ଭାରତର କ୍ଲିନ୍ସୁଇପ୍ ପରେ ଡବ୍ଲୁଟିସି ପଏଣ୍ଟ ଟେବୁଲ୍ରେ ବଡ଼ ଓଲଟପାଲଟ
କାନପୁର,୧।୧୦: କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୦ରେ ହାତେଇଛି। ଏହାପୂର୍ବରୁ ଟିମ ଇଣ୍ଡିଆ ଚେନ୍ନାଇରେ ୨୮୦ ରନ୍ରେ ବାଂଲାଦେଶକୁ ପରାସ୍ତ କରିଥିଲା। ଏହି ବିଜୟ ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ମଜଭୁତ କରିଛି। ବାଂଲାଦେଶ ସପ୍ତମ ସ୍ଥାନକୁ ଖସି ଆସିଛି। ବାଂଲାଦେଶ ବିପକ୍ଷରେ କ୍ଲିନ ସୁଇପ ପରେ ଭାରତୀୟ ଦଳ ଶୀର୍ଷରେ ରହିଛି। ୧୧ଟି ମ୍ୟାଚରେ ୮ଟି ବିଜୟ […] The post ଭାରତର କ୍ଲିନ୍ସୁଇପ୍ ପରେ ଡବ୍ଲୁଟିସି ପଏଣ୍ଟ ଟେବୁଲ୍ରେ ବଡ଼ ଓଲଟପାଲଟ appeared first on Dharitri Odia News.
କାନପୁର,୧।୧୦: କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୦ରେ ହାତେଇଛି। ଏହାପୂର୍ବରୁ ଟିମ ଇଣ୍ଡିଆ ଚେନ୍ନାଇରେ ୨୮୦ ରନ୍ରେ ବାଂଲାଦେଶକୁ ପରାସ୍ତ କରିଥିଲା। ଏହି ବିଜୟ ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ମଜଭୁତ କରିଛି। ବାଂଲାଦେଶ ସପ୍ତମ ସ୍ଥାନକୁ ଖସି ଆସିଛି।
ବାଂଲାଦେଶ ବିପକ୍ଷରେ କ୍ଲିନ ସୁଇପ ପରେ ଭାରତୀୟ ଦଳ ଶୀର୍ଷରେ ରହିଛି। ୧୧ଟି ମ୍ୟାଚରେ ୮ଟି ବିଜୟ ସହିତ ଭାରତର ପଏଣ୍ଟ ପ୍ରତିଶତ ବର୍ତ୍ତମାନ ୭୪.୨୪ ରହିଛି। ବର୍ତ୍ତମାନ ରୋହିତ ଶର୍ମାଙ୍କ ସେନାକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରପ୍ର ଫାଇନାଲରେ ପ୍ରବେଶ କରିବାକୁ ୮ଟି ମ୍ୟାଚ ମଧ୍ୟରୁ ଚାରିଟି ଜିତିବାକୁ ପଡ଼ିବ। ବର୍ତ୍ତମାନ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଥିବାବେଳେ ଚଳିତ ବର୍ଷ ଶେଷରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ।
ଭାରତକୁ ପରାସ୍ତ କରିବା ପରେ ବାଂଲାଦେଶ ଦଳ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନକୁ ଖସି ଆସିଛି। ବାଂଲାଦେଶର ମାର୍କ ପ୍ରତିଶତ ୩୪.୩୮ ହୋଇଛି। ଏହାପୂର୍ବରୁ ଦଳ ୩୩ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଥିଲା। ନିକଟରେ ବାଂଲାଦେଶ ଦଳ ପାକିସ୍ତାନ ବିପକ୍ଷ ଦୁଇ ଟେଷ୍ଟ ସିରିଜକୁ ୨-୦ରେ ଜିତିଥିଲା। କିନ୍ତୁ ବର୍ତ୍ତମାନ ବାଂଲାଦେଶକୁ ଭାରତ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିବାର ପାକିସ୍ତାନ ଦଳର ସ୍ବପ୍ନ ପ୍ରାୟ ଶେଷ ହୋଇଯାଇଛି। ପାକିସ୍ତାନ ୭ଟି ମ୍ୟାଚ ମଧ୍ୟରୁ ୫ଟିରେ ଜିତିଛନ୍ତି। ଦଳର ୧୯.୦୫ ପଏଣ୍ଟ ପ୍ରତିଶତ ସହିତ ଅଷ୍ଟମ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ଅଛି, ଯିଏ ୮ଟି ମ୍ୟାଚ ଜିତିଛନ୍ତି। ତାଙ୍କର ମାର୍କ ପ୍ରତିଶତ ହେଉଛି ୬୨.୫୦। ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ୨-୦ରେ ପରାସ୍ତ କରିବା ପରେ ଶ୍ରୀଲଙ୍କା ୫୫.୫୬ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିଛି। ଇଂଲଣ୍ଡ ଚତୁର୍ଥ ସ୍ଥାନରେ, ଦକ୍ଷିଣ ଆଫ୍ରିକା ପଞ୍ଚମ ସ୍ଥାନରେ, ନ୍ୟୁଜିଲାଣ୍ଡ ଷଷ୍ଠ ସ୍ଥାନରେ ଏବଂ ୱେଷ୍ଟଇଣ୍ଡିଜ ନବମ ସ୍ଥାନରେ ରହିଛି।
The post ଭାରତର କ୍ଲିନ୍ସୁଇପ୍ ପରେ ଡବ୍ଲୁଟିସି ପଏଣ୍ଟ ଟେବୁଲ୍ରେ ବଡ଼ ଓଲଟପାଲଟ appeared first on Dharitri Odia News.