ହାଫିଜ ସଇଦର ଡେପୁଟୀର ମୃତ୍ୟୁ ଖବରରେ ମୋହର ମାରିଲା ଜାତିସଂଘ, ୨୬/୧୧ ଆକ୍ରମଣକାରୀଙ୍କୁ ଦେଇଥିଲା ଟ୍ରେନିଂ
ନୂଆଦିଲ୍ଲୀ: ଭାରତର ଆଉ ଏକ ଶତ୍ରୁ ଆତଙ୍କୀ ନିପାତ । ମୁମ୍ୱାଇ ଆକ୍ରମଣ ସମୟରେ ଆତଙ୍କୀଙ୍କୁ ଟ୍ରେନିଂ ଦେଇଥିବା ଅସ୍କର-ଇ-ତୋଏବାର ପ୍ରତିଷ୍ଠାତା ସଦସ୍ୟ ହାଫିଜ ଅବଦୁଲ ସଲାମ ଭୁଟ୍ଟାଭୀର ମୃତ୍ୟୁ ଖବର ସ୍ପଷ୍ଟ ହୋଇଛି । ମିଳିତ ଜାତିସଂଘ ଗୁରୁବାର ଭୁଟ୍ଟାଭୀର ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛି । ଭୁଟ୍ଟାଭୀ ହାଫିଜ ସଇଦର ଡେପୁଟୀ ଥିଲା । ଆତଙ୍କୀ ହାଫିଜ ଅବଦୁଲ ସଲାମ ଭୁଟ୍ଟାଭୀର ମୃତ୍ୟୁ ୨୦୨୩ ମେ ୨୯ରେ ହୋଇଥିଲା । କିନ୍ତୁ ଜାତିସଂଘ ନିଜର ୱେବସାଇଟରେ ଔପଚାରିକ ଭାବେ ଏହାକୁ କନଫର୍ମ କରିଛି । ଏଥିରେ କୁହାଯାଇଛି ଯେ ପଞ୍ଜାବ ପ୍ରାନ୍ତରେ ପାକିସ୍ତାନ ସରକାରଙ୍କ ହେପାଜତରେ ଥିବା ବେଳେ ତାର ମୃତ୍ୟୁ ହୋଇଛି । Hafiz Abdul Salam Bhuttavi, founding member of Lashkar-e-Tayyiba (LeT) and deputy to Hafiz Saeed is 'Confirmed Deceased' pic.twitter.com/wFLKZAnOhw — ANI (@ANI) January 11, 2024 ପଞ୍ଜାବର ମୁରୀଦକେରେ ଲସ୍କର ମୁଖ୍ୟାଳୟର ପ୍ରତିଷ୍ଠା କରିଥିବା ଭୁଟ୍ଟଭୀ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଜମାତ-ଉଦ-ଦାବା ପ୍ରମୁଖ ଏବଂ ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ଡେପୁଟୀ ଥିଲା । ଡେୟୁଡି ଲସ୍କର-ଇ-ତୋଏବାର ପ୍ରମୁଖ ଆତଙ୍କୀ ସଂଗଠନ । Also Read: ଆତଙ୍କୀଙ୍କ ପାଇଁ ଅମରାବତୀ ମାଳଦ୍ବୀପ; ISIS ଖୋଲିଛି ରିକ୍ର୍ୟୁଟମେଣ୍ଟ ସେଣ୍ଟର, ସର୍ବାଧିକ ଯୁବକ-ଯୁବତୀ ସାମିଲ The post
ନୂଆଦିଲ୍ଲୀ: ଭାରତର ଆଉ ଏକ ଶତ୍ରୁ ଆତଙ୍କୀ ନିପାତ । ମୁମ୍ୱାଇ ଆକ୍ରମଣ ସମୟରେ ଆତଙ୍କୀଙ୍କୁ ଟ୍ରେନିଂ ଦେଇଥିବା ଅସ୍କର-ଇ-ତୋଏବାର ପ୍ରତିଷ୍ଠାତା ସଦସ୍ୟ ହାଫିଜ ଅବଦୁଲ ସଲାମ ଭୁଟ୍ଟାଭୀର ମୃତ୍ୟୁ ଖବର ସ୍ପଷ୍ଟ ହୋଇଛି । ମିଳିତ ଜାତିସଂଘ ଗୁରୁବାର ଭୁଟ୍ଟାଭୀର ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛି । ଭୁଟ୍ଟାଭୀ ହାଫିଜ ସଇଦର ଡେପୁଟୀ ଥିଲା ।
ଆତଙ୍କୀ ହାଫିଜ ଅବଦୁଲ ସଲାମ ଭୁଟ୍ଟାଭୀର ମୃତ୍ୟୁ ୨୦୨୩ ମେ ୨୯ରେ ହୋଇଥିଲା । କିନ୍ତୁ ଜାତିସଂଘ ନିଜର ୱେବସାଇଟରେ ଔପଚାରିକ ଭାବେ ଏହାକୁ କନଫର୍ମ କରିଛି । ଏଥିରେ କୁହାଯାଇଛି ଯେ ପଞ୍ଜାବ ପ୍ରାନ୍ତରେ ପାକିସ୍ତାନ ସରକାରଙ୍କ ହେପାଜତରେ ଥିବା ବେଳେ ତାର ମୃତ୍ୟୁ ହୋଇଛି ।
Hafiz Abdul Salam Bhuttavi, founding member of Lashkar-e-Tayyiba (LeT) and deputy to Hafiz Saeed is 'Confirmed Deceased' pic.twitter.com/wFLKZAnOhw— ANI (@ANI) January 11, 2024
ପଞ୍ଜାବର ମୁରୀଦକେରେ ଲସ୍କର ମୁଖ୍ୟାଳୟର ପ୍ରତିଷ୍ଠା କରିଥିବା ଭୁଟ୍ଟଭୀ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଜମାତ-ଉଦ-ଦାବା ପ୍ରମୁଖ ଏବଂ ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ଡେପୁଟୀ ଥିଲା । ଡେୟୁଡି ଲସ୍କର-ଇ-ତୋଏବାର ପ୍ରମୁଖ ଆତଙ୍କୀ ସଂଗଠନ ।
Also Read: ଆତଙ୍କୀଙ୍କ ପାଇଁ ଅମରାବତୀ ମାଳଦ୍ବୀପ; ISIS ଖୋଲିଛି ରିକ୍ର୍ୟୁଟମେଣ୍ଟ ସେଣ୍ଟର, ସର୍ବାଧିକ ଯୁବକ-ଯୁବତୀ ସାମିଲ
The post ହାଫିଜ ସଇଦର ଡେପୁଟୀର ମୃତ୍ୟୁ ଖବରରେ ମୋହର ମାରିଲା ଜାତିସଂଘ, ୨୬/୧୧ ଆକ୍ରମଣକାରୀଙ୍କୁ ଦେଇଥିଲା ଟ୍ରେନିଂ appeared first on Prameya News7.