ପ୍ରବଳ ବର୍ଷାରେ ଦରିଆ ହେଲା ଦିଲ୍ଲୀ: ଭାଙ୍ଗିଲା ଘର, ବିଭିନ୍ନ ଜାଗାରେ ଚକ୍କା ଜାମ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ପୁଣି  ବେହାଲ ରାଜଧାନୀ ଦିଲ୍ଲୀ। ବିଭିନ୍ନ ଅଞ୍ଚଳରେ ମୁଖ୍ୟ ରାସ୍ତାଗୁଡ଼ିକ ବର୍ଷା ପାଣି ଜମି ବନ୍ଦ ହୋଇଯାଇଛି। ରାସ୍ତାରେ ପାଣି ଜମିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଗାଡ଼ି ଅଟକି ରହିଛି। ପ୍ରବଳ ବର୍ଷା ଯୋଗୁ ପାଗ ଖରାପ ଥିବାରୁ ସନ୍ଧ୍ୟା ୭.୩୦ରୁ ରାତି ୮ ମଧ୍ୟରେ ୧୦ଟି ବିମାନ ଉଡ଼ାଣର ଗତିପଥ ପରିବର୍ତ୍ତନ କରାଯାଇଛି। ଏଥିସହିତ ଦିଲ୍ଲୀର ୩ଟି ସ୍ଥାନରେ ଟିଣ ଘର ଭୁଶୁଡ଼ି ପଡ଼ିଛି। ଘରଗୁଡ଼ିକ ପୁରୁଣା ଥିବା ବେଳେ ଏଗୁଡ଼ିକରେ କେହି ରହୁ ନଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ପହଞ୍ଚି ଏରିଆ ସଫା କରୁଥିବା ସୂଚନା ମିଳିଛି। ଦିଲ୍ଲୀ-ନୋଏଡା ଏକ୍ସପ୍ରେସୱେ ଏବଂ ମଥୁରା ରୋଡ ଏବଂ ITO, AIIMS, ସରାଇ କାଲେ ଖାନ ସମେତ ଅନେକ ପ୍ରମୁଖ ରାସ୍ତାରେ ବୁଧବାର ଯାନବାହାନର ଲମ୍ବା ଧାଡି ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ସେଣ୍ଟ୍ରାଲ ଦିଲ୍ଲୀରେ ଘଣ୍ଟାକରେ ୧୧୨.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଘଣ୍ଟାକରେ ୧୦୦ ମିଲିମିଟର ବର୍ଷା ହେଲେ ଏହାକୁ ବାଦଲ ଫଟା ବର୍ଷା ବୋଲି କୁହାଯାଇଥାଏ। ତେବେ ଏହା ବାଦଲ ଫଟା ବର୍ଷା କି ନା ସେନେଇ ପାଣିପାଗ ବିଭାଗ ସ୍ପଷ୍ଟ କରି ନାହିଁ। ଦିଲ୍ଲୀରେ ଆହୁରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଥିବା ବେଳେ ଉପରାଜ୍ୟପାଳ ଭିକେ ସକ୍‌ସେନ ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି

ପ୍ରବଳ ବର୍ଷାରେ ଦରିଆ ହେଲା ଦିଲ୍ଲୀ: ଭାଙ୍ଗିଲା ଘର, ବିଭିନ୍ନ ଜାଗାରେ ଚକ୍କା ଜାମ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ପୁଣି  ବେହାଲ ରାଜଧାନୀ ଦିଲ୍ଲୀ। ବିଭିନ୍ନ ଅଞ୍ଚଳରେ ମୁଖ୍ୟ ରାସ୍ତାଗୁଡ଼ିକ ବର୍ଷା ପାଣି ଜମି ବନ୍ଦ ହୋଇଯାଇଛି। ରାସ୍ତାରେ ପାଣି ଜମିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଗାଡ଼ି ଅଟକି ରହିଛି। ପ୍ରବଳ ବର୍ଷା ଯୋଗୁ ପାଗ ଖରାପ ଥିବାରୁ ସନ୍ଧ୍ୟା ୭.୩୦ରୁ ରାତି ୮ ମଧ୍ୟରେ ୧୦ଟି ବିମାନ ଉଡ଼ାଣର ଗତିପଥ ପରିବର୍ତ୍ତନ କରାଯାଇଛି। ଏଥିସହିତ ଦିଲ୍ଲୀର ୩ଟି ସ୍ଥାନରେ ଟିଣ ଘର ଭୁଶୁଡ଼ି ପଡ଼ିଛି। ଘରଗୁଡ଼ିକ ପୁରୁଣା ଥିବା ବେଳେ ଏଗୁଡ଼ିକରେ କେହି ରହୁ ନଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ପହଞ୍ଚି ଏରିଆ ସଫା କରୁଥିବା ସୂଚନା ମିଳିଛି। 

ଦିଲ୍ଲୀ-ନୋଏଡା ଏକ୍ସପ୍ରେସୱେ ଏବଂ ମଥୁରା ରୋଡ ଏବଂ ITO, AIIMS, ସରାଇ କାଲେ ଖାନ ସମେତ ଅନେକ ପ୍ରମୁଖ ରାସ୍ତାରେ ବୁଧବାର ଯାନବାହାନର ଲମ୍ବା ଧାଡି ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ସେଣ୍ଟ୍ରାଲ ଦିଲ୍ଲୀରେ ଘଣ୍ଟାକରେ ୧୧୨.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଘଣ୍ଟାକରେ ୧୦୦ ମିଲିମିଟର ବର୍ଷା ହେଲେ ଏହାକୁ ବାଦଲ ଫଟା ବର୍ଷା ବୋଲି କୁହାଯାଇଥାଏ। ତେବେ ଏହା ବାଦଲ ଫଟା ବର୍ଷା କି ନା ସେନେଇ ପାଣିପାଗ ବିଭାଗ ସ୍ପଷ୍ଟ କରି ନାହିଁ। 

ଦିଲ୍ଲୀରେ ଆହୁରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଥିବା ବେଳେ ଉପରାଜ୍ୟପାଳ ଭିକେ ସକ୍‌ସେନ ସମସ୍ତ ଅଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ ଏନ୍‌ସିଆର ଅଞ୍ଚଳ ପାଇଁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରି ପ୍ରବଳ ବର୍ଷା ହେବ ବୋଲି କହିଛି।  

ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆଗାମୀ ଘଣ୍ଟା ମଧ୍ୟରେ ଦିଲ୍ଲୀ, ନୋଏଡା, ଗୁରୁଗାଓଁ ଏବଂ ଗାଜିଆବାଦରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମସ୍ତ ଚାରିଟି ସ୍ଥାନରେ କଳାବାଦଲ ଘେରି ରହିଛି। ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦-୫୦ କିମି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ମଧ୍ୟମଧରଣ ବଜ୍ରପାତ ଏବଂ ବଜ୍ରପାତ ସହିତ ଉତ୍ତର ଦିଲ୍ଲୀ, ମଧ୍ୟ-ଦିଲ୍ଲୀ, ନୂଆଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ଦକ୍ଷିଣ-ପୂର୍ବ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ଏନସିଆରରେ ଆସନ୍ତା ଦୁଇ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସନ୍ଧ୍ୟାରେ ସୂଚନା ଦେଇଥିଲା।  ଦିଲ୍ଲୀ-ଏନସିଆର ବ୍ୟତୀତ ପାନିପତ, ଭିୱାନୀ,ଝଧର, ଜିନ୍ଦ, ହିସାର, କର୍ଣ୍ଣଲ, ମୀରଟ, ମୁଜାଫରନଗର, ବିଜନୋର, ନୁହ, ରେୱାରୀ, ଅଲୱାର, ନର୍ନାଉଲ, ପାଲୱାଲ, ହୋଡାଲ, ହାଥିନ, ଆଲିଗଡ, ବୁଲନ୍ଦଶାହର, ଏବଂ ମଥୁରା ମଧ୍ୟ ବର୍ଷା ସମ୍ଭାବନା ରହିଛି। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଏହିସବୁ ଅଞ୍ଚଳମାନଙ୍କର ବର୍ଷା ଲାଗିବ ରହିବ ବୋଲି ପାଣିପାଗ ବିଭାଗ କହିଛି।