ମାମୁଁ ଘରକୁ ବୁଲି ଆସିଥିଲା ନାବାଳିକା, ଚିତି ଚୋଟରେ ଗଲା ଜୀବନ
ପାଟଣା୧/୬: ରାତିରେ ଶୋଇଥିବାବେଳେ ନାବାଳିକାକୁ ଚୋଟ ମାରିଲା ଚିତି ସାପ । କେନ୍ଦୁଝର ପାଟଣା ଥାନା ସୋରାସକେଲା ଗାଁରେ ଅଭାବନୀୟ ଘଟଣା । ମୃତକ ଘଟଗାଁ ଥାନା ବୀଣାଝରୀ ଗାଁର ପପୁ ନାଏକ ଓ ଚନ୍ଦ୍ରିକା ନାଏକଙ୍କ ୮ ବର୍ଷର ଝିଅ ରୀନା । ସେ ମାଆଙ୍କ ସହ ମାମୁଁ ଘରକୁ ବୁଲିବାକୁ ଆସିଥିବାବେଳେ ଅଘଟଣ ଘଟିଛି ।ରାତିରେ ଶୋଇଥିବାବେଳେ ଚିତି ସାପ କାମୁଡି ଦେଇଥିଲା । ରୀନା ଜୋରରେ କାନ୍ଦିବାରୁ ପରିବାର ଲୋକେ ଉଠିପଡିଥିଲେ । ସାପ କାମୁଡିଥିବା ଜାଣିବା ପରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ରୀନାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।You Can Read:ଟ୍ରାକରୁ ଖସିଲା ମାଲ ବୋଝେଇ ଟ୍ରେନ୍, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାମ
ପାଟଣା୧/୬: ରାତିରେ ଶୋଇଥିବାବେଳେ ନାବାଳିକାକୁ ଚୋଟ ମାରିଲା ଚିତି ସାପ । କେନ୍ଦୁଝର ପାଟଣା ଥାନା ସୋରାସକେଲା ଗାଁରେ ଅଭାବନୀୟ ଘଟଣା । ମୃତକ ଘଟଗାଁ ଥାନା ବୀଣାଝରୀ ଗାଁର ପପୁ ନାଏକ ଓ ଚନ୍ଦ୍ରିକା ନାଏକଙ୍କ ୮ ବର୍ଷର ଝିଅ ରୀନା । ସେ ମାଆଙ୍କ ସହ ମାମୁଁ ଘରକୁ ବୁଲିବାକୁ ଆସିଥିବାବେଳେ ଅଘଟଣ ଘଟିଛି ।
ରାତିରେ ଶୋଇଥିବାବେଳେ ଚିତି ସାପ କାମୁଡି ଦେଇଥିଲା । ରୀନା ଜୋରରେ କାନ୍ଦିବାରୁ ପରିବାର ଲୋକେ ଉଠିପଡିଥିଲେ । ସାପ କାମୁଡିଥିବା ଜାଣିବା ପରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ରୀନାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
You Can Read:
ଟ୍ରାକରୁ ଖସିଲା ମାଲ ବୋଝେଇ ଟ୍ରେନ୍, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି କାମ