ପାଇଖାନା ଟାଙ୍କିରେ ଚାଲିଗଲା ୩ ଜୀବନ
ବାରଙ୍ଗ,୬ା୯(ଲିଙ୍ଗରାଜ ରାଉତ): ସେଣ୍ଟ୍ରିଂ ଖୋଲିବାକୁ ଯାଇ ପାଇଖାନା ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ୩ ଜଣଙ୍କର ଜୀବନ ଚାଲିଯାଇଛି। ଏହିଭଳି ଘଟଣା ବାରଙ୍ଗ ଥାନା ଅଧିନସ୍ଥ ନରଣପୁରଠାରେ ଦେଖିବାକୁ ମିଳିଛି। ନରଣପୁରଠାରେ ନୂତନ ଭାବରେ ନିର୍ମାଣ ହୋଇଥିବା କୋଠାଘର ପାଇଖାନା ଟାଙ୍କିର ଛାତ ପଡ଼ିଥିଲା। ଶୁକ୍ରବାର ତିନି ଜଣ ଶ୍ରମିକ ସେହି ଛାତର ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ବେଳେ ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ପଡ଼ିଯାଇଥିଲେ। ତେବେ ସେହି ସମୟରେ ବାହାରେ ଥିବା ଅନ୍ୟ ଶ୍ରମିକମାନେ ଡାକିବାରୁ […] The post ପାଇଖାନା ଟାଙ୍କିରେ ଚାଲିଗଲା ୩ ଜୀବନ appeared first on Dharitri Odia News.
ବାରଙ୍ଗ,୬ା୯(ଲିଙ୍ଗରାଜ ରାଉତ): ସେଣ୍ଟ୍ରିଂ ଖୋଲିବାକୁ ଯାଇ ପାଇଖାନା ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ୩ ଜଣଙ୍କର ଜୀବନ ଚାଲିଯାଇଛି। ଏହିଭଳି ଘଟଣା ବାରଙ୍ଗ ଥାନା ଅଧିନସ୍ଥ ନରଣପୁରଠାରେ ଦେଖିବାକୁ ମିଳିଛି।
ନରଣପୁରଠାରେ ନୂତନ ଭାବରେ ନିର୍ମାଣ ହୋଇଥିବା କୋଠାଘର ପାଇଖାନା ଟାଙ୍କିର ଛାତ ପଡ଼ିଥିଲା। ଶୁକ୍ରବାର ତିନି ଜଣ ଶ୍ରମିକ ସେହି ଛାତର ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ବେଳେ ଟାଙ୍କି ଭିତରେ ଅଣନିଃଶ୍ୱାସୀ ହୋଇ ପଡ଼ିଯାଇଥିଲେ। ତେବେ ସେହି ସମୟରେ ବାହାରେ ଥିବା ଅନ୍ୟ ଶ୍ରମିକମାନେ ଡାକିବାରୁ ଭିତରୁ କୌଣସି ଶବ୍ଦ ଆସି ନ ଥିଲା। ପରେ ଏନେଇ ବାରଙ୍ଗ ଅଗ୍ନିଶମ ଓ ପୋଲିସକୁ ଖବର ଦେଇଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତିନି ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।
The post ପାଇଖାନା ଟାଙ୍କିରେ ଚାଲିଗଲା ୩ ଜୀବନ appeared first on Dharitri Odia News.