ପ୍ରବଳ ବିରୋଧ ପରେ ବାତିଲ ହେଲା ଇସ୍କନ ରଥଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ବିରୋଧ ପରେ ବାତିଲ ହେଲା ଇସ୍କନ ରଥଯାତ୍ରା। ଆମେରିକାର ହଷ୍ଟନରେ ହେବାକୁ ଥିବା ରଥଯାତ୍ରାକୁ ବାତିଲ... The post ପ୍ରବଳ ବିରୋଧ ପରେ ବାତିଲ ହେଲା ଇସ୍କନ ରଥଯାତ୍ରା appeared first on .

ପ୍ରବଳ ବିରୋଧ ପରେ ବାତିଲ ହେଲା ଇସ୍କନ ରଥଯାତ୍ରା

ନନ୍ଦିଘୋଷ ବ୍ୟୁରୋ: ପ୍ରବଳ ବିରୋଧ ପରେ ବାତିଲ ହେଲା ଇସ୍କନ ରଥଯାତ୍ରା। ଆମେରିକାର ହଷ୍ଟନରେ ହେବାକୁ ଥିବା ରଥଯାତ୍ରାକୁ ବାତିଲ କରିଛି ଇସ୍କନ। କହିଛି, ରଥଯାତ୍ରା ବଦଳରେ ଗୌର ନିତାଇ ସଙ୍କୀର୍ତ୍ତନ ଯାତ୍ରା କରାଯିବ। ଏନେଇ ସୂଚନା ଦେଇଛନ୍ତି ଇସ୍କନର ରାଷ୍ଟ୍ରୀୟ ଜନସମ୍ପର୍କ ନିର୍ଦ୍ଦେଶକ ଯୁଧିଷ୍ଠିର ଗୋବିନ୍ଦ ପ୍ରଭୁ। ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦେଇ ରଥଯାତ୍ରା ବଦଳରେ ସଙ୍କୀର୍ତ୍ତନ ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଦିନିଆ ରଥଯାତ୍ରା ବାତିଲ କରିବା ନେଇ ପୁରୀ ଗଜପତି ମହରାଜ ଇସ୍କନକୁ ଚରମବାଣୀ ଶୁଣାଇଥିଲେ। ଯଦି ଇସ୍କନ କର୍ତ୍ତୃପକ୍ଷ ନିଷ୍ପତ୍ତି ପରିବର୍ତ୍ତନ ନକରନ୍ତି, ତେବେ ଆଇନଗତ ଲଢ଼େଇ କରାଯିବ ବୋଲି କହିଥିଲେ ଗଜପତି। ଏପରିକି ଜଗନ୍ନାଥ ପ୍ରେମୀ ମଧ୍ୟ ଇସ୍କନର ଏହି ନିଷ୍ପତ୍ତିକୁ ବିରୋଧ କରିବାକୁ ଆହ୍ବାନ ଦେଇଥିଲେ ଗଜପତି ମହାରାଜ।

The post ପ୍ରବଳ ବିରୋଧ ପରେ ବାତିଲ ହେଲା ଇସ୍କନ ରଥଯାତ୍ରା appeared first on .