ୟୁଜବେନ୍ଦ୍ର ଚହଲଙ୍କ ନିକଟରେ ଇତିହାସ ରଚିବାର ସୁଯୋଗ, ୨୦୦ ଓ୍ଵିକେଟ୍ ନେବାରେ ହେବେ ପ୍ରଥମ ବୋଲର

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ନିକଟରେ ରାଜସ୍ଥାନ ରୟାଲ୍ସ ବନାମ ଗୁଜରାଟ ଟାଇଟନ୍ସ ମ୍ୟାଚ୍‌ରେ ଏକ ବଡ଼ ଉପଲବ୍ଧି ହାସଲ କରିବାର ସୁଯୋଗ ରହିଛି। ଜୟପୁର ସଓ୍ଵାଇ ମାନସିଂ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ମ୍ୟାଚ୍ ଚହଲଙ୍କ ପାଇଁ ଖାସ୍ ହେବାକୁ ଯାଉଛି। କାରଣ ଏହି ମଇଦାନରେ ଚହଲ ନିଜର ୧୫୦ତମ ମ୍ୟାଚ୍ ଖେଳିବେ।  ଆଇପିଏଲ ୨୦୨୨ରେ ରାଜସ୍ଥାନରେ ଯୋଗ ଦେବା ପୂର୍ବରୁ ଚହଲ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳି ସାରିଛନ୍ତି। ଚହଲ ବୁଧବାର ଆଇପିଏଲ୍‌ରେ ୨୦୦ ଓ୍ଵିକେଟ୍ ନେବାରେ ପ୍ରଥମ ବୋଲର ହେବାର ରେକର୍ଡ କରି ପାରନ୍ତି।Also read: IPL ନିୟମରେ ବଡ଼ ପରିବର୍ତ୍ତନ ଚାହୁଁଛନ୍ତି ଫ୍ରାଞ୍ଚାଇଜ, ୪ ବଦଳରେ ଚାହାନ୍ତି ଏତିକି ଖେଳାଳିରାଜସ୍ଥାନ ରୟାଲ୍ସର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଏହି ଉପଲବ୍ଧି ହାସଲ ପାଇଁ ଆଉ ୫ ଓ୍ଵିକେଟ ଦରକାର। ୧୪୯ଟି ମ୍ୟାଚ୍‌ରୁ ଚହଲ ୧୯୫ ଓ୍ଵିକେଟ୍ ନେଇ ସାରିଛନ୍ତି। ସେ ଆରସିବି ପକ୍ଷରୁ ୧୧୩ ମ୍ୟାଚ୍ ଖେଳି ୧୩୯ ଓ୍ଵିକେଟ୍ ଅକ୍ତିକାର କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ପାଇଁ ଏ ପର୍ଯ୍ୟନ୍ତ ୩୫ଟି ମ୍ୟାଚ୍ ଖେଳି ୫୬ ଓ୍ଵିକେଟ୍ ନେଇଛନ୍ତି। ମୁମ୍ବାଇ ପକ୍ଷରୁ ୨୦୧୩ରେ ସେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲେ। ଆଇପିଏଲ୍ ୨୦୨୨ରେ ପର୍ପଲ କ୍ୟାପ୍ ଜିତିଥିବା ୟୁଜବେନ୍ଦ୍ର ଚହଲଙ୍କ ଆଇପିଏଲ୍ ୨୦୨୪ରେ ମଧ୍ୟ ଦମଦାର ଫର୍ମରେ ଅଛନ୍ତି। ଚଳିତ ସଂସ୍

ୟୁଜବେନ୍ଦ୍ର ଚହଲଙ୍କ ନିକଟରେ ଇତିହାସ ରଚିବାର ସୁଯୋଗ, ୨୦୦ ଓ୍ଵିକେଟ୍ ନେବାରେ ହେବେ ପ୍ରଥମ ବୋଲର

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ନିକଟରେ ରାଜସ୍ଥାନ ରୟାଲ୍ସ ବନାମ ଗୁଜରାଟ ଟାଇଟନ୍ସ ମ୍ୟାଚ୍‌ରେ ଏକ ବଡ଼ ଉପଲବ୍ଧି ହାସଲ କରିବାର ସୁଯୋଗ ରହିଛି। ଜୟପୁର ସଓ୍ଵାଇ ମାନସିଂ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ମ୍ୟାଚ୍ ଚହଲଙ୍କ ପାଇଁ ଖାସ୍ ହେବାକୁ ଯାଉଛି। କାରଣ ଏହି ମଇଦାନରେ ଚହଲ ନିଜର ୧୫୦ତମ ମ୍ୟାଚ୍ ଖେଳିବେ।  ଆଇପିଏଲ ୨୦୨୨ରେ ରାଜସ୍ଥାନରେ ଯୋଗ ଦେବା ପୂର୍ବରୁ ଚହଲ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳି ସାରିଛନ୍ତି। ଚହଲ ବୁଧବାର ଆଇପିଏଲ୍‌ରେ ୨୦୦ ଓ୍ଵିକେଟ୍ ନେବାରେ ପ୍ରଥମ ବୋଲର ହେବାର ରେକର୍ଡ କରି ପାରନ୍ତି।

Also read: IPL ନିୟମରେ ବଡ଼ ପରିବର୍ତ୍ତନ ଚାହୁଁଛନ୍ତି ଫ୍ରାଞ୍ଚାଇଜ, ୪ ବଦଳରେ ଚାହାନ୍ତି ଏତିକି ଖେଳାଳି

ରାଜସ୍ଥାନ ରୟାଲ୍ସର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଏହି ଉପଲବ୍ଧି ହାସଲ ପାଇଁ ଆଉ ୫ ଓ୍ଵିକେଟ ଦରକାର। ୧୪୯ଟି ମ୍ୟାଚ୍‌ରୁ ଚହଲ ୧୯୫ ଓ୍ଵିକେଟ୍ ନେଇ ସାରିଛନ୍ତି। ସେ ଆରସିବି ପକ୍ଷରୁ ୧୧୩ ମ୍ୟାଚ୍ ଖେଳି ୧୩୯ ଓ୍ଵିକେଟ୍ ଅକ୍ତିକାର କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ପାଇଁ ଏ ପର୍ଯ୍ୟନ୍ତ ୩୫ଟି ମ୍ୟାଚ୍ ଖେଳି ୫୬ ଓ୍ଵିକେଟ୍ ନେଇଛନ୍ତି। ମୁମ୍ବାଇ ପକ୍ଷରୁ ୨୦୧୩ରେ ସେ ମାତ୍ର ଗୋଟିଏ ମ୍ୟାଚ୍ ଖେଳିଥିଲେ। 

ଆଇପିଏଲ୍ ୨୦୨୨ରେ ପର୍ପଲ କ୍ୟାପ୍ ଜିତିଥିବା ୟୁଜବେନ୍ଦ୍ର ଚହଲଙ୍କ ଆଇପିଏଲ୍ ୨୦୨୪ରେ ମଧ୍ୟ ଦମଦାର ଫର୍ମରେ ଅଛନ୍ତି। ଚଳିତ ସଂସ୍କରଣରେ ୪ଟି ମ୍ୟାଚ୍ ଖେଳି ୮ ଓ୍ଵିକେଟ୍ ନେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ ୪ ଓଭର ବୋଲିଂ କରି ୧୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଥିଲେ। 

ଆଇପିଏଲ୍‌ରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର

ୟୁଜବେନ୍ଦ୍ର ଚହଲ- ୧୪୯ ମ୍ୟାଚ୍, ୧୯୫ ଓ୍ଵିକେଟ୍

ଡ୍ଵେନ ବ୍ରାଭୋ- ୧୬୧ ମ୍ୟାଚ୍, ୧୮୩ ଓ୍ଵିକେଟ୍

ପୀୟୂଷ ଚାଓ୍ଵଲା- ୧୮୫ ମ୍ୟାଚ୍, ୧୮୧ ଓ୍ଵିକେଟ୍

ଅମିତ ମିଶ୍ର- ୧୬୧ ମ୍ୟାଚ୍, ୧୭୩ ଓ୍ଵିକେଟ୍

ଭୁବନେଶ୍ଵର କୁମାର- ୧୬୫ ମ୍ୟାଚ୍, ୧୭୩ ଓ୍ଵିକେଟ୍

ରବିଚନ୍ଦ୍ରନ ଅଶ୍ଵିନ- ୨୦୧ ମ୍ୟାଚ୍, ୧୭୨ ଓ୍ଵିକେଟ୍