ବାଂଲାଦେଶ ହିଂସାରେ ଜଳିଗଲା ISKCON ମନ୍ଦିର, ଏଣେତେଣେ ପଡିଲେ ହିନ୍ଦୁଙ୍କ ଆରାଧ୍ୟ ଦେବତା
ନୂଆଦିଲ୍ଲୀ ୦୬/୦୮: ବାଂଲାଦେଶରେ ହୋଇଥିବା ହିଂସା ଏବଂ ଅଗ୍ନିକାଣ୍ଡ ମଧ୍ୟରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି । ବିକ୍ଷୋଭକାରୀମାନେ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି । ଘରଗୁଡ଼ିକରେ ନିଆଁ ଲାଗିଯାଇଛି । ଦୋକାନରୁ ଲୁଟ୍ ହେଉଛି । ଏହି ସମୟରେ ବାଂଲାଦେଶର ମେହେରପୁର ଆଇସକନ୍ ମନ୍ଦିରର ଚିତ୍ର ସାମ୍ନାକୁ ଆସିଛି। ଦଙ୍ଗାକାରୀମାନେ ଏହି ମନ୍ଦିରକୁ ଭଙ୍ଗାରୁଜା କରିବା ପରେ ନିଆଁ ଲଗାଇ ଦେଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୭ଟି ଜିଲ୍ଲାରେ ହିନ୍ଦୁମାନଙ୍କ ଘର ଏବଂ ଦୋକାନକୁ ଟାର୍ଗେଟ କରାଯାଇଛି । ମୂଲ୍ୟବାନ ଜିନିଷ ଲୁଟ୍ ହୋଇଛି । ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ରିପୋର୍ଟ ଅନୁଯାୟୀ, ଧାର୍ମିକ ହିନ୍ଦୁ କାର୍ଯ୍ୟ ସହ ଜଡିତ ପୂଜା କମିଟିର ସଚିବ ପ୍ରଦୀପ ଚନ୍ଦ୍ର ରୟଙ୍କ ଘର ଲାଲମୋନିରହାଟ ସଦର ଉପଜିଲ୍ଲାରେ ଭଙ୍ଗାରୁଜା କରାଯାଇଛି ।ଏହି ଦଙ୍ଗାକାରୀମାନେ ମ୍ୟୁନିସିପାଲିଟି ସଦସ୍ୟ ମୁହିନ୍ ରୟଙ୍କ କମ୍ପ୍ୟୁଟର ଦୋକାନକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ହିନ୍ଦୁ ପରିବାରର ୪ ଟି ଘର ଭଙ୍ଗାରୁଜା କରି କାଲିଗଞ୍ଜ ଉପଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଲୁଟି ନେଇଛନ୍ତି । ହାତିବନ୍ଧା ଅଞ୍ଚଳର ପୁରବୋ ସର୍ଦ୍ଦୁବି ଗ୍ରାମରେ ୧୨ ହିନ୍ଦୁଙ୍କ ଘରେ ନିଆଁ ଲାଗିଯାଇଛି । ଫଳରେ ମନ୍ଦିର ଭିତରେ ପରିତ୍ୟକ୍ତ ଅବସ୍ଥାରେ ଭଗବାନ ପଡିରହିଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ
ନୂଆଦିଲ୍ଲୀ ୦୬/୦୮: ବାଂଲାଦେଶରେ ହୋଇଥିବା ହିଂସା ଏବଂ ଅଗ୍ନିକାଣ୍ଡ ମଧ୍ୟରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି । ବିକ୍ଷୋଭକାରୀମାନେ ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି । ଘରଗୁଡ଼ିକରେ ନିଆଁ ଲାଗିଯାଇଛି । ଦୋକାନରୁ ଲୁଟ୍ ହେଉଛି । ଏହି ସମୟରେ ବାଂଲାଦେଶର ମେହେରପୁର ଆଇସକନ୍ ମନ୍ଦିରର ଚିତ୍ର ସାମ୍ନାକୁ ଆସିଛି।
ଦଙ୍ଗାକାରୀମାନେ ଏହି ମନ୍ଦିରକୁ ଭଙ୍ଗାରୁଜା କରିବା ପରେ ନିଆଁ ଲଗାଇ ଦେଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୭ଟି ଜିଲ୍ଲାରେ ହିନ୍ଦୁମାନଙ୍କ ଘର ଏବଂ ଦୋକାନକୁ ଟାର୍ଗେଟ କରାଯାଇଛି । ମୂଲ୍ୟବାନ ଜିନିଷ ଲୁଟ୍ ହୋଇଛି । ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଛି । ରିପୋର୍ଟ ଅନୁଯାୟୀ, ଧାର୍ମିକ ହିନ୍ଦୁ କାର୍ଯ୍ୟ ସହ ଜଡିତ ପୂଜା କମିଟିର ସଚିବ ପ୍ରଦୀପ ଚନ୍ଦ୍ର ରୟଙ୍କ ଘର ଲାଲମୋନିରହାଟ ସଦର ଉପଜିଲ୍ଲାରେ ଭଙ୍ଗାରୁଜା କରାଯାଇଛି ।
ଏହି ଦଙ୍ଗାକାରୀମାନେ ମ୍ୟୁନିସିପାଲିଟି ସଦସ୍ୟ ମୁହିନ୍ ରୟଙ୍କ କମ୍ପ୍ୟୁଟର ଦୋକାନକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ହିନ୍ଦୁ ପରିବାରର ୪ ଟି ଘର ଭଙ୍ଗାରୁଜା କରି କାଲିଗଞ୍ଜ ଉପଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମରେ ଲୁଟି ନେଇଛନ୍ତି । ହାତିବନ୍ଧା ଅଞ୍ଚଳର ପୁରବୋ ସର୍ଦ୍ଦୁବି ଗ୍ରାମରେ ୧୨ ହିନ୍ଦୁଙ୍କ ଘରେ ନିଆଁ ଲାଗିଯାଇଛି । ଫଳରେ ମନ୍ଦିର ଭିତରେ ପରିତ୍ୟକ୍ତ ଅବସ୍ଥାରେ ଭଗବାନ ପଡିରହିଛନ୍ତି । ଯାହାକି ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।