ପ୍ରବାସୀ ଭାରତୀୟ ଗ୍ରାହକମାନଙ୍କ ଲାଗି ଆକ୍ସିସ୍‌ ବ୍ୟାଙ୍କର ନୂତନ ସୁବିଧା

ଭୁବନେଶ୍ୱର,୩୧।୩: ଆକ୍ସିସ୍‌ ବ୍ୟାଙ୍କର ନୂତନ ସୁବିଧା ନିକଟରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଆକ୍ସିସ୍‌ ବ୍ୟାଙ୍କ ଆଇବିୟୁ-ଗିଫ୍ଟ ସିଟିରେ ପ୍ରବାସୀ ଭାରତୀୟ ଗ୍ରାହକମାନଙ୍କ ଲାଗି ଡିଜିଟାଲ ଆମେରିକୀୟ ଡଲାର ମିଆଦୀ ଜମା ଖାତା ଖୋଲିବା ଆରମ୍ଭ ହୋଇଛି। ଏହା ସହ ପ୍ରଥମ ବ୍ୟାଙ୍କ ଭାବେ ଆକ୍ସିସ୍‌ ବ୍ୟାଙ୍କ ଗିଫ୍‌ଟ ସିଟି ଜମା ପାଇଁ ଡିଜିଟାଲ ଯାତ୍ରାର ଶୁଭାରମ୍ଭ ମଧ୍ୟ କରିଛି। ଆକ୍ସିସ୍‌ ବ୍ୟାଙ୍କର ପ୍ରବାସୀ ଭାରତୀୟ ଗ୍ରାହକମାନେ ବ୍ୟାଙ୍କର ମୋବାଇଲ୍‌ ଆପ୍ଲିକେଶନ ‘ଓପନ୍‌ ବାଏ ଆକ୍ସିସ୍‌ ବ୍ୟାଙ୍କ’ ଜରିଆରେ […] The post ପ୍ରବାସୀ ଭାରତୀୟ ଗ୍ରାହକମାନଙ୍କ ଲାଗି ଆକ୍ସିସ୍‌ ବ୍ୟାଙ୍କର ନୂତନ ସୁବିଧା appeared first on Dharitri Odia News.

ପ୍ରବାସୀ ଭାରତୀୟ ଗ୍ରାହକମାନଙ୍କ ଲାଗି ଆକ୍ସିସ୍‌ ବ୍ୟାଙ୍କର ନୂତନ ସୁବିଧା

ଭୁବନେଶ୍ୱର,୩୧।୩: ଆକ୍ସିସ୍‌ ବ୍ୟାଙ୍କର ନୂତନ ସୁବିଧା ନିକଟରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଆକ୍ସିସ୍‌ ବ୍ୟାଙ୍କ ଆଇବିୟୁ-ଗିଫ୍ଟ ସିଟିରେ ପ୍ରବାସୀ ଭାରତୀୟ ଗ୍ରାହକମାନଙ୍କ ଲାଗି ଡିଜିଟାଲ ଆମେରିକୀୟ ଡଲାର ମିଆଦୀ ଜମା ଖାତା ଖୋଲିବା ଆରମ୍ଭ ହୋଇଛି। ଏହା ସହ ପ୍ରଥମ ବ୍ୟାଙ୍କ ଭାବେ ଆକ୍ସିସ୍‌ ବ୍ୟାଙ୍କ ଗିଫ୍‌ଟ ସିଟି ଜମା ପାଇଁ ଡିଜିଟାଲ ଯାତ୍ରାର ଶୁଭାରମ୍ଭ ମଧ୍ୟ କରିଛି। ଆକ୍ସିସ୍‌ ବ୍ୟାଙ୍କର ପ୍ରବାସୀ ଭାରତୀୟ ଗ୍ରାହକମାନେ ବ୍ୟାଙ୍କର ମୋବାଇଲ୍‌ ଆପ୍ଲିକେଶନ ‘ଓପନ୍‌ ବାଏ ଆକ୍ସିସ୍‌ ବ୍ୟାଙ୍କ’ ଜରିଆରେ ୟୁଏସ୍‌ ଡଲାର ମିଆଦୀ ଜମା ଖୋଲିପାରିବେ। ଏପରିକି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କିଛି କାମ ଡିଜିଟାଲ୍‌ ମାଧ୍ୟମରେ କରିବା ସହ ପ୍ରତ୍ୟକ୍ଷ କାଗଜପତ୍ର ଆବଶ୍ୟକତା ଦୂରକରିବା ପାଇଁ ପ୍ରୟାସ କରାଯାଇଛି। ବିଶେଷକରି ଏହା ପ୍ରବାସୀ ଭାରତୀୟ ଗ୍ରାହକଙ୍କ ପାଇଁ ୟୁଏସ୍‌ ଡଲାର ମିଆଦୀ ଜମା ବୁକିଂ କରିବା ପ୍ରକ୍ରିୟାର ସରଳୀକରଣ କରିଛି। ଯେକୌଣସି ସ୍ଥାନ ଓ ସମୟରେ ମିଆଦୀ ଖାତା ଖୋଲିବା ସୁବିଧା ଜରିଆରେ ଗ୍ରାହକମାନେ ସେମାନଙ୍କ ଏଫ୍‌ଡିକୁ ଟ୍ରାକ୍‌ ଓ ପରିଚାଳନା କରିପାରିବେ। ଏ ସମ୍ପର୍କରେ ଆକ୍ସିସ୍‌ ବ୍ୟାଙ୍କର ଅଧ୍ୟକ୍ଷ ତଥା ହୋଲ୍‌ସେଲ ବ୍ୟାଙ୍କିଙ୍ଗ୍‌ ପ୍ରଡକ୍ଟସ୍‌ ମୁଖ୍ୟ ବିବେକ ଗୁପ୍ତା କହିଛନ୍ତି, ଗିଫ୍ଟ ସିଟିର ଏକ ଅଗ୍ରଣୀ ବ୍ୟାଙ୍କ ଭାବେ ଆକ୍ସିସ୍‌ ବ୍ୟାଙ୍କ ଉଭୟ କର୍ପୋରେଟ୍‌ ଏବଂ ରିଟେଲ ପାଇଁ ଏକ ପସନ୍ଦଯୋଗ୍ୟ ଆର୍ଥତ୍କ ସେବା ଗନ୍ତବ୍ୟସ୍ଥଳ ଭାବେ ଗିଫ୍ଟ ସିଟିକୁ ବିକଶିତ କରିବା ପାଇଁ ସରକାରଙ୍କ ଦୃଷ୍ଟିକୋଣକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମର ଗିଫ୍ଟ ସିଟି ଆଇଏଫ୍‌ଏସ୍‌ସି ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ (ଆଇବିୟୁ)ର ଡିଜିଟାଲ ଏଫ୍‌ଡି ଖୁଚୁରା ଏନ୍‌ଆର୍‌ଆଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦେଇଥିବା ସୁଯୋଗରେ ଆମେ ଉତ୍ସାହିତ ଅଛୁ।

The post ପ୍ରବାସୀ ଭାରତୀୟ ଗ୍ରାହକମାନଙ୍କ ଲାଗି ଆକ୍ସିସ୍‌ ବ୍ୟାଙ୍କର ନୂତନ ସୁବିଧା appeared first on Dharitri Odia News.