ବଜାରରେ ଛିଡ଼ା ହୋଇଥିଲେ, ପୂର୍ବଶତ୍ରୁତାରୁ ମରଣାନ୍ତକ ଆକ୍ରମଣ

ପାରାଦୀପ ୨୭।୧୦ : ପୂର୍ବଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ । ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ ବଜାରରେ ପୂର୍ବଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ମରଣାନ୍ତ୍ରକ ଆକ୍ରମଣ ହୋଇଛି । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ପାରାଦୀପ ଗଡ଼ ବଜାରରେ ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି । ବଜାରରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ ଆଉ ଦୁଇ ଜଣ ଯୁବକ। ଗୁରୁତର ଯୁବକ ଜଣଙ୍କ ହେଲେ ରାକେଶ ପରିଡା। ତାଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ରାକେଶଙ୍କ ମାଆ ଥାନାରେ ଦେଇଥିବା ଏତଲା ଅନୁସାରେ ତାଙ୍କ ପୁଅକୁ ଗଣେଶ ଦାସ ଓ ମାନସ ଦାସ ଲୁହା ରଡ଼ରେ ଆକ୍ରମଣ କରିଥିଲେ। ରାକେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣା ନେଇ ଲକ୍ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

ବଜାରରେ ଛିଡ଼ା ହୋଇଥିଲେ, ପୂର୍ବଶତ୍ରୁତାରୁ ମରଣାନ୍ତକ ଆକ୍ରମଣ

ପାରାଦୀପ ୨୭।୧୦ : ପୂର୍ବଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ । ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ ବଜାରରେ ପୂର୍ବଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ମରଣାନ୍ତ୍ରକ ଆକ୍ରମଣ ହୋଇଛି । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ପାରାଦୀପ ଗଡ଼ ବଜାରରେ ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ମରଣାନ୍ତକ ଆକ୍ରମଣ ହୋଇଛି । ବଜାରରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ ଆଉ ଦୁଇ ଜଣ ଯୁବକ। ଗୁରୁତର ଯୁବକ ଜଣଙ୍କ ହେଲେ ରାକେଶ ପରିଡା। ତାଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ରାକେଶଙ୍କ ମାଆ ଥାନାରେ ଦେଇଥିବା ଏତଲା ଅନୁସାରେ ତାଙ୍କ ପୁଅକୁ ଗଣେଶ ଦାସ ଓ ମାନସ ଦାସ ଲୁହା ରଡ଼ରେ ଆକ୍ରମଣ କରିଥିଲେ। ରାକେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣା ନେଇ ଲକ୍ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।