ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ । ରାସ୍ତାରୁ ଘର ଜଳମଗ୍ନ । ଯାନବାହାନ ଚଳାଚଳ ଠପ୍ ।
କନକ ବ୍ୟୁରୋ: ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ମୁମ୍ବାଇ । ଯାନବାହନ ଚଳାଚଳ ଠପ, ରାତିସାରା ଫସିରହିଲେ ଲୋକମାନେ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରକୋପ କରିଛି ପ୍ରକୃତି । ଭୀଷଣ ବର୍ଷା ଜନଜୀବନକୁ ଗୁରୁତର ପ୍ରଭାବିତ କରିଛି। ବର୍ଷାରେ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଅନ୍ୟପଟେ ବିମାନ ବନ୍ଦର ପରିସ୍ଥିତି ମଧ୍ୟ ତଦ୍ରୁପ। ପାଗ ଖରାପ ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। କିଛି ବିମାନକୁ ଡାଇଭର୍ଟ କରାଯାଇଛି, ଅନେକ ବିମାନର ଉଡାଣ ବିଳମ୍ବିତ ହୋଇଛି। ପାଣିପାଗ ବିଜ୍ଞାନ ବିଭାଗ ଆଜି ପାଇଁ ରେଡ ଆଲର୍ଟ ଜାରି କରିଛନ୍ତି। ଆଇଏମଡିଙ୍କ ସତର୍କତାକୁ ନଜରରେ ରଖି ନଗର ନିଗମ ବଡ ପଦକ୍ଷେପ ନେଇଛନ୍ତି। ଗୁରୁବାର ମୁମ୍ବାଇର ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଯେ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ବୁଧବାର ମୁମ୍ବାଇରେ ମୁଶଳଧାରା ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ମହାନଗରର ତଳିଆ ଅଞ୍ଚଳକୁ ପାଣି ପଶିଥିବା ବେଳେ ଲୋକାଲ ରେଳ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି।

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ମୁମ୍ବାଇ । ଯାନବାହନ ଚଳାଚଳ ଠପ, ରାତିସାରା ଫସିରହିଲେ ଲୋକମାନେ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରକୋପ କରିଛି ପ୍ରକୃତି । ଭୀଷଣ ବର୍ଷା ଜନଜୀବନକୁ ଗୁରୁତର ପ୍ରଭାବିତ କରିଛି। ବର୍ଷାରେ ମୁମ୍ବାଇର ଲାଇଫଲାଇନ କୁହାଯାଉଥିବା ଲୋକାଲ ଟ୍ରେନ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଅନ୍ୟପଟେ ବିମାନ ବନ୍ଦର ପରିସ୍ଥିତି ମଧ୍ୟ ତଦ୍ରୁପ। ପାଗ ଖରାପ ଯୋଗୁ ବିମାନ ସେବା ପ୍ରଭାବିତ ହୋଇଛି। କିଛି ବିମାନକୁ ଡାଇଭର୍ଟ କରାଯାଇଛି, ଅନେକ ବିମାନର ଉଡାଣ ବିଳମ୍ବିତ ହୋଇଛି।
ପାଣିପାଗ ବିଜ୍ଞାନ ବିଭାଗ ଆଜି ପାଇଁ ରେଡ ଆଲର୍ଟ ଜାରି କରିଛନ୍ତି। ଆଇଏମଡିଙ୍କ ସତର୍କତାକୁ ନଜରରେ ରଖି ନଗର ନିଗମ ବଡ ପଦକ୍ଷେପ ନେଇଛନ୍ତି। ଗୁରୁବାର ମୁମ୍ବାଇର ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ଯେ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ବୁଧବାର ମୁମ୍ବାଇରେ ମୁଶଳଧାରା ବର୍ଷା ଆରମ୍ଭ ହୋଇଯାଇଛି। ଫଳରେ ମହାନଗରର ତଳିଆ ଅଞ୍ଚଳକୁ ପାଣି ପଶିଥିବା ବେଳେ ଲୋକାଲ ରେଳ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି।