ଲାଲକୃଷ୍ଣ ଆଡ଼ଭାନୀଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର, ICUରୁ କେବେ ବାହାରିବେ ?

ନୂଆଦିଲ୍ଲୀ: ଆପୋଲୋ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାଣୀଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ମଙ୍ଗଳବାର ମେଡିକାଲ୍ ବୁଲେଟିନ ଜାରି ରଖିଛି। ଆପୋଲ ହସ୍ପିଟାଲ୍‌ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ଆଡଭାଣୀଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସୁଛି। ଆଶା କରାଯାଉଛି ଦିନେ କି ଦୁଇ ଦିନ ଭିତରେ ସେ ଆଇସିୟୁରୁ ବାହାରକୁ ଆସିଯିବେ। ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ଡିସେମ୍ବର ୧୨ରୁ ଇନ୍ଦ୍ରପ୍ରସ୍ଥ  ଆପୋଲୋ  ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି ଅଛନ୍ତି। ସେ ଡ. ବିନୀତ ସୁରୀଙ୍କ ତତ୍ଵାବଧାନରେ ଅଛନ୍ତି ଏବଂ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଛି। ଏହାରି ଆଧାରରେ ଆଶା କରାଯାଉଛି ଯେ ଆଗାମୀ ଦିନେ କି ଦୁଇ ଦିନ ଭିତରେ ଆଡଭାଣୀ ଆଇସିୟୁରୁ ବାହାରକୁ ଆସିବେ। Also read: 'ବିନାକା ଗୀତ୍‌ମାଲା' ଉପରେ କଟକଣା, ଏମର୍ଜେନ୍ସି କଥା ଉଲ୍ଲେଖ କରି ସମ୍ୱିଧାନ ଚର୍ଚ୍ଚାରେ କଂଗ୍ରେସକୁ ଘେରିଲେ ଶାହଉଲ୍ଲେଖନୀୟ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କୁ ଜୁଲାଇ ମାସରେ ବି ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପୁଣି ଏହାର କିଛି ଦିନ ପୂର୍ବରୁ ଏହି ବର୍ଷୀୟାନ ନେତାଙ୍କୁ ଦିଲ୍ଲୀ ଏମ୍ସରେ ଉପଚାର ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାର ପରବର୍ତ୍ତୀ ଦିନ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇଥିଲା। ସୂଚନାଯୋଗ୍ୟ, ୧୯୨୭ ମସିହା ନଭେମ୍ବର ୮ ତ

ଲାଲକୃଷ୍ଣ ଆଡ଼ଭାନୀଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର, ICUରୁ କେବେ ବାହାରିବେ ?

ନୂଆଦିଲ୍ଲୀ: ଆପୋଲୋ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାଣୀଙ୍କ ସ୍ଵାସ୍ଥ୍ୟବସ୍ଥାକୁ ନେଇ ମଙ୍ଗଳବାର ମେଡିକାଲ୍ ବୁଲେଟିନ ଜାରି ରଖିଛି। ଆପୋଲ ହସ୍ପିଟାଲ୍‌ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ଆଡଭାଣୀଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସୁଛି। ଆଶା କରାଯାଉଛି ଦିନେ କି ଦୁଇ ଦିନ ଭିତରେ ସେ ଆଇସିୟୁରୁ ବାହାରକୁ ଆସିଯିବେ। 

ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ଡିସେମ୍ବର ୧୨ରୁ ଇନ୍ଦ୍ରପ୍ରସ୍ଥ  ଆପୋଲୋ  ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି ଅଛନ୍ତି। ସେ ଡ. ବିନୀତ ସୁରୀଙ୍କ ତତ୍ଵାବଧାନରେ ଅଛନ୍ତି ଏବଂ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଛି। ଏହାରି ଆଧାରରେ ଆଶା କରାଯାଉଛି ଯେ ଆଗାମୀ ଦିନେ କି ଦୁଇ ଦିନ ଭିତରେ ଆଡଭାଣୀ ଆଇସିୟୁରୁ ବାହାରକୁ ଆସିବେ। 

Also read: 'ବିନାକା ଗୀତ୍‌ମାଲା' ଉପରେ କଟକଣା, ଏମର୍ଜେନ୍ସି କଥା ଉଲ୍ଲେଖ କରି ସମ୍ୱିଧାନ ଚର୍ଚ୍ଚାରେ କଂଗ୍ରେସକୁ ଘେରିଲେ ଶାହ

ଉଲ୍ଲେଖନୀୟ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କୁ ଜୁଲାଇ ମାସରେ ବି ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପୁଣି ଏହାର କିଛି ଦିନ ପୂର୍ବରୁ ଏହି ବର୍ଷୀୟାନ ନେତାଙ୍କୁ ଦିଲ୍ଲୀ ଏମ୍ସରେ ଉପଚାର ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାର ପରବର୍ତ୍ତୀ ଦିନ ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇଥିଲା। 

ସୂଚନାଯୋଗ୍ୟ, ୧୯୨୭ ମସିହା ନଭେମ୍ବର ୮ ତାରିଖରେ ପାକିସ୍ତାନର କରାଚିରେ ଜନ୍ମଗ୍ରହଣ କରିଥିବା ଆଡଭାଣୀ। ସେ ୧୯୪୨ରେ ଆରଏସଏସରେ ଯୋଗ ଦେଇଥିଲେ। ବିଜେପିରୁ ରାଜନୀତି ଯାତ୍ରା ଆରମ୍ଭ କରି ୧୯୮୬ରୁ ୧୯୯୦, ୧୯୯୩ରୁ ୧୯୯୮ ଏବଂ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାମ କରିଛନ୍ତି।