ବିରାଟ କୋହଲି କିଏ, ମୁଁ ଚିହ୍ନିନାହିଁ: କାହିଁକି ଏମିତି କହିଲେ ମହାନ ଫୁଟବଲ୍ର
ନୂଆଦିଲ୍ଲୀ,୧୧।୭: ଭେଟେରାନ ଫୁଟବଲର୍ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଚିହ୍ନିବାକୁ ମନା କରି ଦେଇଛନ୍ତି। ଏକ ସାକ୍ଷାତକାରରେ ସ୍ବିଡେନର ଷ୍ଟାର ଫୁଟବଲର୍ ଜ୍ଲାଟାନ ଇବ୍ରାହିମୋଭିକ୍ କହିଛନ୍ତି, ମୁଁ ବିରାଟ କୋହଲି ନାଁରେ କାହାକୁ ଜାଣି ନାହିଁ। କ୍ରିକେଟ କେବେ ଦେଖି ନାହିଁ, ତେଣୁ ସେ ଏହି ନାମରେ ବ୍ୟକ୍ତିଙ୍କୁ ଜାଣେ ନାହିଁ। ଟି-୨୦ ବିଶ୍ୱକପ ଜିତିବା ପରେ ବିରାଟ କୋହଲି ଏହି ଫର୍ମାଟକୁ ବିଦାୟ ଦେଇଛନ୍ତି। କୋହଲିଙ୍କୁ ବର୍ତ୍ତମାନ ଟେଷ୍ଟ ଏବଂ ଦିନିକିଆ […] The post ବିରାଟ କୋହଲି କିଏ, ମୁଁ ଚିହ୍ନିନାହିଁ: କାହିଁକି ଏମିତି କହିଲେ ମହାନ ଫୁଟବଲ୍ର appeared first on Dharitri Odia News.
ନୂଆଦିଲ୍ଲୀ,୧୧।୭: ଭେଟେରାନ ଫୁଟବଲର୍ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଚିହ୍ନିବାକୁ ମନା କରି ଦେଇଛନ୍ତି। ଏକ ସାକ୍ଷାତକାରରେ ସ୍ବିଡେନର ଷ୍ଟାର ଫୁଟବଲର୍ ଜ୍ଲାଟାନ ଇବ୍ରାହିମୋଭିକ୍ କହିଛନ୍ତି, ମୁଁ ବିରାଟ କୋହଲି ନାଁରେ କାହାକୁ ଜାଣି ନାହିଁ। କ୍ରିକେଟ କେବେ ଦେଖି ନାହିଁ, ତେଣୁ ସେ ଏହି ନାମରେ ବ୍ୟକ୍ତିଙ୍କୁ ଜାଣେ ନାହିଁ।
ଟି-୨୦ ବିଶ୍ୱକପ ଜିତିବା ପରେ ବିରାଟ କୋହଲି ଏହି ଫର୍ମାଟକୁ ବିଦାୟ ଦେଇଛନ୍ତି। କୋହଲିଙ୍କୁ ବର୍ତ୍ତମାନ ଟେଷ୍ଟ ଏବଂ ଦିନିକିଆ କ୍ରିକେଟରେ ଦେଖିବାକୁ ମିଳିବ। ବିରାଟ ତାଙ୍କ ପରିବାର ସହିତ ଲଣ୍ଡନରେ ଅଛନ୍ତି।
ଆମେରିକାର ସୋସିଆଲ ମିଡିଆ ତାରକା ଡାରେନ ଜାସନ ୱାଟକିନ୍ସ ଜୁନିଅର ଏବଂ ଜ୍ଲାଟାନ ଇବ୍ରାହିମୋଭିକ୍ଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଦୁହେଁ ଏକ କାରରେ ବସିଛନ୍ତି। ଏହି ସମୟରେ, ଡାରେନ ଇବ୍ରାହିମୋଭିକ୍ଙ୍କୁ ପଚାରିଥିଲେ କି ସେ ବିରାଟ କୋହଲିଙ୍କୁ ଜାଣିଛନ୍ତି କି? ଏହା ଉପରେ ଇବ୍ରାହିମୋଭିକ୍ଙ୍କ କିଛି ସମୟ ଚିନ୍ତା କରିବା ପରେ ଜ୍ଲାଟାନ କହିଥିଲେ, ବିରାଟ କୋହଲି କିଏ? ମୁଁ କ୍ରିକେଟ ମଧ୍ୟ ଦେଖେ ନାହିଁ, କୋହଲିଙ୍କୁ ଛାଡିଦିଅ। ମୁଁ କାହାକୁ ଅପମାନ କରିବାକୁ ଚାହେଁ ନାହିଁ, କିନ୍ତୁ ଏହି ବ୍ୟକ୍ତି କିଏ ମୁଁ ଜାଣେ ନାହିଁ।
The post ବିରାଟ କୋହଲି କିଏ, ମୁଁ ଚିହ୍ନିନାହିଁ: କାହିଁକି ଏମିତି କହିଲେ ମହାନ ଫୁଟବଲ୍ର appeared first on Dharitri Odia News.