ଆଇପିଏଲ ୨୦୨୫ ଖେଳିପାରିବେନି ହାର୍ଦ୍ଦିକ ପାଣ୍ଡ୍ୟା, ଆସିଲା ଏହି ବଡ଼ କାରଣ
ନୂଆଦିଲ୍ଲୀ,୧୧।୧୧: ଆଇପିଏଲ ୨୦୨୫ର ୧୮ତମ ସିଜନ ପାଇଁ ବିଗୁଲ ବାଜିସାରିଛି। ଚଳିତ ମାସରେ ଆଗାମୀ ସିଜନ ପାଇଁ ଏକ ମେଗା ନିଲାମ ହେବ। ସମସ୍ତ ୧୦ଟି ଦଳ ନିଜର ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରି ସାରିଛନ୍ତି। ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ପ୍ରମୁଖ ଖେଳାଳିଙ୍କୁ ରିଟେନ କରିଛି। ତଥାପି, ହାର୍ଦ୍ଦିକ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ ଖେଳି ପାରିବେ ନାହିଁ। ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚ ପାଇଁ ବ୍ୟାନ ଲଗାଯାଇଛି। ଆଇପିଏଲ୨୦୨୪ର ଶେଷ […] The post ଆଇପିଏଲ ୨୦୨୫ ଖେଳିପାରିବେନି ହାର୍ଦ୍ଦିକ ପାଣ୍ଡ୍ୟା, ଆସିଲା ଏହି ବଡ଼ କାରଣ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧୧: ଆଇପିଏଲ ୨୦୨୫ର ୧୮ତମ ସିଜନ ପାଇଁ ବିଗୁଲ ବାଜିସାରିଛି। ଚଳିତ ମାସରେ ଆଗାମୀ ସିଜନ ପାଇଁ ଏକ ମେଗା ନିଲାମ ହେବ। ସମସ୍ତ ୧୦ଟି ଦଳ ନିଜର ରିଟେନ ଖେଳାଳିଙ୍କ ତାଲିକା ପ୍ରକାଶ କରି ସାରିଛନ୍ତି। ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ପ୍ରମୁଖ ଖେଳାଳିଙ୍କୁ ରିଟେନ କରିଛି। ତଥାପି, ହାର୍ଦ୍ଦିକ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ ଖେଳି ପାରିବେ ନାହିଁ।
ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚ ପାଇଁ ବ୍ୟାନ ଲଗାଯାଇଛି। ଆଇପିଏଲ୨୦୨୪ର ଶେଷ ଲିଗ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ ଭୁଲ କରିଥିଲେ। ବାସ୍ତବରେ ହାର୍ଦ୍ଦିକଙ୍କ ମୁମ୍ବାଇ ଇଣ୍ଡିଆନ୍ସ ନିଜର ୨୦ ଓଭରକୁ ଠିକ ସମୟରେ ପୂରଣ କରିପାରି ନ ଥିଲା, ଏହା ପରେ ଆଇପିଏଲ ପରିଚାଳନା ପରିଷଦ ୩୦ ଲକ୍ଷ ଟଙ୍କା ଜରିମାନା ଏବଂ ନିୟମ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଗୋଟିଏ ମ୍ୟାଚର ପ୍ରତିବନ୍ଧକ ଲଗାଇଥିଲା। ଏହି କାରଣରୁ ହାର୍ଦ୍ଦିକ ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚ ଖେଳି ପାରିବେ ନାହିଁ।
The post ଆଇପିଏଲ ୨୦୨୫ ଖେଳିପାରିବେନି ହାର୍ଦ୍ଦିକ ପାଣ୍ଡ୍ୟା, ଆସିଲା ଏହି ବଡ଼ କାରଣ appeared first on Dharitri Odia News.