ପ୍ରବଳ ବର୍ଷାରେ ୩୨୬ ଜାତୀୟ ରାଜପଥ ଉପରେ ୪ ଫୁଟର ପାଣି: ୪ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ଭାରିଯାନ

କୋରାପୁଟ,୧ା୭(ଅମିତାଭ ବେହେରା)-କୋରାପୁଟ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ କୋରାପୁଟରୁ ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ବଙ୍ଗଳାଗୁଡା ନିକଟ ଅସ୍ଥାୟୀ ପୋଲ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହୋଇ ରାସ୍ତା ଅବରୋଧ ହୋଇଥିଲା। ଏହାଦ୍ୱାରା ୪ ଘଣ୍ଟା ଆମ୍ବୁଲାନ୍ସ ଓ ଅନ୍ୟ ଭାରି ଯାନ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ୨୦୨୨ରେ ଏହି ରାସ୍ତାରେ ପୋଲ ଭାଙ୍ଗିଯିବାରୁ ଜାତୀୟ ରାଜପଥ ବିଭାଗ ଦ୍ୱାରା ଏକ ଅସ୍ଥାୟୀ ବ୍ରିଜ୍‌ ନିର୍ମାଣ କରାଯାଇଥିଲା। ଏହି […] The post ପ୍ରବଳ ବର୍ଷାରେ ୩୨୬ ଜାତୀୟ ରାଜପଥ ଉପରେ ୪ ଫୁଟର ପାଣି: ୪ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ଭାରିଯାନ appeared first on Dharitri Odia News.

ପ୍ରବଳ ବର୍ଷାରେ ୩୨୬ ଜାତୀୟ ରାଜପଥ ଉପରେ ୪ ଫୁଟର ପାଣି: ୪ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ଭାରିଯାନ

କୋରାପୁଟ,୧ା୭(ଅମିତାଭ ବେହେରା)-କୋରାପୁଟ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ କୋରାପୁଟରୁ ରାୟଗଡ଼ା ୩୨୬ନଂ ଜାତୀୟ ରାଜପଥର ବଙ୍ଗଳାଗୁଡା ନିକଟ ଅସ୍ଥାୟୀ ପୋଲ ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହୋଇ ରାସ୍ତା ଅବରୋଧ ହୋଇଥିଲା। ଏହାଦ୍ୱାରା ୪ ଘଣ୍ଟା ଆମ୍ବୁଲାନ୍ସ ଓ ଅନ୍ୟ ଭାରି ଯାନ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା। ୨୦୨୨ରେ ଏହି ରାସ୍ତାରେ ପୋଲ ଭାଙ୍ଗିଯିବାରୁ ଜାତୀୟ ରାଜପଥ ବିଭାଗ ଦ୍ୱାରା ଏକ ଅସ୍ଥାୟୀ ବ୍ରିଜ୍‌ ନିର୍ମାଣ କରାଯାଇଥିଲା। ଏହି ରାସ୍ତାରେ ସମସ୍ତ ଗାଡ଼ି ଯାତାୟାତ କରୁଥିଲେ। କିନ୍ତୁ ଏହି ନୂତନ ପୋଲ କାମ ୧ ବର୍ଷ ହେବ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଶେଷ ହୋଇପାରୁନାହିଁ। ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଦେଇଛି। ଅତି ମନ୍ଥର ଗତିରେ କାମ ଚାଲୁଥିବା ଅଭିଯୋଗ ହୋଇଛି। ବର୍ଷା ଅନେକ ଗାଡ଼ି ପୋଡ଼ାଗଡ ଦେଇ ଭାୟା ଏ ମାଲକାନଗିରି ଦେଇ ଯାତାୟାତ କରୁଥିବା ବେଳେ ଅନ୍ୟ ପାଶର୍‌ବର ଗାଡ଼ି ବାଗ୍ରା ଭାୟା ଏ ମାଲକାନଗିରି ଦେଇ ପୋଡ଼ାଗଡ ବାହାରୁଥିବା ଦେଖାଦେଇଛି। ଏହି ପରିସ୍ଥିତିକୁ ଦେଖି ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଜାତୀୟ ରାଜପଥ ବିଭାଗର ଉଦାସିନତାରୁ ପୋଲ ନିର୍ମାଣ କାମ ଶେଷ ହେଉ ନ ଥିବା ଲୋକେ କହିଛନ୍ତି। ଆଗକୁ ଅଧିକ ବର୍ଷା ରହିଥିବାରୁ ଲୋକେ ଯିବା ଆସିବାରେ ଅନେକ ସମସ୍ୟା ସମ୍ମୁଖୀନ ଉପୁଜିବା ଆଶଙ୍କା କରିଛନ୍ତି। ଖବର ଲେଖା ହେବା ସୁଦ୍ଧା ପୋଲ ଉପରୁ ଜଳସ୍ତର ସାମାନ୍ୟ କମିବାରୁ ଯାତାୟାତ ସ୍ବାଭାବିକ ହୋଇଥିଲା।

The post ପ୍ରବଳ ବର୍ଷାରେ ୩୨୬ ଜାତୀୟ ରାଜପଥ ଉପରେ ୪ ଫୁଟର ପାଣି: ୪ ଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ଭାରିଯାନ appeared first on Dharitri Odia News.