ମାଓ୍ବରାଙ୍କ ସହ କାମ କରିବାକୁ ମନା କରିଦେଲେ ହର୍ଷବର୍ଦ୍ଧନ, ରାଗରେ ନିଆଁବାଣ ହେଲେ…

ମୁମ୍ବାଇ: ‘ସନମ୍‌ ତେରି କସମ୍‌’ ଫିଲ୍ମଟି ରିଲିଜରେ କମାଲ ଦେଖାଇ ପାରି ନ ଥିଲା। ହେଲେ ପରେ ଏହାର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରୁ ଏହାକୁ ପୁଣିଥରେ ରିଲିଜ କରାଯାଇଥିଲା। ସେବେଠୁ ଫିଲ୍ମର ଦ୍ୱିତୀୟ ଭାଗ ଆସିବା ନେଇ ନିର୍ମାତା ଘୋଷଣା କରିଥିଲେ। ହେଲେ ଏବେ ଫିଲ୍ମ ଉପରେ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତାର ପ୍ରଭାବ ପଡ଼ିଛି। ଭାରତର ପାକ୍‌ ବିରୋଧୀ ଅଭିଯାନକୁ ନେଇ ସେଠାକାର କଳାକାରମାନେ ବିଷ ଓଗାଳୁଛନ୍ତି। ଏହି କ୍ରମରେ ବାଦ୍‌ ପଡ଼ିନାହାନ୍ତି ଅଭିନେତ୍ରୀ […] The post ମାଓ୍ବରାଙ୍କ ସହ କାମ କରିବାକୁ ମନା କରିଦେଲେ ହର୍ଷବର୍ଦ୍ଧନ, ରାଗରେ ନିଆଁବାଣ ହେଲେ… appeared first on Dharitri Odia News.

ମାଓ୍ବରାଙ୍କ ସହ କାମ କରିବାକୁ ମନା କରିଦେଲେ ହର୍ଷବର୍ଦ୍ଧନ, ରାଗରେ ନିଆଁବାଣ ହେଲେ…

ମୁମ୍ବାଇ: ‘ସନମ୍‌ ତେରି କସମ୍‌’ ଫିଲ୍ମଟି ରିଲିଜରେ କମାଲ ଦେଖାଇ ପାରି ନ ଥିଲା। ହେଲେ ପରେ ଏହାର ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରୁ ଏହାକୁ ପୁଣିଥରେ ରିଲିଜ କରାଯାଇଥିଲା। ସେବେଠୁ ଫିଲ୍ମର ଦ୍ୱିତୀୟ ଭାଗ ଆସିବା ନେଇ ନିର୍ମାତା ଘୋଷଣା କରିଥିଲେ। ହେଲେ ଏବେ ଫିଲ୍ମ ଉପରେ ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତାର ପ୍ରଭାବ ପଡ଼ିଛି।

ଭାରତର ପାକ୍‌ ବିରୋଧୀ ଅଭିଯାନକୁ ନେଇ ସେଠାକାର କଳାକାରମାନେ ବିଷ ଓଗାଳୁଛନ୍ତି। ଏହି କ୍ରମରେ ବାଦ୍‌ ପଡ଼ିନାହାନ୍ତି ଅଭିନେତ୍ରୀ ମାଓ୍ବରା ହୁସୈନ। ଫିଲ୍ମର ପ୍ରଥମ ଭାଗରେ ତାଙ୍କ ଅଭିନୟ ପ୍ରଶଂସନୀୟ ଥିଲା। ଏଣୁ ପୁଣିଥରେ ଅଭିନେତା ହର୍ଷବର୍ଦ୍ଧନଙ୍କ ତାଙ୍କ ରୋମାନ୍ସ ଦେଖିବାକୁ ମିଳିବ ବୋଲି କୁହାଯାଉଥିଲା। ଏବେ ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି।

ମାଓ୍ବରା ଭାରତର କାର୍ଯ୍ୟାନୁଷ୍ଠାନକୁ ବର୍ବୋରଚିତ କହିଥିଲେ। ଏପରିକି ଏହାଦ୍ୱାରା ତାଙ୍କ ଦେଶର ନିରୀହ ଲୋକେ, ପିଲାମାନଙ୍କ ମୃତ୍ୟୁ ହେଉଥିବା ସେ କହିଥିଲେ। ହେଲେ ହର୍ଷବର୍ଦ୍ଧନ ଏହାକୁ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆରେ ଏକ ଷ୍ଟୋରୀରେ ସେ ଲେଖିଛନ୍ତି ଯେ ମୁଁ ସମସ୍ତ ପ୍ରଶଂସା ଲାଗି ଖୁସି। ହେଲେ ଯେଉଁଭଳିର ସ୍ଥିତି ଏବେ ରହିଛି ଏବଂ ମୋ’ ଦେଶ ବିରୋଧରେ କମେଣ୍ଟ ଦିଆଯାଇଛି, ତା ପରେ ମୁଁ ନିଷ୍ପତ୍ତି ନେଇଛି ଯେ ଯଦି ‘ସନମ ତେରି କସମ ୨’ର ପୁରୁଣା କଳାକାରଙ୍କୁ ନିଆଯାଏ ତେବେ ମୁଁ ଏହାକୁ କରିବି ନାହିଁ।

ତେବେ ଏହି ପୋଷ୍ଟ ଜରିଆରେ ମାଓ୍ବରାଙ୍କ ସହ ଅଭିନୟ କରିବାକୁ ହର୍ଷବର୍ଦ୍ଧନ ସିଧାସଳଖ ମନା କରିଦେଇଛନ୍ତି। ଏହାକୁ ନେଇ ଅଭିନେତ୍ରୀ ମଧ୍ୟ ପୁଣିଥରେ ପ୍ରତିକ୍ରିୟା ରଖି ଏହାକୁ ପିଆର୍‌ ଷ୍ଟଣ୍ଟ ବୋଲି କହିଛନ୍ତି।

The post ମାଓ୍ବରାଙ୍କ ସହ କାମ କରିବାକୁ ମନା କରିଦେଲେ ହର୍ଷବର୍ଦ୍ଧନ, ରାଗରେ ନିଆଁବାଣ ହେଲେ… appeared first on Dharitri Odia News.