ପ୍ରଭାସ-ହ୍ରିତିକ୍ ଟକ୍କର ଦେଲେ ଶ୍ରଦ୍ଧା କପୁର, ୬ ଦିନରେ ୩୫୦କୋଟି ଆୟ କଲା ‘ସ୍ତ୍ରୀ-୨’
ମୁମ୍ଵାଇ ୨୨।୦୮ : ବଲିଉଡ୍ର ଆଶିକୀ ଗର୍ଲ ଶ୍ରଦ୍ଧା କପୁର । ତାଙ୍କ ଫିଲ୍ମ ସ୍ତ୍ରୀ-୨ ବକ୍ସ ଅଫିସ୍ରେ ଧମାଲ କରୁଛି । ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ସେ ସବୁକୁ ମାତ୍ ଦେଇଛି ରାଜକୁମାର ରାଓ-ଶ୍ରଦ୍ଧା କପୁରଙ୍କ ଫିଲ୍ମ। ‘ସ୍ତ୍ରୀ-୨’ ଏବେ ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିଛି। କମ ବଜେଟରେ ନିର୍ମିତ ଫିଲ୍ମ ୬ ଦିନରେ ୩୫୦କୋଟି ଆୟ କରିଛି । ସ୍ତ୍ରୀ-୨ ରିଲିଜର ପ୍ରଥମ ଦିନରେ ୭୬.୫କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୩୦କୋଟିରୁ ଅଧିକ ଆୟ କରିଥିଲା। ଏବେ ଫିଲ୍ମ ରିଲିଜକୁ ୬ଦିନ ବିତିଥିବା ବେଳେ ୬ ଦିନର ଆୟ ଅନେକ ବଡ଼ ବଜେଟ ଫିଲ୍ମକୁ ପଛରେ ପକାଇଥିବା ଜଣାପଡ଼ିଛି। ସ୍ତ୍ରୀ-୨’ ମାତ୍ର ୬ଦିନ ମଧ୍ୟରେ ୨୦୧୮ରେ ରିଲିଜ୍ ହୋଇଥିବା ପ୍ରଥମ ଭାଗର ମୋଟ ଆୟ ଠାରୁ ଅଧିକ ଆୟ କରିସାରିଲାଣି। ଚଳିତ ବର୍ଷର ସବୁଠାରୁ ବଡ଼ ହିନ୍ଦୀ ଚଳଚ୍ଚିତ୍ର ‘କଲକୀ ୨୮୯୮ ଏଡି’ ରିଲିଜର ପ୍ରଥମ ଦିନରେ ଯେତିକି ଆୟ କରିଥିଲା, ତା’ଠାରୁ ଅଧିକ ଆୟ କରିଛି ‘ସ୍ତ୍ରୀ-୨’ । ୨୦୨୪ ମସିହାରେ ହ୍ରିତିକ୍ ରୋଶନଙ୍କ ‘ଫାଇଟର୍’ ରିଲିଜର ପ୍ରଥମ ଦିନ ୨୪.୬୦ କୋଟି ଆୟ କରିଥିବା ବେଳେ ‘କଲକୀ ୨୮୯୮ ଏଡି’ ୨୨.୫୦କୋଟି ଟଙ୍କା ଆୟ କରିଥିଲା। ଏବେ ରିଲିଜର ଷଷ୍ଠ ଦିନ ଅର୍ଥାତ୍ ମଙ୍ଗଳବାର ‘ସ୍ତ୍ରୀ-୨’ ୨୫କୋଟି ଆୟ କରିଥିବା ଜଣାଯାଇଛି। ୬ଦିନରେ ଫିଲ୍ମଟି ଭାରତର
ମୁମ୍ଵାଇ ୨୨।୦୮ : ବଲିଉଡ୍ର ଆଶିକୀ ଗର୍ଲ ଶ୍ରଦ୍ଧା କପୁର । ତାଙ୍କ ଫିଲ୍ମ ସ୍ତ୍ରୀ-୨ ବକ୍ସ ଅଫିସ୍ରେ ଧମାଲ କରୁଛି । ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ସେ ସବୁକୁ ମାତ୍ ଦେଇଛି ରାଜକୁମାର ରାଓ-ଶ୍ରଦ୍ଧା କପୁରଙ୍କ ଫିଲ୍ମ। ‘ସ୍ତ୍ରୀ-୨’ ଏବେ ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିଛି। କମ ବଜେଟରେ ନିର୍ମିତ ଫିଲ୍ମ ୬ ଦିନରେ ୩୫୦କୋଟି ଆୟ କରିଛି ।
ସ୍ତ୍ରୀ-୨ ରିଲିଜର ପ୍ରଥମ ଦିନରେ ୭୬.୫କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୩୦କୋଟିରୁ ଅଧିକ ଆୟ କରିଥିଲା। ଏବେ ଫିଲ୍ମ ରିଲିଜକୁ ୬ଦିନ ବିତିଥିବା ବେଳେ ୬ ଦିନର ଆୟ ଅନେକ ବଡ଼ ବଜେଟ ଫିଲ୍ମକୁ ପଛରେ ପକାଇଥିବା ଜଣାପଡ଼ିଛି। ସ୍ତ୍ରୀ-୨’ ମାତ୍ର ୬ଦିନ ମଧ୍ୟରେ ୨୦୧୮ରେ ରିଲିଜ୍ ହୋଇଥିବା ପ୍ରଥମ ଭାଗର ମୋଟ ଆୟ ଠାରୁ ଅଧିକ ଆୟ କରିସାରିଲାଣି।
ଚଳିତ ବର୍ଷର ସବୁଠାରୁ ବଡ଼ ହିନ୍ଦୀ ଚଳଚ୍ଚିତ୍ର ‘କଲକୀ ୨୮୯୮ ଏଡି’ ରିଲିଜର ପ୍ରଥମ ଦିନରେ ଯେତିକି ଆୟ କରିଥିଲା, ତା’ଠାରୁ ଅଧିକ ଆୟ କରିଛି ‘ସ୍ତ୍ରୀ-୨’ । ୨୦୨୪ ମସିହାରେ ହ୍ରିତିକ୍ ରୋଶନଙ୍କ ‘ଫାଇଟର୍’ ରିଲିଜର ପ୍ରଥମ ଦିନ ୨୪.୬୦ କୋଟି ଆୟ କରିଥିବା ବେଳେ ‘କଲକୀ ୨୮୯୮ ଏଡି’ ୨୨.୫୦କୋଟି ଟଙ୍କା ଆୟ କରିଥିଲା। ଏବେ ରିଲିଜର ଷଷ୍ଠ ଦିନ ଅର୍ଥାତ୍ ମଙ୍ଗଳବାର ‘ସ୍ତ୍ରୀ-୨’ ୨୫କୋଟି ଆୟ କରିଥିବା ଜଣାଯାଇଛି। ୬ଦିନରେ ଫିଲ୍ମଟି ଭାରତରେ ୨୬୭କୋଟି ଆୟ କରିଥିବା ବେଳେ ବିଶ୍ବ ବକ୍ସ ଅଫିସରେ ଫିଲ୍ମ ୩୫୦କୋଟି ଆୟ କରିଥିବା ଜଣାଯାଇଛି।