ପ୍ରବଳ ଗରମ ଯୋଗୁ ତରଳିଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରତିମୂର୍ତ୍ତି

ଓ୍ବାଶିଂଟନ୍‌,୨୬।୬: ଆଜିକାଲି ଆମେରିକାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଗ୍ରୀଷ୍ମ ମଝିରେ ୱାଶିଂଟନ ଡିସିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ୬ ଫୁଟ ଉଚ୍ଚର ମହମ ପ୍ରତିମୂର୍ତ୍ତି ତରଳି ଯାଇଛି। ତରଳିବା କାରଣରୁ ଲିଙ୍କନଙ୍କ ପ୍ରତିମୂର୍ତ୍ତିର ଆକାର ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ୱାଶିଂଟନ ଡିସିର ଏକ ପ୍ରାଥମିକ ବିଦ୍ୟାଳୟ ବାହାରେ ଆବ୍ରାହମ ଲିଙ୍କନଙ୍କ ଏକ ମହମ ପ୍ରତିମୂର୍ତ୍ତି […] The post ପ୍ରବଳ ଗରମ ଯୋଗୁ ତରଳିଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରତିମୂର୍ତ୍ତି appeared first on Dharitri Odia News.

ପ୍ରବଳ ଗରମ ଯୋଗୁ ତରଳିଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରତିମୂର୍ତ୍ତି

ଓ୍ବାଶିଂଟନ୍‌,୨୬।୬: ଆଜିକାଲି ଆମେରିକାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଗ୍ରୀଷ୍ମ ମଝିରେ ୱାଶିଂଟନ ଡିସିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ ୬ ଫୁଟ ଉଚ୍ଚର ମହମ ପ୍ରତିମୂର୍ତ୍ତି ତରଳି ଯାଇଛି। ତରଳିବା କାରଣରୁ ଲିଙ୍କନଙ୍କ ପ୍ରତିମୂର୍ତ୍ତିର ଆକାର ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି।
ୱାଶିଂଟନ ଡିସିର ଏକ ପ୍ରାଥମିକ ବିଦ୍ୟାଳୟ ବାହାରେ ଆବ୍ରାହମ ଲିଙ୍କନଙ୍କ ଏକ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଉତ୍ତାପ ହେତୁ ଲିଙ୍କନଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ ତରଳି ଯାଇଥିଲା। ଅବ୍ରହାମ ଲିଙ୍କନଙ୍କ ତରଳି ଯାଇଥିବା ପ୍ରତିମୂର୍ତ୍ତିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ୱାଶିଂଟନ ଡିସିରେ ତାପମାତ୍ରା ପ୍ରାୟ ୩୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ମହମ ପ୍ରତିମୂର୍ତ୍ତି ଉତ୍ତାପ ସହି ନ ପାରି ତରଳିଗଲା। ଏହି ପ୍ରତିମୂର୍ତ୍ତିକୁ ଆମେରିକୀୟ କଳାକାର ସାଣ୍ଡି ୱିଲିୟମ୍ସ ଚତୁର୍ଥଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ଚଳିତ ବର୍ଷ ଫେବୃଆରୀରେ ଉତ୍ତର-ପଶ୍ଚିମ ୱାଶିଂଟନରେ ଥିବା ସ୍କୁଲ କ୍ୟାମ୍ପସ ବାହାରେ ସ୍ଥାପନ କରାଯାଇଥିଲା।

The post ପ୍ରବଳ ଗରମ ଯୋଗୁ ତରଳିଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରତିମୂର୍ତ୍ତି appeared first on Dharitri Odia News.