ଏମ୍ପିଙ୍କୁ ଭେଟିଲେ ୧୫ ସରପଞ୍ଚ: ବିଜେଡିରେ ହଲ୍ଚଲ୍
ଗୋପାଳପୁର,୧୨।୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ପଞ୍ଚାୟତର ଅନେକ ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡିର କିଛି ନେତା ଭୂବନେଶ୍ବରରେ ବ୍ରହ୍ମପୁର ଏମ୍ପି ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିବା ଜଣାପଡିଛି। ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ସମେତ ଆଗଧାଡିର ନେତା ଏମ୍ପିଙ୍କ ସହ ସାକ୍ଷାତକାରକୁ ନେଇ ରାଜନୀତି ହଲଚଲ ହୋଇଛି। ଗୁରୁବାର ଅପରାହ୍ନରେରେ କରାପଲ୍ଲୀ, ରଣ୍ଢା, ରଙ୍ଗେଇଲୁଣ୍ଡା,ବକ୍ସିପଲୀ,ହଳଦିଆପଦର, […] The post ଏମ୍ପିଙ୍କୁ ଭେଟିଲେ ୧୫ ସରପଞ୍ଚ: ବିଜେଡିରେ ହଲ୍ଚଲ୍ appeared first on Dharitri Odia News.
ଗୋପାଳପୁର,୧୨।୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ପଞ୍ଚାୟତର ଅନେକ
ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡିର କିଛି ନେତା ଭୂବନେଶ୍ବରରେ ବ୍ରହ୍ମପୁର ଏମ୍ପି ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିବା ଜଣାପଡିଛି। ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ସମେତ ଆଗଧାଡିର ନେତା ଏମ୍ପିଙ୍କ ସହ ସାକ୍ଷାତକାରକୁ ନେଇ ରାଜନୀତି ହଲଚଲ ହୋଇଛି।
ଗୁରୁବାର ଅପରାହ୍ନରେରେ କରାପଲ୍ଲୀ, ରଣ୍ଢା, ରଙ୍ଗେଇଲୁଣ୍ଡା,ବକ୍ସିପଲୀ,ହଳଦିଆପଦର, ପଦ୍ମପୁର, ରଙ୍ଗିପୁର ଓ ଅନ୍ୟାନ୍ୟ ପଞ୍ଚାୟତର ୧୫ ଜଣ ସରପଞ୍ଚ ଓ ଜଣେ ସମିତି ସଭ୍ୟ,ଯୁବ ନେତା ଶୁଭାଶିଷ ସାହୁ,ବାଇରୀ ପାତ୍ର,ଏସ ଧର୍ମରାଜ ରେଡ୍ଡୀ ପ୍ରମୁଖ ଏମ୍ପିକୁ ଭେଟି ବ୍ଲକରେ ଦୀର୍ଘଦିନର ଧରି ବିଡ଼ିଓ ସମେତ ଅନ୍ୟାନ୍ୟ ପଦବୀ ଫାଙ୍କା ପଡିଥିବା ଯୋଗୁ ବିଭିନ୍ନ ଉନ୍ନୟନ ମୂଳକ କାମ ଅଟକି ରହିଥିବା ସହ ବ୍ଲକ ପକ୍ଷରୁ ପୁରୁଣା ବିଲ ମଞ୍ଜୁର କରୁ ନ ଥିବା ନେଇ ଅଭିଯୋଗ ଜଣାଇଥିଲେ। ଏହା ସହ ଅଞ୍ଚଳର ରାଜନୈତିକ ହାଲଚାଲ ନେଇ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିବାର ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଚଳିତ ବିଧାନସଭା ନିର୍ବାଚନରେ ଗୋପାଳପୁର ବିଧାନସଭା ଭାଜପା ହାତକୁ ଯାଇଥିବା ବେଳେ ଲଗାତର ୩ ଥର ଏଠାକାର ବିଧାୟକ ସହ ଚଳିତ ନିର୍ବାଚନରେ ବ୍ରହ୍ମପୁର ଏମ୍ପି ଭାବେ ପ୍ରଦୀପପାଣିଗ୍ରାହୀ ବିଜୟୀ ହୋଇଛନ୍ତି। ନିର୍ବାଚନ ପରେ ଗୋପାଳପୁରରେ ବିଜେଡିର ଦବଦବା ଦିନକୁ ଦିନ ହ୍ରାସ ପାଉଥିବାବେଳେ ଏଠାରେ ରହିଥିବା କର୍ମୀ ଓ ନେତାମାନେ ମଧ୍ୟ କାହାର ହାତଧରି ଆଗକୁ ଯିବେ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି l
The post ଏମ୍ପିଙ୍କୁ ଭେଟିଲେ ୧୫ ସରପଞ୍ଚ: ବିଜେଡିରେ ହଲ୍ଚଲ୍ appeared first on Dharitri Odia News.