ପ୍ରବଳ ଜାଡ ପରେ ବର୍ଷା କରିବ ଅସ୍ତବ୍ୟସ୍ତ
ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ଜାଡ ପରେ ବର୍ଷା କରିବ ଅସ୍ତବ୍ୟସ୍ତ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ... The post ପ୍ରବଳ ଜାଡ ପରେ ବର୍ଷା କରିବ ଅସ୍ତବ୍ୟସ୍ତ appeared first on .
ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ଜାଡ ପରେ ବର୍ଷା କରିବ ଅସ୍ତବ୍ୟସ୍ତ। ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପଶ୍ଚିମା ଝଡ ପ୍ରଭାବରେ ବର୍ଷା ନେଇ ଆକଳନ କରାଯାଇଛି। ଗତ ୩ ଦିନ ଧରି ରାଜ୍ୟରେ ରାଜ୍ କରୁଥିଲା ଶୀତ। ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ସମେତ ଜଗତସିଂହପୁରରେ ପ୍ରବଳ ଶୀତ ଲହରୀ ଜାରି ରହିଥିଲା। ଗତ କାଲି ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରୀ ରହିଥିବା ବେଳେ, ଆଜି ବି ସମାନ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ଗତ କାଲି ରାଜ୍ୟର ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତାଠୁ ତଳେ ରହିଥିବା ବେଳେ, ଆଜି ବି ସମାନ ରହିଥିଲା।
ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ବଦଳିବା ସହ କିଛି ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କୋହଲା ପାଗ ସହ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। କାଲି ଗଞ୍ଜାମ ଗଜପତିରେ ହାଲୁକା ବର୍ଷା ସମ୍ଭାବନା ଥିବା ବେଳେ, ୧୯ ତାରିଖରେ ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ୨୦ ଏବଂ ୨୧ ତାରିଖରେ ପ୍ରବଳ ବର୍ଷା ନେଇ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ଏବଂ ବଲାଙ୍ଗୀର ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ନେଇ ସତର୍କତା ଜାରି କରାଯାଇଛି।
ବର୍ତ୍ତମାନ ରାଜ୍ୟରେ ଧାନ ଅମଳ ସମୟ ହୋଇଥିବାରୁ ଅମଳ ଧାନକୁ ଜରିପାଲରେ ଘୋଡାଇ ସୁରକ୍ଷିତ ରଖିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କୋହଲା ପାଗ ସହ ବର୍ଷା ଜାରି ରହିବ। ବର୍ଷା ପ୍ରଭାବରେ ରାଜ୍ୟକୁ ପୁର୍ବ ଦିଗ ବା ଦକ୍ଷିଣ ପୁର୍ବ ଦିଗରୁ ପବନ ପ୍ରବାହିତ ହେବ ।ଏହାରି ପ୍ରଭାବରେ ଦକ୍ଷିଣ ବଙ୍ଗୋପ ସାଗରୁ କିଛି ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ହେଲେ ଶୀତର ପ୍ରଭାବ ବେଶି କମିବନି । ଲୋକେ ଶୀତ ଅନୁଭବ କରିବେ । କାରଣ ଦିନ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ପବନ ମଧ୍ୟ ପ୍ରବାହିତ ହେବ । ବର୍ଷା ଓ କୋହଳା ପାଗ ଦ୍ବାରା ଦିନରେ ଲୋକେ ଅଧିକ ଶୀତ ଅନୁଭବ କରିବେ । ଏହିପରି ସ୍ଥିତି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହିବ। ୨୨ ପରେ ରାଜ୍ୟରେ ପୁଣି କମିବ ରାତି ତାପମାତ୍ର ।
The post ପ୍ରବଳ ଜାଡ ପରେ ବର୍ଷା କରିବ ଅସ୍ତବ୍ୟସ୍ତ appeared first on .