ପ୍ରବଳ ଗରମରୁ ପୁଲିଂ ଅଧିକାରୀ ଚେତା ଶୂନ୍ୟ, ଡାକ୍ତରଖାନାରେ ଭର୍ତ୍ତି
ପାଟଣା : ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ମଙ୍ଗଳପୁର ବୁଥରେ ଆଜି ଭୋଟ ଗ୍ରହଣ ସରିବା ପରେ ଅଧିକାରୀମାନେ ଗ୍ରହଣ କରାଯାଇଥିବା ଭୋଟ ତଦାରଖ କରିବା ପାଇଁ ଗୃହର ଝରକା କବାଟ ବନ୍ଦ କରି କାମ କରୁଥିଲେ। ଏହି ସମୟରେ ଜଣେ ପୁଲିଂ ଅଧିକାରୀ ଚେତାଶୂନ୍ୟ ହୋଇପଡି ଯାଇଥିଲେ। ଏଠାରେ ପ୍ରଥମ ପୁଲିଂ ଅଧିକାରୀ ଭାବେ କାର୍ଯ୍ୟରତ ବିଞ୍ଜ ବାହାଳ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଜଗବନ୍ଧୁ ନାଏକ ପ୍ରବଳ ଗରମ ହେବା କାରଣରୁ ଚେତା ଶୂନ୍ୟ […]

ପାଟଣା : ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ମଙ୍ଗଳପୁର ବୁଥରେ ଆଜି ଭୋଟ ଗ୍ରହଣ ସରିବା ପରେ ଅଧିକାରୀମାନେ ଗ୍ରହଣ କରାଯାଇଥିବା ଭୋଟ ତଦାରଖ କରିବା ପାଇଁ ଗୃହର ଝରକା କବାଟ ବନ୍ଦ କରି କାମ କରୁଥିଲେ। ଏହି ସମୟରେ ଜଣେ ପୁଲିଂ ଅଧିକାରୀ ଚେତାଶୂନ୍ୟ ହୋଇପଡି ଯାଇଥିଲେ। ଏଠାରେ ପ୍ରଥମ ପୁଲିଂ ଅଧିକାରୀ ଭାବେ କାର୍ଯ୍ୟରତ ବିଞ୍ଜ ବାହାଳ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଜଗବନ୍ଧୁ ନାଏକ ପ୍ରବଳ ଗରମ ହେବା କାରଣରୁ ଚେତା ଶୂନ୍ୟ ହୋଇପଡ଼ିଥିଲେ। ୧୦୮ ଯୋଗେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି।