ପ୍ରଧାନମନ୍ତ୍ରୀଙ୍କ ରୋଷେଇ କଳାକୁ ପସନ୍ଦ କଲେ ସ୍ତ୍ରୀ

ଲଣ୍ଡନ,୬।୩: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ରୋଷେଇ କଳାକୁ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତୀ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟରେ ବ୍ୟସ୍ତ ରହିଲେ ଋଷି ରୋଷେଇ ଘରେ ବିତାଇବାକୁ ଅଧିକ ସମୟ ପାଆନ୍ତି ନାହିଁ। କିନ୍ତୁ ସେ ଭଲ ରୋଷେଇ କରନ୍ତି ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ‘ଗ୍ରାଜିଆ’ ମହିଳା ମାଗାଜିନ୍‌କୁ ଦିଆଯାଇଥିବା ସାକ୍ଷାତକାରରେ ଅକ୍ଷତା ଏହା କହିଛନ୍ତି। ଅକ୍ଷତା କହିଛନ୍ତି, ଋଷି ଜଣେ ଭଲ ରୋଷେୟା, ମୁଁ ନିଜେ ରୋଷେଇ କରିବାକୁ […] The post ପ୍ରଧାନମନ୍ତ୍ରୀଙ୍କ ରୋଷେଇ କଳାକୁ ପସନ୍ଦ କଲେ ସ୍ତ୍ରୀ appeared first on Dharitri Odia News.

ପ୍ରଧାନମନ୍ତ୍ରୀଙ୍କ ରୋଷେଇ କଳାକୁ ପସନ୍ଦ କଲେ ସ୍ତ୍ରୀ

ଲଣ୍ଡନ,୬।୩: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ରୋଷେଇ କଳାକୁ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତୀ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟରେ ବ୍ୟସ୍ତ ରହିଲେ ଋଷି ରୋଷେଇ ଘରେ ବିତାଇବାକୁ ଅଧିକ ସମୟ ପାଆନ୍ତି ନାହିଁ। କିନ୍ତୁ ସେ ଭଲ ରୋଷେଇ କରନ୍ତି ବୋଲି ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ‘ଗ୍ରାଜିଆ’ ମହିଳା ମାଗାଜିନ୍‌କୁ ଦିଆଯାଇଥିବା ସାକ୍ଷାତକାରରେ ଅକ୍ଷତା ଏହା କହିଛନ୍ତି।
ଅକ୍ଷତା କହିଛନ୍ତି, ଋଷି ଜଣେ ଭଲ ରୋଷେୟା, ମୁଁ ନିଜେ ରୋଷେଇ କରିବାକୁ ମଧ୍ୟ ବହୁତ ଉତ୍ସାହିତ, କିନ୍ତୁ ଋଷି ମୋ ଅପେକ୍ଷା ଭଲ ରାନ୍ଧନ୍ତି। ସୁନକ ପରିଷ୍କାର ପରିଚ୍ଛନ୍ନତାକୁ ଅଧିକ ପସନ୍ଦ କରନ୍ତି। ଏପରିକି ସକାଳୁ ଉଠିବା ପରେ ସେ ବେଡ୍‌ ସଜାଡିବାରେ ବ୍ୟସ୍ତ ଥାନ୍ତି।

The post ପ୍ରଧାନମନ୍ତ୍ରୀଙ୍କ ରୋଷେଇ କଳାକୁ ପସନ୍ଦ କଲେ ସ୍ତ୍ରୀ appeared first on Dharitri Odia News.