ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ: ଜେଲ୍ ଗଲେ ଅଭିଯୁକ୍ତ ସ୍ବାମୀ
ଦିଗପହଣ୍ଡି,୨୪ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ନୂଆ ବଳଧିଆ ଗ୍ରାମର ସଞ୍ଜୁ କୁମାରୀ ପ୍ରଧାନଙ୍କୁ ତାଙ୍କ ସ୍ବାମୀ କୁନା ପ୍ରଧାନ ନିସ୍ତୁକ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ସନ୍ଧ୍ୟାରେ ସଞ୍ଜୁ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୩୯/୨୫ ଅନୁଯାୟୀ ଅଭିଯୁକ୍ତ କୁନାଙ୍କ ନାଁରେ ମୋକଦ୍ଦମା ରୁଜୁ କରିଥିଲେ। ଶୁକ୍ରବାର ଅଭିଯୁକ୍ତ […] The post ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ: ଜେଲ୍ ଗଲେ ଅଭିଯୁକ୍ତ ସ୍ବାମୀ appeared first on Dharitri Odia News.
ଦିଗପହଣ୍ଡି,୨୪ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ନୂଆ ବଳଧିଆ ଗ୍ରାମର ସଞ୍ଜୁ କୁମାରୀ ପ୍ରଧାନଙ୍କୁ ତାଙ୍କ ସ୍ବାମୀ କୁନା ପ୍ରଧାନ ନିସ୍ତୁକ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁବାର ସନ୍ଧ୍ୟାରେ ସଞ୍ଜୁ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୩୯/୨୫ ଅନୁଯାୟୀ ଅଭିଯୁକ୍ତ କୁନାଙ୍କ ନାଁରେ ମୋକଦ୍ଦମା ରୁଜୁ କରିଥିଲେ। ଶୁକ୍ରବାର ଅଭିଯୁକ୍ତ ସ୍ବାମୀଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍.ଆଇ ଜ୍ୟୋତି ରଞ୍ଜନ ବେହେରା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଗତ ପ୍ରାୟ ୯ ବର୍ଷ ପୂର୍ବେ ୨୦୧୫ ଏପ୍ରିଲ ମାସରେ ସଞ୍ଜୁ ବଳଧିଆ ଗ୍ରାମର ଆନନ୍ଦ ପ୍ରଧାନଙ୍କ ପୁଅ କୁନାଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସ୍ବାମୀ ଓ ଶଶୁର ଘର ଲୋକଙ୍କ ଦାବି ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ବିବାହର କିଛିଦିନ ଖୁବ୍ ହସଖୁସିରେ କଟିଥିଲା। ଉଭୟଙ୍କ ଔରସରୁ ୨ଟି କନ୍ୟା ସନ୍ତାନ ଅଛନ୍ତି। କିଛିବର୍ଷ ହେଲା ସ୍ବାମୀ ସଦାସର୍ବଦା ମଦ ପିଇ ତାଙ୍କୁ ନିସ୍ତୁକ ମାଡ଼ ମାରୁଥିଲେ। ବାପଘରୁ ନେଇଥିବା ଗହଣା ଏବଂ ବିଭିନ୍ନ ଆସବାବପତ୍ର ବିକ୍ରି କରି ସ୍ବାମୀ ମଦ ପିଇ ଦେଉଥିବାରୁ ସଞ୍ଜୁ ପ୍ରତିବାଦ କରିଥିଲେ। ଯୌତୁକ ବାବଦକୁ ୨ ଲକ୍ଷ ଟଙ୍କା ବାପ ଘରୁ ଆଣିବୁ ନ ହେଲେ ତୋତେ ଜୀବନରେ ମାରିଦେବା ପରେ ମୁଁ ଦିତୀୟ ବିବାହ କରିବି ବୋଲି ସ୍ବାମୀ ଧମକ ଦେଇଥିଲେ। ଗତ ୨୦୨୪ ଡିସେମ୍ବର ୨୪ ତାରିଖରେ ସ୍ବାମୀ ତାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ସେ କୌଶଳକ୍ରମେ ଖସି ଯାଇ ଘରୁ ଦୌଡ଼ି ପଳାଇଥିଲେ। ପରେ ଏନେଇ ବାପା,ମା’ଙ୍କୁ ଖବର ଦେବା ପରେ ସେମାନେ ଆସି ତାଙ୍କୁ ଉଦ୍ଧାର କରିବା ସହ ସାଙ୍ଗରେ ନେଇଯାଇଥିଲେ। ସମସ୍ତ ଘଟଣା ସେ ତାଙ୍କ ଗ୍ରାମର ଭଦ୍ର ଲୋକଙ୍କୁ ଜଣାଇ ଆପୋଷ ସମାଧାନ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସ୍ବାମୀ ଭଦ୍ର ଲୋକଙ୍କୁ ଜଣାଇ ଆପୋଷ ସମାଧାନ ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସ୍ବାମୀ ଭଦ୍ର ଲୋକଙ୍କୁ ଆପତ୍ତି ଜନକ ଭାଷାରେ ଗାଳି ଦେବାରୁ ସମାଧାନ ହୋଇପାରି ନ ଥିଲା। ଏନେଇ ସେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଥାନାରେ ସ୍ବାମୀ ପହଞ୍ଚି ନିଜର ଭୁଲ ସ୍ବୀକାର କରିବା ସହ ବୁଝାସୁଝା କରି ସାଙ୍ଗରେ ଘରକୁ ନେଇଥିଲେ। କିନ୍ତୁ ତା’ ପରଦିନ ପୁଣି ତାଙ୍କୁ ନିସ୍ତୁକ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିବା ସଞ୍ଜୁ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।
The post ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ: ଜେଲ୍ ଗଲେ ଅଭିଯୁକ୍ତ ସ୍ବାମୀ appeared first on Dharitri Odia News.