ପ୍ରବଳ ବର୍ଷା ନେଇ ୨୮ ଯାଏ ଆଲର୍ଟ, ଚିନ୍ତାରେ ଗଞ୍ଜାମ ଜିଲ୍ଲାର ଶତାଧିକ ମତ୍ସ୍ୟଜୀବୀ

ଛତ୍ରପୁର: ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏ ସମୟରେ ପବନର ବେଗ ଅଧିକ ରହିବା ସହ ସମୁଦ୍ର ଅଶାନ୍ତ ରହିବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।ଏମିତିରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି। ହେଲେ ଏହା ଯୋଗୁ ବିଶେଷ ପ୍ରଭାବ ପଡ଼ିଛି ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ। ସମୁଦ୍ରକୁ ଭିତରକୁ ମାଛ ମାରିବା ପାଇଁ ଯାଇପାରୁନାହାନ୍ତି ଗଞ୍ଜାମ ଜିଲ୍ଲାର ୨୭ ଖଣ୍ଡ ମତ୍ସ୍ୟଜୀବୀ ଗାଁ। ନୁଆଗାଁ, ପୋଡମପେଟା, ପ୍ରୟାଗି, କଣ୍ଟିଆଗଡ଼ ଆଦି ଅଞ୍ଚଳର ମତ୍ସ୍ୟଜୀବୀମାନେ ସମୁଦ୍ର ଅଶାନ୍ତ ହେବାଯୋଗୁ ସମୁଦ୍ରକୁ ମାଛ ମାରିବାକୁ ଯାଇପାରୁନାହାନ୍ତି | ଯାହାଫଳରେ ଏହି ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ ବିଶେଷ ପ୍ରବାହ ପଡିବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି ।   ଅନ୍ୟ ପକ୍ଷରେ ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସାଗର ମିତ୍ରମାନଙ୍କ ଦ୍ବାରା ସଚେତନ କରାଯାଉଛି | ସମୁଦ୍ର ଆସାନ୍ତ ରହିବ ତେଣୁ ମତ୍ସ୍ୟଜୀବୀମାନେ ଆସନ୍ତା ୨୯ ତାରିଖ ତଥା ପରବର୍ତ୍ତୀ ନିର୍ଦେଶ ନଆସିବା ପର୍ଯ୍ୟନ୍ତ ମାଛ ଧରିବାକୁ ଯିବାକୁ ବାରଣ କରୁଛନ୍ତି। ଏହା ସହ ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ଫେରି ଆସିବାକୁ ସାଗର ମିତ୍ର

ପ୍ରବଳ ବର୍ଷା ନେଇ ୨୮ ଯାଏ ଆଲର୍ଟ, ଚିନ୍ତାରେ ଗଞ୍ଜାମ ଜିଲ୍ଲାର ଶତାଧିକ ମତ୍ସ୍ୟଜୀବୀ

ଛତ୍ରପୁର: ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏ ସମୟରେ ପବନର ବେଗ ଅଧିକ ରହିବା ସହ ସମୁଦ୍ର ଅଶାନ୍ତ ରହିବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ଏମିତିରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି। ହେଲେ ଏହା ଯୋଗୁ ବିଶେଷ ପ୍ରଭାବ ପଡ଼ିଛି ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ। ସମୁଦ୍ରକୁ ଭିତରକୁ ମାଛ ମାରିବା ପାଇଁ ଯାଇପାରୁନାହାନ୍ତି ଗଞ୍ଜାମ ଜିଲ୍ଲାର ୨୭ ଖଣ୍ଡ ମତ୍ସ୍ୟଜୀବୀ ଗାଁ। ନୁଆଗାଁ, ପୋଡମପେଟା, ପ୍ରୟାଗି, କଣ୍ଟିଆଗଡ଼ ଆଦି ଅଞ୍ଚଳର ମତ୍ସ୍ୟଜୀବୀମାନେ ସମୁଦ୍ର ଅଶାନ୍ତ ହେବାଯୋଗୁ ସମୁଦ୍ରକୁ ମାଛ ମାରିବାକୁ ଯାଇପାରୁନାହାନ୍ତି | ଯାହାଫଳରେ ଏହି ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ ବିଶେଷ ପ୍ରବାହ ପଡିବ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି ।   

ଅନ୍ୟ ପକ୍ଷରେ ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସାଗର ମିତ୍ରମାନଙ୍କ ଦ୍ବାରା ସଚେତନ କରାଯାଉଛି | ସମୁଦ୍ର ଆସାନ୍ତ ରହିବ ତେଣୁ ମତ୍ସ୍ୟଜୀବୀମାନେ ଆସନ୍ତା ୨୯ ତାରିଖ ତଥା ପରବର୍ତ୍ତୀ ନିର୍ଦେଶ ନଆସିବା ପର୍ଯ୍ୟନ୍ତ ମାଛ ଧରିବାକୁ ଯିବାକୁ ବାରଣ କରୁଛନ୍ତି। ଏହା ସହ ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ଫେରି ଆସିବାକୁ ସାଗର ମିତ୍ର ଜରିଆରେ କୁହାଯାଇଛି ।ସେପଟେ ବାରମ୍ବାର ଲଘୁଚାପ ଆସୁଥିବାରୁ ଆମମାନଙ୍କ ପେଟପାଟଣା ଉପରେ ବିଶେଷ ପ୍ରଭାବ ପଡୁଛି ଯାହାଫଳରେ ଜୀବିକା ଉପରେ ବିଶେଷ ପ୍ରଭାବ ପଡୁଛି ବୋଲି କହିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ।