ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛି ବୁଲା ଷଣ୍ଢ: ଲୋକେ ଭୟଭୀତ

ଦାରିଙ୍ଗବାଡି,୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତର ବଜାର ଓ ଗାଁ ଭିତରେ ଏକ ଷଣ୍ଢର ଦୌରାତ୍ମ ଦେଖିବାକୁ ମିଳିଛି। ବୁଲି ବୁଲି ଯାହାକୁ ଯୋଉଠି ଦେଖିଲା ତାଙ୍କୁ ମରଣାତ୍ମକ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ଉକ୍ତ ପଞ୍ଚାୟତ ଅଞ୍ଚଳର ୩ ଜଣଙ୍କୁ ଆକ୍ରମଣ କରିଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦଡିବାଡ଼ି ଗ୍ରାମର ସୁଦର୍ଶନ ଦିଗାଲ, ବାଲେରା ପ୍ରଧାନ ଏବଂ ଉପେନ୍ଦ୍ର ଡିଗାଲ ଆହତ ହୋଇଛନ୍ତି। ସେମାନଙ୍କ […] The post ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛି ବୁଲା ଷଣ୍ଢ: ଲୋକେ ଭୟଭୀତ appeared first on Dharitri Odia News.

ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛି ବୁଲା ଷଣ୍ଢ: ଲୋକେ ଭୟଭୀତ

ଦାରିଙ୍ଗବାଡି,୮।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତର ବଜାର ଓ ଗାଁ ଭିତରେ ଏକ ଷଣ୍ଢର ଦୌରାତ୍ମ ଦେଖିବାକୁ ମିଳିଛି। ବୁଲି ବୁଲି ଯାହାକୁ ଯୋଉଠି ଦେଖିଲା ତାଙ୍କୁ ମରଣାତ୍ମକ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି। ଉକ୍ତ ପଞ୍ଚାୟତ ଅଞ୍ଚଳର ୩ ଜଣଙ୍କୁ ଆକ୍ରମଣ କରିଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦଡିବାଡ଼ି ଗ୍ରାମର ସୁଦର୍ଶନ ଦିଗାଲ, ବାଲେରା ପ୍ରଧାନ ଏବଂ ଉପେନ୍ଦ୍ର ଡିଗାଲ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଉପେନ୍ଦ୍ର ଏବଂ ସୁଦର୍ଶନଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରେ ଉପେନ୍ଦ୍ରଙ୍କୁ ପ୍ରଥମେ ପରିବାର ଲୋକ ସିମନବାଡି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ନେବାକୁ ଚିକିତ୍ସା କରୁଥିବା ଡାକ୍ତର ପରାମର୍ଶ ଦେଇଥିବା ପରିବାର ପକ୍ଷରୁ କୁହାଯାଇଛି।
ପ୍ରକାଶ ଯେ, ଏବେ ମଧ୍ୟ ଷଣ୍ଢଟି ପଞ୍ଚାୟତ ଅଞ୍ଚଳର ଦଡିବାଡ଼ି, ଜୁଡ଼ାବାଡି,ଆସଂକୁପୁଳି ଆଦି ଅଞ୍ଚଳରେ ଘୁରିବୁଲୁଛି ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି। ଏବେ ଘରୁ ପଦାକୁ ଗୋଡ଼ ବାହାର କରିବାକୁ ଅଞ୍ଚଳବାସୀ ଭୟ କରୁଥିବା ଜଣାପଡିଛି। ଖବର ଲେଖିବା ସୁଦ୍ଧା ଷଣ୍ଢ କୁ କାବୁ କରିବାକୁ ପ୍ରୟାସ ଜାରି ରହିଛି।

The post ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛି ବୁଲା ଷଣ୍ଢ: ଲୋକେ ଭୟଭୀତ appeared first on Dharitri Odia News.