ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଚିଠି: ମନମୋହନ ସିଂହଙ୍କ ପାଇଁ ସ୍ୱତନ୍ତ୍ର ସ୍ମୃତି ପୀଠ ନିର୍ମାଣ ହେଉ
ନୂଆଦିଲ୍ଲୀ: ଦିମ୍ବଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଏକ ସ୍ୱତନ୍ତ୍ର ସ୍ମୃତିପୀଠ କରିବା ପାଇଁ ଚାହୁଁଛି କଂଗ୍ରେସ। ଏଥିପାଇଁ ଦଳ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛି। ଗୁରୁବାର(ଡିସେମ୍ବର ୨୬) ରାତି ୯.୫୧ ବେଳେ ଭାରତୀୟ ଅର୍ଥନୀତିର କୌଟିଲ୍ୟ ଡ. ମନମୋହନ ସିଂହଙ୍କର ୯୨ ବର୍ଷ ବୟସରେ ବିୟୋଗ ହୋଇଛି। ତାଙ୍କ ବିୟୋଗରେ ଦେଶରେ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଆସନ୍ତାକଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଦେଶ ଅର୍ଥନୀତିର ବିକାଶ ପୁରୁଷ, ମହାନ ଜନ ନେତା ମନମୋହନଙ୍କର ଏକ ସ୍ୱତନ୍ତ୍ର ସ୍ମୃତି ପୀଠ ନିର୍ମାଣ ପାଇଁ କଂଗ୍ରେସ ଦାବି କରିଛି। ଏନେଇ କଂଗ୍ରେସ ସେକ୍ରେଟେରୀ ଅବିନାଶ ପାଣ୍ଡେ ସୂଚନା ଦେଇଛନ୍ତି। ସ୍ମୃତି ପୀଠ ନିର୍ମାଣ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ମନମୋହନଙ୍କ ପରିବାର କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ବୋଲି ଅବିନାଶ ପାଣ୍ଡେ କହିଛନ୍ତି। ଏନେଇ ଶୁକ୍ରବାର ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଡିସେମ୍ବର ୨୮ ତାରିଖରେ ମନମୋହନଙ୍କର ଅନ୍ତିମ କ୍ରିୟା ପାଇଁ ଏକ ସ୍ମୃତି ପୀଠ ଦିଆଯାଉ। ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିବା ଖଡ଼ଗେ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି “ ପ୍ରଧାନମନ୍ତ୍ରୀଙ୍କୁ ମୁଁ ଅନୁରୋଧ କଲି ଯେ ଡ. ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଏକ ପବ
ନୂଆଦିଲ୍ଲୀ: ଦିମ୍ବଗତ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଏକ ସ୍ୱତନ୍ତ୍ର ସ୍ମୃତିପୀଠ କରିବା ପାଇଁ ଚାହୁଁଛି କଂଗ୍ରେସ। ଏଥିପାଇଁ ଦଳ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛି। ଗୁରୁବାର(ଡିସେମ୍ବର ୨୬) ରାତି ୯.୫୧ ବେଳେ ଭାରତୀୟ ଅର୍ଥନୀତିର କୌଟିଲ୍ୟ ଡ. ମନମୋହନ ସିଂହଙ୍କର ୯୨ ବର୍ଷ ବୟସରେ ବିୟୋଗ ହୋଇଛି। ତାଙ୍କ ବିୟୋଗରେ ଦେଶରେ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଆସନ୍ତାକଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
ଦେଶ ଅର୍ଥନୀତିର ବିକାଶ ପୁରୁଷ, ମହାନ ଜନ ନେତା ମନମୋହନଙ୍କର ଏକ ସ୍ୱତନ୍ତ୍ର ସ୍ମୃତି ପୀଠ ନିର୍ମାଣ ପାଇଁ କଂଗ୍ରେସ ଦାବି କରିଛି। ଏନେଇ କଂଗ୍ରେସ ସେକ୍ରେଟେରୀ ଅବିନାଶ ପାଣ୍ଡେ ସୂଚନା ଦେଇଛନ୍ତି। ସ୍ମୃତି ପୀଠ ନିର୍ମାଣ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ମନମୋହନଙ୍କ ପରିବାର କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି ବୋଲି ଅବିନାଶ ପାଣ୍ଡେ କହିଛନ୍ତି।
ଏନେଇ ଶୁକ୍ରବାର ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଡିସେମ୍ବର ୨୮ ତାରିଖରେ ମନମୋହନଙ୍କର ଅନ୍ତିମ କ୍ରିୟା ପାଇଁ ଏକ ସ୍ମୃତି ପୀଠ ଦିଆଯାଉ। ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିବା ଖଡ଼ଗେ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି “ ପ୍ରଧାନମନ୍ତ୍ରୀଙ୍କୁ ମୁଁ ଅନୁରୋଧ କଲି ଯେ ଡ. ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଏକ ପବିତ୍ର ସ୍ଥାନରେ କରାଯାଉ। ଯାହାକୁ ଏକ ସ୍ମାରକୀ ସ୍ଥଳ ହେବ।” ପୂର୍ବ ପରମ୍ପରାରେ ମଧ୍ୟ ଏହା ରହିଛି ବୋଲି ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ସୂଚାଇଛନ୍ତି।
ତେବେ କଂଗ୍ରେସର ଦାବି ଉପରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ଏଇଠି କହି ରଖୁଛୁ ଯେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ହିଁ ଅଲଗା ଭାବେ ସ୍ମୃତି ସ୍ଥାନ ଦାବିରେ ବାଧା ସୃଷ୍ଟି କରିଥିଲେ। ଜାଗା ଅଭାବକୁ ଦୃଷ୍ଟିରେ ରଖି ୟୁପିଏ ସରକାର ୨୦୧୩ ରେ ରାଜ ଘାଟରେ ଏକ ସାଧାରଣ ସ୍ମୃତିସ୍ଥାନ ରାଷ୍ଟ୍ରିୟ ସ୍ମୃତି ସ୍ଥଳ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ।
ଏମିତିରେ ବି ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିହ୍ମା ରାଓଙ୍କୁ ଅପମାନିତ କରିବାର ବଦନାମ କଂଗ୍ରେସ ମୁଣ୍ଡରେ ରହିଛି। କାରଣ ତାଙ୍କ ଦଳ କୌଣସି ବି ସ୍ୱତନ୍ତ୍ର ସ୍ମୃତି ପୀଠ ନିର୍ମାଣ କରି ନାହିଁ। ଶ୍ରୀ ରାଓ ନେହରୁ-ଗାନ୍ଧୀ ପରିବାରରୁ ନ ହୋଇ ମଧ୍ୟ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରା କରିଥିଲେ। ସେ ପ୍ରଥମ ପ୍ରଧାନମନ୍ତ୍ରୀ, ଯାହାଙ୍କର ଦିଲ୍ଲୀରେ ଅଲଗା ଭାବେ କୌଣସି ସ୍ମୃତି ପୀଠ ନାହିଁ। ୨୦୦୪ ଡିସେମ୍ବରରେ ତାଙ୍କ ମୃତ୍ୟୁ ପରେ କଂଗ୍ରେସ ତାଙ୍କ ପାର୍ଥିବ ଶରୀରକୁ ଏଆଇସିସି ମୁଖ୍ୟାଳୟରେ ପ୍ରବେଶ କରିବାକୁ ଦେଇ ନଥିଲା। ସେହି କଂଗ୍ରେସ ଏବେ ମନମୋହନଙ୍କ ପାଇଁ ସ୍ୱତନ୍ତ୍ର ସ୍ମୃତି ପୀଠ ଦାବି କରିବା ଶାସକ ଦଳ ପାଇଁ ସମାଲୋଚନା ପ୍ରସଙ୍ଗ ହୋଇପାରେ।
ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ୨୦୧୫ରେ ନରସିହ୍ମା ରାଓଙ୍କ ପାଇଁ ଏକତା ସ୍ଥଳ ସମାଧି ପରିସରରେ ଏକ ସ୍ମୃତି ପୀଠ ନିର୍ମାଣ କରାଯାଇଛି। କେବଳ ସେତିକି ନୁହେଁ, ଶ୍ରୀ ରାଓଙ୍କୁ ଚଳିତ ବର୍ଷ ଆରମ୍ଭରେ ମୋଦୀ ସରକାର ଭାରତ ରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି।