏ ଗାଡିକୁ ବଞ୍ଚାଇବାକୁ ଯାଇ ନିଜେ ଦୁର୍ଘଟଣାର ଶିକାର ହୋଇଛନ୍ତି l ଗୋଟିଏ କ୍ରେନ୍ ଓ ଆଉ କିଛି ଲୋକ ମିଶି ମିନି ଟ୍ରକରେ ତାର ଲଗାଇ ସାଇଡ କରିବାରେ ଲାଗିଥାନ୍ତି l କେତେଜଣ ଟ୍ରାଫିକ ପୋଲିସ ଏବଂ ସହଯୋଗୀ ମିଶି ଗାଡ଼ି ମୋଟର ନିୟନ୍ତ୍ରଣ କରୁଥାନ୍ତି । ଯେମିତି କଟକ ଅଭିମୁଖେ ରାସ୍ତାରେ ଜାମ୍ ନରହିବ, ଟ୍ରାଫିକ ସମସ୍ୟା ଉପୁଯିବ ନାହିଁ ଏବଂ ଅନ୍ୟ ଗାଡ଼ିଗୁଡିକ କେମିତି ସୁରୁଖୁରୁରେ ଯାଇ ପାରିବ ସେଥିରେ ଲାଗି ପଡ଼ିଥାନ୍ତି । ….ତେବେ ଏଭଳି ଗାଡ଼ି ଓଲଟିଵା କିଛି ନୂଆ କଥା ନୁହେଁ l ହେଲେ ଆଉ ଯାହା ଦେଖିଲୁ ତାହା ହିଁ ସବୁଠାରୁ ଆଲୋଚନାର ବିଷୟ l

ଓଲଟି ପଡିଥିବା ମିନି ଟ୍ରକଟିରେ ଆମ୍ବ ବୋଝେଇ ହୋଇ ଗାଞ୍ଜାମରୁ କୁଆଖିଆ ଯାଉଥିଲା l ପାଖାପାଖି ମିନି ଟ୍ରକରେ ତିନି ଟନର ଆମ୍ବ ଥିଲା l ଟ୍ରକଟି ଓଲଟି ପଡ଼ିବା ଫଳରେ ଆମ୍ବ ସବୁ ବିଛେଇ ହୋଇ ପଡିଥାଏ l ଆଉ ପୋଲିସ ମଧ୍ୟ ଘଟଣା ସ୍ଥଳରେ ଥାଆନ୍ତି l ମିନି ଟ୍ରକ ଚାଳକଙ୍କୁ କହୁଥାନ୍ତି ଲୋକ ଡକାଇ ଶୀଘ୍ର ରାସ୍ତା ଖାଲି କରିବାକୁ l ହେଲେ ଚାଳକ ଜଣଙ୍କ ଅନେକ ଚେଷ୍ଟା କଲେ ଆଉ ଶେଷରେ ନିରୁପାୟ ହୋଇ ନିଜେ ଆମ୍ବ ସବୁ ଟ୍ରେ ଭିତରେ ରଖିବା ଆରମ୍ଭ କଲେ l ଏତେ ଗୁଡ଼ାଏ ଆମ୍ବ ଅନେକ ସମୟ ଲାଗିବ । ଏଣେ କିଛି ଲୋକଙ୍କ ନଜର ରହିଛି l ପୋଲିସ୍ ନଥିଲେ ହୁଏତ ଆମ୍ବ ଗାୟବ ହୋଇ ଯାଇଥାନ୍ତା । ତେଣୁ ପୋଲିସ ଏସଆଇ ଭାଇ ଜଣଙ୍କ ଚାଳକର ପରିସ୍ଥିତିକୁ ଦେଖି ଆଉ ସମ୍ଭାଳି ରହି ପାରିଲେ ନାହିଁ l ନିଜେ ସାଉଁଟିଵା ଆରମ୍ଭ କଲେ l ଥରକୁ ଥର ଆମ୍ବ ସବୁକୁ ରାସ୍ତା ଉପରୁ ଗୋଟାଇ ଗୋଟିଏ ଗୋଟିଏ ଟ୍ରେରେ ରଖୁଥାନ୍ତି l ତାଙ୍କ ଦେଖା ଦେଖି ଅନ୍ୟ ପୋଲିସ ଟ୍ରାଫିକ ଭାଇମାନେ ଏବଂ କିଛି ଲୋକ ସେମିତି ସାହାଯ୍ୟ କରିବା ଆରମ୍ଭ କରି ଦେଲେ l ତେବେ ଏତେ ଆମ୍ବ ତଳେ ପଡ଼ିଛି ଯେ ବହୁତ ସମୟ ଲାଗିବ କିନ୍ତୁ ସେମାନେ ଏକଥା ଚିନ୍ତା କରୁ ନଥାନ୍ତି l କେଵଳ ଗୋଟିଏ ଚିନ୍ତା କେମିତି ଆମ୍ବ ସବୁ ସାଉଁଟା ହୋଇ ଯତ୍ନରେ ରହିବ l ଏମିତି ଅନେକ ସମୟ ଯାଏ ଆମ୍ବ ଗୋଟାଇ ଚାଲିଲେ ପୋଲିସ ଭାଇ l … କହିଲେ ଦେଖି, ଏ ଦୃଶ୍ୟ ଆପଣଙ୍କ ମନକୁ କିଭଳି ଭାବନା ଆଣୁଛି ?

ଅନେକ ସମୟରେ ଲୋକେ ଖାକି ବର୍ଦ୍ଦିବାଲାଙ୍କୁ ନିର୍ଦ୍ଦୟ ବୋଲି କହିଥାନ୍ତି । ଭିନ୍ନ ନଜରରେ ଦେଖିଥାନ୍ତି । କିନ୍ତୁ ଏହି ଖାକି ତଳେ ବି ଲୁଚି ରହିଛି ମାନବିକତା । କାରଣ ପୋଷାକ ବଦଳି ଗଲେ ଯେ ଆମ ଭଳି ସେମାନେ ମଣିଷ ନୁହନ୍ତି ଭାବିବା ଭୁଲ । ବିପଦ ବେଳେ ଏହି ପୋଲିସ ହିଁ ଆମର ସହାୟତା କରିଥାଏ l ଏଇ ରାତି ସମୟରେ ଚାଳକଙ୍କର ଆଉ ଆମ୍ବର ଅବସ୍ଥା କଣ ଯେ ହୋଇଥାନ୍ତା ? ଯଦି ଏ ପୋଲିସ ଭାଇ ନଥାନ୍ତେ । ଖାଲି ସେତିକି ନୁହେଁ ଯେଉଁ ମହାନ ହୃଦୟର ପରିଚୟ ଦେଇଛନ୍ତି ଏମାନେ ତାକୁ ସମସ୍ତେ ବୁଝିବା ଦରକାର l ସେମାନେ ଦିନରାତି ଆମରି ସୁରକ୍ଷା ଓ ସେବାରେ ଲାଗିଛନ୍ତି । ତେଣୁ କିଛି କର୍ମଚାରୀଙ୍କ ପାଇଁ ପୂରା ବିଭାଗକୁ ଦାୟୀ କରିବା, ବଦନାମ ଦେବା ଠିକ୍ ନୁହେଁ । କାରଣ ସେହି ଖାକି ବର୍ଦ୍ଦି ତଳେ ରହିଛି ଏକ ମଣିଷର ହୃଦୟ । ଯାହା ଏହି ଦୃଶ୍ୟ ବୟାନ୍ କରୁଛି । ସେଥିପାଇଁ ଏହି ପୋଲିସ ଭାଇ ଏବଂ ସହଯୋଗୀମାନଙ୍କୁ କେନ୍ୟୁଜ ସଲାମ୍ କରୁଛି ଓ ଧନ୍ୟବାଦ ଦେଉଛି ।

Also Read:ପୂର୍ଣ୍ଣିମାଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ, ଶ୍ବଶୁର ଘର ଲୋକେ ଥାନାରେ ଅଟକ

The post ରାତି ଅଧରେ ଓଲଟିଲା ଆମ୍ବ ଟ୍ରକ୍, ମଣିଷପଣିଆ ଦେଖାଇଲେ ଖାକି ବର୍ଦ୍ଦି ତଳେ ଥିବା ନରମ ହୃଦୟ appeared first on KNews Odisha.