ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ଟଲିପଡ଼ିଲେ ୪ ମାଓବାଦୀ

ଭୋପାଳ,୧୪।୬: ମଧ୍ୟପ୍ରଦେଶ ବାଲାଘାଟ ପଚମା ଦାଦର ଜଙ୍ଗଲରେ ଶନିବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। କୋମ୍ବିଂ ଅପରେଶନ ବେଳେ ମୁହାଁମୁହିଁ ହୋଇଛନ୍ତି ଯବାନ ଏବଂ ମାଓବାଦୀ। ଯବାନଙ୍କ ଏନକାଉଣ୍ଟରରେ ୪ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ ହ୍ୟାଣ୍ଡ ଗ୍ରେନେଡ, ରକେଟ ଲଞ୍ଚର ସହ ରାଇଫଲ ଜବତ କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ମାଓବାଦୀ ଥିବା ସୂଚନା ମିଳିଛି। ତେବେ କେତେଜଣ ମାଓବାଦୀ ଖସି ପଳାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା […] The post ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ଟଲିପଡ଼ିଲେ ୪ ମାଓବାଦୀ appeared first on Dharitri Odia News.

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ଟଲିପଡ଼ିଲେ ୪ ମାଓବାଦୀ

ଭୋପାଳ,୧୪।୬: ମଧ୍ୟପ୍ରଦେଶ ବାଲାଘାଟ ପଚମା ଦାଦର ଜଙ୍ଗଲରେ ଶନିବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। କୋମ୍ବିଂ ଅପରେଶନ ବେଳେ ମୁହାଁମୁହିଁ ହୋଇଛନ୍ତି ଯବାନ ଏବଂ ମାଓବାଦୀ। ଯବାନଙ୍କ ଏନକାଉଣ୍ଟରରେ ୪ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ ହ୍ୟାଣ୍ଡ ଗ୍ରେନେଡ, ରକେଟ ଲଞ୍ଚର ସହ ରାଇଫଲ ଜବତ କରାଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ମାଓବାଦୀ ଥିବା ସୂଚନା ମିଳିଛି। ତେବେ କେତେଜଣ ମାଓବାଦୀ ଖସି ପଳାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ପଚାମାଦାଦର ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା। ଏନେଇ ଯବାନମାନେ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲେ। ସେତିକିବେଳେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଯବାନମାନେ ଏହାର ପାଲଟା ଯବାବ ଦେଇଥିଲେ। ଫଳରେ ୩ ଜଣ ମହିଳା ମାଓବାଦୀଙ୍କ ସହ ଜଣେ ପୁରୁଷ ମାଓବାଦୀ ନିହତ ହୋଇଛନ୍ତି।

The post ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ଟଲିପଡ଼ିଲେ ୪ ମାଓବାଦୀ appeared first on Dharitri Odia News.