ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ତାର ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରି ସରିଥିବା ବେଳେ ବିଜେଡି ନିର୍ବାଚନୀ ପ୍ରଚାର ମଇଦାନକୁ ମଧ୍ୟ ଓହ୍ଲାଇ ସାରିଛି। ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ତାଲିକା ଗତକାଲି ଘୋଷଣା ହେବା ପରେ ଜିଲାର ବରିଷ୍ଠ କଂଗ୍ରେସ ନେତା ପ୍ରଭାସକର ମହାପାତ୍ରଙ୍କୁ ଦଳ ପୁଣି […] The post ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ appeared first on Dharitri Odia News.

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ତାର ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରି ସରିଥିବା ବେଳେ ବିଜେଡି ନିର୍ବାଚନୀ ପ୍ରଚାର ମଇଦାନକୁ ମଧ୍ୟ ଓହ୍ଲାଇ ସାରିଛି। ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ତାଲିକା ଗତକାଲି ଘୋଷଣା ହେବା ପରେ ଜିଲାର ବରିଷ୍ଠ କଂଗ୍ରେସ ନେତା ପ୍ରଭାସକର ମହାପାତ୍ରଙ୍କୁ ଦଳ ପୁଣି ଆସ୍ଥାପ୍ରକଟ କରି ତୃତୀୟ ଥର ପାଇଁ ପ୍ରାର୍ଥୀ କରିଛି l
ତେବେ ପ୍ରାର୍ଥୀ ଘୋଷଣା ପରେ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ଆଜି ପ୍ରଭାସକରଙ୍କୁ ତାଙ୍କ ବାରମାଇଲସ୍ଥିତ କାର୍ଯ୍ୟାଳୟରେ ଯୁବ ଓ଼ ଛାତ୍ର ନେତାଙ୍କ ତରଫରୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦିଆଯାଇଛି l ପୂର୍ବତନ ସଭାପତି ଶୁଭ କୁମାର ମହାନ୍ତ, ଯୁବନେତା ଅସିତ କୁମାର ବେହେରା,ସନୁ ଖଟୁଆ, କ୍ରିଷ୍ଣା ମହାନ୍ତ, ବୁନା ବେହେରା,ମିଲନ ବେହେରା,ମିଟୁ ବେହେରା, କୁନୁ ବେହେରା, ଆଲୋକ ପାତ୍ର ପ୍ରମୁଖ ପ୍ରଭାସକରଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ l

The post ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ appeared first on Dharitri Odia News.