ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ପାଇଁ ଉପହାର କିଣନ୍ତି କିଏ, ଜାଣନ୍ତୁ କେତେ ହୁଏ ଖର୍ଚ୍ଚ?
ନୂଆଦିଲ୍ଲୀ ୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ଦେଶ ଯାତ୍ରା ପରେ ଭାରତ ଫେରିଆସିଲେଣି। ସେ ୨ରୁ ୯ ଜୁଲାଇ ପର୍ଯ୍ୟନ୍ତ ଘାନା, ତ୍ରିନିଦାଦ ଆଣ୍ଡ ଟୋବେଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଓ ନାମିବ୍ୟା ଗସ୍ତରେ ଥିଲେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ସବୁ ଦେଶଙ୍କ ରାଷ୍ଟ୍ର ମୁଖ୍ୟଙ୍କ ନିମନ୍ତେ କିଛିନା କିଛି ମୂଲ୍ୟବାନ ଉପହାର ମଧ୍ୟ ନେଇଥିଲେ। ଏହି ସବୁ ଉପହାର ଦେଶର ଅଲଗା ଅଲଗା ରାଜ୍ୟରୁ ମଗା ଯାଇଥିଲା। ଯେଉଁଥିରେ ସେହି ସବୁ ରାଜ୍ୟଙ୍କ ଐତିହ୍ୟ ଓ ସଂସ୍କୃତିର ଝଲକ ଥିଲା। ତେବେ ବିଦେଶ ଗସ୍ତକାଳରେ ରାଷ୍ଟ୍ରମୁଖ୍ୟଙ୍କ ନିମନ୍ତେ ଉପହାର ନେଇ ଯିବା ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ନିମନ୍ତେ ଖାସ ଉପହାର ନେଇଯାଇଥିଲେ। ଏଥିରୁ ପ୍ରଧାନମନ୍ତ୍ରୀ ଯେବେ ବି ବିଦେଶ ଗସ୍ତରେ ଯାଆନ୍ତି ରାଷ୍ଟ୍ରମୁଖ୍ୟଙ୍କ ନିମନ୍ତେ ବିଭିନ୍ନ ପ୍ରକାରର ଉପହାର ନେଇ ଯାଉଥିବା ସ୍ପଷ୍ଟ ହୋଇଯାଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହି ଉପହାର କିଣନ୍ତି କିଏ? ନା ପ୍ରଧାନମନ୍ତ୍ରୀ ତାଙ୍କ ବେତନରୁ ଏହି ସବୁ ଉପହାର କିଣନ୍ତି ଆସନ୍ତୁ ଜାଣିବା। ପ୍ରଧାନମନ୍ତ୍ରୀ ତାଙ୍କ ୫ ଦିବସୀୟ ବିଦେଶ ଗସ୍ତ କାଳରେ ଅଲଗା ଅଲଗା ଦେଶର ମୁଖ୍ୟଙ୍କ ନିମନ୍ତେ ଅଲଗା ଅଲଗା ଖାସ ଉପହାର ନେଇ ଯାଇଥିଲେ। ଏଥିରେ ସେ ପ୍ରଥମେ ଘାନା ପହଞ୍ଚି ଥିଲେ। ଘାନା ରାଷ୍ଟ୍ରମୁଖ୍ୟଙ୍କ
ନୂଆଦିଲ୍ଲୀ ୧୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ଦେଶ ଯାତ୍ରା ପରେ ଭାରତ ଫେରିଆସିଲେଣି। ସେ ୨ରୁ ୯ ଜୁଲାଇ ପର୍ଯ୍ୟନ୍ତ ଘାନା, ତ୍ରିନିଦାଦ ଆଣ୍ଡ ଟୋବେଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଓ ନାମିବ୍ୟା ଗସ୍ତରେ ଥିଲେ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ସବୁ ଦେଶଙ୍କ ରାଷ୍ଟ୍ର ମୁଖ୍ୟଙ୍କ ନିମନ୍ତେ କିଛିନା କିଛି ମୂଲ୍ୟବାନ ଉପହାର ମଧ୍ୟ ନେଇଥିଲେ। ଏହି ସବୁ ଉପହାର ଦେଶର ଅଲଗା ଅଲଗା ରାଜ୍ୟରୁ ମଗା ଯାଇଥିଲା। ଯେଉଁଥିରେ ସେହି ସବୁ ରାଜ୍ୟଙ୍କ ଐତିହ୍ୟ ଓ ସଂସ୍କୃତିର ଝଲକ ଥିଲା।
ତେବେ ବିଦେଶ ଗସ୍ତକାଳରେ ରାଷ୍ଟ୍ରମୁଖ୍ୟଙ୍କ ନିମନ୍ତେ ଉପହାର ନେଇ ଯିବା ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ନିମନ୍ତେ ଖାସ ଉପହାର ନେଇଯାଇଥିଲେ। ଏଥିରୁ ପ୍ରଧାନମନ୍ତ୍ରୀ ଯେବେ ବି ବିଦେଶ ଗସ୍ତରେ ଯାଆନ୍ତି ରାଷ୍ଟ୍ରମୁଖ୍ୟଙ୍କ ନିମନ୍ତେ ବିଭିନ୍ନ ପ୍ରକାରର ଉପହାର ନେଇ ଯାଉଥିବା ସ୍ପଷ୍ଟ ହୋଇଯାଇଛି। ତେବେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହି ଉପହାର କିଣନ୍ତି କିଏ? ନା ପ୍ରଧାନମନ୍ତ୍ରୀ ତାଙ୍କ ବେତନରୁ ଏହି ସବୁ ଉପହାର କିଣନ୍ତି ଆସନ୍ତୁ ଜାଣିବା।
ପ୍ରଧାନମନ୍ତ୍ରୀ ତାଙ୍କ ୫ ଦିବସୀୟ ବିଦେଶ ଗସ୍ତ କାଳରେ ଅଲଗା ଅଲଗା ଦେଶର ମୁଖ୍ୟଙ୍କ ନିମନ୍ତେ ଅଲଗା ଅଲଗା ଖାସ ଉପହାର ନେଇ ଯାଇଥିଲେ। ଏଥିରେ ସେ ପ୍ରଥମେ ଘାନା ପହଞ୍ଚି ଥିଲେ। ଘାନା ରାଷ୍ଟ୍ରମୁଖ୍ୟଙ୍କ ସହ ସାକ୍ଷାତ କାଳରେ ପ୍ରଧାନମନ୍ତ୍ରୀ ତାଙ୍କୁ ରୂପା ଜଡିତ ଫୁଲଦାନୀ ଉପହାର ଦେଇଥିଲ, ଯାହା କର୍ଣ୍ଣାଟକ ବିଦରର ପାରମ୍ପରିକ କଳାକୃତି। ସେହିପରି ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ରୂପା ତାରକସିରେ ତିଆରି ପର୍ସ ଉପହାର ଦେଇଥିଲେ। ତ୍ରିନିଦାଦ ଓ ଟୋବେଗୋ ପ୍ରଧାନମନ୍ତ୍ରୀଙ୍କୁ ମୋଦି ରାମ ମନ୍ଦିରର ପ୍ରତିକୃତି ଉପହାରରେ ଦେଇଥିଲେ। ସେହିପରି ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କୁ ରୂପାର ବାଘ ଓ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ମହାରାଷ୍ଟ୍ରର ପାରମ୍ପରିକ ପେଟିଂ ଉପହାର ଦେଇଥିଲେ।
କୌଣସି ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଏପରି ଉପହାର ଦିଆଯିବା ପଛରେ ଦେଶଙ୍କ ଦ୍ୱିପାକ୍ଷୀୟ ସମ୍ପର୍କ ଉନ୍ନତି କରିବାର ଉଦ୍ଦେଶ୍ୟ ନିହିତ ଥାଏ। ଏଣୁ କେଉଁ ରାଷ୍ଟ୍ର ମୁଖ୍ୟଙ୍କୁ କେଉଁ ଉପହାର ଦିଆଯିବ ତାହାର ବ୍ୟବସ୍ଥା ବୈଦେଶିକ ମନ୍ତ୍ରାଳୟର ପ୍ରୋଟକଲ ବିଭାଗ ବ୍ୟବସ୍ଥା କରିଥାଏ। ଏକ ଆରଟିଆଇ ରିପୋର୍ଟ ଅନୁସାରେ ରାଷ୍ଟ୍ରମୁଖ୍ୟମାନଙ୍କୁ ଦିଆଯାଉଥିବା ଉପହାରର ବ୍ୟୟ ସରକାରୀ ବଜେଟରୁ ବହନ ହୋଇଥାଏ।